ETV Bharat / state

ଆବାସ ଦୁର୍ନୀତି: ଭୂତ ନେଇଗଲା ହିତାଧିକାରୀଙ୍କ ଘର

author img

By

Published : Jan 18, 2020, 11:50 PM IST

Updated : Jan 19, 2020, 12:45 AM IST

ବାଟବଣା ପ୍ରଧାନମନ୍ତ୍ରୀ ଆବାସ ଯୋଜନା । ବାସହୀନ ଓ ଗରିବ ଶ୍ରେଣୀଙ୍କୁ ଗୃହ ଯୋଗାଇ ଦେବେ ସରକାର । ହେଲେ ତାଲିକାରେ ନାଁ ଆସିବେ ସତ୍ତ୍ବେ ଲାଞ୍ଚ ମାଗୁଛନ୍ତି ସରପଞ୍ଚ । ଏପରିକି ଲାଞ୍ଚ ନଦେବାରୁ ଚଞ୍ଚକତା କରି ଘର ମିଳିଥିବା ଦର୍ଶାଇ ଟଙ୍କା ହଡପ କରିଥିବାର ଅଭିଯୋଗ ହୋଇଛି । ଅଧିକ ପଢନ୍ତୁ...

ଆବାସ ଦୁର୍ନୀତି: ଭୂତ ନେଇଗଲେ ହିତାଧିକାରୀଙ୍କ ଘର
ଆବାସ ଦୁର୍ନୀତି: ଭୂତ ନେଇଗଲେ ହିତାଧିକାରୀଙ୍କ ଘର

ଭଞ୍ଜନଗର: ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ମିଳିବ ପକ୍କା ଘର । ଏହି ଯୋଜନା ମାଧ୍ୟମରେ ବାସହୀନ ଓ ଗରିବ ଶ୍ରେଣୀଙ୍କୁ ଗୃହ ଯୋଗାଇ ଦେବେ ସରକାର । ହେଲେ କିଛି ଦଲାଲଙ୍କୁ ଯୋଗୁଁ ବାଟବଣା ପିଏମ ଆବାସ ଯୋଜନା। ତାଲିକାରେ ନାଁ ଅଛି ହେଲେ ଲାଞ୍ଚ ନ ଦେବାରୁ ମିଳୁନି ଘର । ଏପରିକି ସରକାରୀ ଦସ୍ତାବିଜରେ ଜାଲିଆତି କରି ଘର ମିଳିଥିବାର ଦର୍ଶାଇ ଟଙ୍କା ହଡପ କରୁଛନ୍ତି । ଏଭଳି ଏକ ଅଭିଯୋଗ ଆସିଛି ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବ୍ଲକ ହରିଗଡ ପଞ୍ଚାୟତର ବଦାଙ୍ଗି ଗାଁରୁ ।

ଆବାସ ଦୁର୍ନୀତି: ଭୂତ ନେଇଗଲେ ହିତାଧିକାରୀଙ୍କ ଘର

ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବ୍ଲକ ହରିଗଡ ପଞ୍ଚାୟତର ବଦାଙ୍ଗି ଗାଁ ଶିଶୁଳା ନାଏକ । 2016-17ରେ ଶିଶୁଳାଙ୍କ ନାଁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସାମିଲ କରାଯାଇଥିଲା । ହେଲେ ଘର କରିବା ପୂର୍ବରୁ 10 ହଜାର ଟଙ୍କା ଦେଲେ ଯାଇ ୱାର୍କ ଅର୍ଡର ମିଳିବ ବୋଲି ଲାଞ୍ଚ ମାଗିଥିଲେ ସ୍ଥାନୀୟ ସରପଞ୍ଚ । କିନ୍ତୁ ଅତି ଗରିବ ପରିବାର ହୋଇଥିବାରୁ ଟଙ୍କା ଦେବାକୁ ମନା କରିଥିଲେ ଶିଶୁଳାଙ୍କ ପରିବାର ।

ଏହି ଘଟଣାକୁ 3 ବର୍ଷ ବିତିଯାଇଥିଲେ ବି ପକ୍କା ଘର ମିଳିପାରିଲା ନାହିଁ । ସେହି ନୁଆଁଣିଆ ଚାଳ ଘର, ଆଉ ଘରେ ପଶିଲେ ବାଜୁଛି ମୁଣ୍ଡ । ଫଳରେ ସୂଚନା ଅଧିକାରୀଙ୍କ ଦ୍ବାରସ୍ଥ ହେଇଥିଲେ ପରିବାର । ଯେଉଁଥିରୁ ସେମାନେ ଜାଣିବାକୁ ପାଇଲେ, ତାଙ୍କ ନାଁରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ମିଳିଛି । ଆଉ ଏଥିପାଇଁ 1 ଲକ୍ଷ 30 ହଜାର ଟଙ୍କା ମିଳିଛି ।

ଏଥିରେ ଅନିୟମିତତା କରି ଘର ଅନ୍ୟ କାହାକୁ ଦିଆଯାଇଥିବା ଅଭିଯୋଗ କରାଯିବା ପରେ, ଘଟଣାର ତଦନ୍ତ କରି ଦୋଷୀକୁ ଦଣ୍ଡ ଦେବା ସହ ପିଏମ ଆବାସ ଯୋଜନାରେ ଶିଶୁଳାଙ୍କ ପରିବାରଙ୍କୁ ସାମିଲ କରି ଘର ଯୋଗାଇବାକୁ ଦାବି କରିଛନ୍ତି ବିଜେପି କୃଷକ ମୋର୍ଚ୍ଚାର ରାଜ୍ୟ ଉପସଭାପତି ।

