ETV Bharat / state

ଦୁଇ ଭାଇଙ୍କୁ ଅପହରଣ ନୁହେଁ ଉଠାଇ ନେଇଛି କର୍ଣ୍ଣାଟକ ପୋଲିସ, ତଦନ୍ତ ପରେ ସାମ୍ନାକୁ ଆସିଲା ସତ - ବ୍ରହ୍ମପୁର ଖବର

ଗଞ୍ଜାମରୁ ଦୁଇ ଭାଇଙ୍କୁ ଉଠାଇ ନେଲା କର୍ଣ୍ଣାଟକ ପୋଲିସ । କାରଣ ଅସ୍ପଷ୍ଟ । ଅଧିକ ପଢନ୍ତୁ

Karnataka Police datiend two brothers from Ganjam

author img

By

Published : Jul 23, 2023, 7:25 AM IST

Karnataka Police datiend two brothers from Ganjam

ବ୍ରହ୍ମପୁର: ଗଞ୍ଜାମ ଥାନା ଅଞ୍ଚଳରୁ ଦୁଇ ଭାଇଙ୍କୁ ଉଠାଇ ନେଲା କର୍ଣ୍ଣାଟକ ପୋଲିସ । କିନ୍ତୁ ବନ୍ଧୁକ ମୁନରେ ଦୁଇ ଭାଇଙ୍କୁ ଅପହରଣ କରାଯାଇଥିବା ଅଭିଯୋଗ ଆଣି ରାସ୍ତା ଅବରୋଧ କରିଥିଲେ ସ୍ଥାନୀୟ ଲୋକ । ଗତ ଶୁକ୍ରବାର ବିଳମ୍ୱିତ ରାତିରେ ଏଭଳି ଘଟଣା ପରେ ପୋଲିସ ତଦନ୍ତ କରି ଦୁଇ ଭାଇଙ୍କୁ ଉଠାଇ ନେଇଥିବା ସ୍ପଷ୍ଟ କରିଛନ୍ତି ।

ଶୁକ୍ରବାର ରାତିରେ ପୁଇଁତୋଳା ଛକରେ ଦୋକାନ କରିଥିବା ଦୁଇ ଭାଇଙ୍କୁ ବନ୍ଧୁକ ଦେଖାଇ ପାଞ୍ଚ ଜଣ କାରରେ ଆସି ଫିଲ୍ମ ଷ୍ଟାଇଲରେ ଅପହରଣ କରି ବ୍ରହ୍ମପୁର ଅଭିମୁଖେ ନେଇଯାଇଥିଲେ । ସ୍ଥାନୀୟ ଏହା ଦେଖି ଅପହରଣ ହୋଇଥିବା ଅଭିଯୋଗ ଆଣି ତଦନ୍ତ ଦାବିରେ ପ୍ରାୟ ଘଣ୍ଟା ଧରି ଜାତୀୟ ରାଜପଥ ଅବରୋଧ କରିଥିଲେ । ପରେ ଘଟଣାସ୍ଥଳରେ ଜିଲ୍ଲାର ବରିଷ୍ଠ ପୋଲିସ ଅଧିକାରୀ ମାନେ ପହଞ୍ଚି ତଦନ୍ତ କରାଯିବା ବୋଲି ପ୍ରତିଶୃତି ଦେଇଥିଲେ ।

ଏହା ମଧ୍ୟ ପଢନ୍ତୁ-ଓଡିଶାରୁ ଛତିଶଗଡକୁ ହେଉଥିଲା ବନ୍ଧୁକ ଚାଲାଣ, 5ଜଣଙ୍କୁ ଉଠାଇ ନେଲା ଛତିଶଗଡ STF

ପ୍ରାଥମିକ ତଦନ୍ତ ପରେ ପୁରା ଘଟଣା ସାମ୍ନାକୁ ଆସିଥିଲା । ଗଞ୍ଜାମ ସହରରୁ ଦୁଇ ଭାଇଙ୍କୁ କୌଣସି ଏକ ମାମଲାରେ କର୍ଣ୍ଣାଟକ ପୋଲିସ ଉଠାଇ ନେଇ ବିଶାଖାପାଟଣା ଠାରେ ରଖିଥିଲା । ଏହାପରେ ଗଞ୍ଜାମ ପୋଲିସର ଏକ ଟିମ୍ ବିଶାଖାପାଟଣାରେ ପହଞ୍ଚି କେଉଁ ମାମଲାରେ ଦୁଇ ଜଣଙ୍କୁ କର୍ଣ୍ଣାଟକ ପୋଲିସ ଉଠାଇ ନେଲେ ସେନେଇ ସମସ୍ତ ପ୍ରକାର କାଗଜପତ୍ର ତନଖି କରିଥିଲେ।

ଏହା ମଧ୍ୟ ପଢନ୍ତୁ-Egra Blast: ପଶ୍ଚିମବଙ୍ଗରେ ବ୍ଲାଷ୍ଟ ବାଲେଶ୍ବରରେ ତନାଘନା, ଭୋଗରାଇରୁ ଜଣକୁ ଉଠାଇ ନେଲା CID

ଗୋଟିଏ ପଟେ ଅନ୍ୟ ରାଜ୍ୟର ପୋଲିସ ଆସି ଗଞ୍ଜାମ ଜିଲ୍ଲାରରୁ ଦୁଇ ଯୁବକଙ୍କୁ ଉଠାଇ ନେଇଥିବା ବେଳେ ଏନେଇ କିନ୍ତୁ ସ୍ଥାନୀୟ ପୋଲିସକୁ ଅବଗତ କରାଯାଇନଥିଲା । ଯଦି ଦୁଇ ଭାଇଙ୍କ ବିରୋଧରେ ମାମଲା ରହିଥିଲା ତାହା ହେଲେ ସ୍ଥାନୀୟ କୋର୍ଟରେ ହାଜର ନକରାଇ ବିଶାଖାପାଟଣା ନେଇଯିବା ଘଟଣାକୁ ବୁଦ୍ଧିଜୀବୀ ମହଲରେ ନିନ୍ଦା କରାଯାଇଛି । ତେବେ କେଉଁ କାରଣରୁ ଦୁଇ ଯୁବକଙ୍କୁ କର୍ଣ୍ଣାଟକ ପୋଲିସ ଉଠାଇ ନେଇଛି ତାହା ବର୍ତ୍ତମାନ ଅସ୍ପଷ୍ଟ ରହିଛି । ପୋଲିସର ତଦନ୍ତ ଶେଷ ପରେ ହିଁ ଘଟଣାର ପ୍ରକୃତ କାରଣ ସ୍ପଷ୍ଟ ହେବ । ଦୁଇ ଦଇ ଭାଇଙ୍କ ପରିବାର ଲୋକଙ୍କ ପକ୍ଷରୁ ମଧ୍ୟ କୌଣସି ସୂଚନା ହସ୍ତଗତ ହୋଇନାହିଁ । ଏନେଇ ଗଞ୍ଚାମ ପୋଲିସ କଣ ପଦକ୍ଷେପ ଗ୍ରହଣ କରୁଛି ତାହା ଦେଖିବାକୁ ଅପେକ୍ଷା ।

ଏହା ମଧ୍ୟ ପଢନ୍ତୁ-ପୋଲିସ ନାଁରେ ଏନକାଉଣ୍ଟର ଅଭିଯୋଗ ଆଣିଥିଲେ ମାଆ, ଏବେ ଧରାପଡିଲା ପୁଅ

ଇଟିଭି ଭାରତ, ବ୍ରହ୍ମପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.