ଭଞ୍ଜନଗରରୁ ରଞ୍ଜନ ସ୍ବାଇଁ, ଇଟିଭି ଭାରତ

Intro:anchor_କେନ୍ଦ୍ର ଓ ରାଜ୍ୟ ସରକାର ଗରିବ ଖଟିଖିଆ ମାନଙ୍କୁ ଆବାସ ଯୋଜନାରେ ବାସ ଗୃହ ଖଣ୍ଡେ ଯୋଗେଇ ଦେଇଥାନ୍ତି ହେଲେ କିଛି ଦଲାଲ ମାନଙ୍କ ଯୋଗୁଁ ତାହା ବାଟମାରଣା ହେଉଥିବା ଅଭିଯୋଗ ହୋଇଛି ଯୋଗ୍ୟ ହିତାଧିକାରୀ ପାଇବା ପରିବର୍ତ୍ତେ ଅଯୋଗ୍ୟ ହିତାଧିକାରୀ ମାନେ ଲୁଟି ନେଇଛନ୍ତି ଘର

Body:vo_1_ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବ୍ଲକ ହରିଗଡ଼ ପଞ୍ଚାୟତ ର ବଦାଙ୍ଗି ଗ୍ରାମରେ ବସବାସ କରନ୍ତି ଶିଶୁଳା ନାଇକ ଙ୍କ ପରିବାର ଗରିବ ଶ୍ରେଣୀର ହୋଇଥିବାରୁ ଚାଳ ଛପର ଘରେ ରହୁଛନ୍ତି ପକ୍କା ଘର କରିବାକୁ ଅକ୍ଷମ ହୋଇଥିବାରୁ 2016/17 ମସିହାରେ ପ୍ରଧାନ ମନ୍ତ୍ରୀ ଆବାସ ଯୋଜନାରେ ଅନ୍ତର୍ଭୁକ୍ତ ହୋଇ ଘର ଖଣ୍ଡେ ଆସିଥିଲା ତୁମର ଘର ଆସିଛି କହି ସ୍ଥାନୀୟ ସରପଞ୍ଚ ଦଶ ହଜାର ଲାଞ୍ଚ ମାଗିଥିଲେ ଦଶ ହଜାର ଦେଲେ ତୁମକୁ ୱାର୍କଅଡ଼ର ଦିଆଯିବ ବୋଲି କହିଥିଲେ ଶିଶୁଳା ଦଶ ହଜାର ଟଙ୍କା ଦେବାକୁ ଅକ୍ଷମ ପ୍ରକାଶ କରିବାରୁ ତାଙ୍କୁ ୱାର୍କଅଡ଼ର ମିଳିଲା ନାହିଁ ସେହି ଚାଳ କୁଡ଼ିଆ ଘରେ ରହିଆସୁଛନ୍ତି ହେଲେ ଘର ଖଣ୍ଡେ ମିଳିବ ବୋଲି ଚାହିଁ ବସିଛନ୍ତି ଶିଶୁଳା ଇତି ମଧ୍ୟରେ ତିନି ବର୍ଷ ବିତିଯାଇଥିଲେ ମଧ୍ୟ ଆଉ ଘର ମିଳିଲା ନାହିଁ ଟଙ୍କା ଦେଇ ପାରିଲେ ନାହିଁ ବୋଲି ଘର ଖଣ୍ଡେ ପାଇବାରୁ ବଞ୍ଚିତ ହେଲି ବୋଲି ସୁଶିଳା ଅଭିଯୋଗ କରିଛନ୍ତି
ବାଇଟ -ଶିଶୁଳା ନାଇକ(ହିତାଧିକାରୀ )

Conclusion:ଅନ୍ୟପଟେ ଅତି ଚଞ୍ଚକତା କରି ଶିଶୁଳା ଙ୍କ ଆସିଥିବା ପ୍ରଧାନ ମନ୍ତ୍ରୀ ଆବାସ ଯୋଜନାର ଘରକୁ ଅନ୍ୟ କାହାକୁ ଦିଆଯାଇଥିବାବେଳେ ସୂଚନା ଅଧିକାର ଆଇନ ବଳରେ ଜାଣିବାକୁ ପାଇଲେଯେ 2016/17 ଆର୍ଥିକ ବର୍ଷରେ ଶିଶୁଳା କୁ ଆବାସ ଯୋଜନାରେ ଘର ମିଳିଛି ତାହା ପୁଣି ଘର କଂପ୍ଲିଟ ହୋଇଯାଇଛି ଟଙ୍କା ମଧ୍ୟ ଏକ ଲକ୍ଷ ତିରିଶ ହଜାର ପୈଠ ହୋଇଯାଇଥିବା ସରକାରୀ ରେକଡ଼ କହୁଛି ଏହା ଜାଣିବା ପରେ ସୁଶିଳା ଭାଙ୍ଗି ପଡିଥିବାବେଳେ ମୋତେ ଘର ଖଣ୍ଡେ ଯୋଗାଇ ଦିଅ ବୋଲି ଅନୁରୋଧ କରିଛନ୍ତି ତାହାହେଲେ ଏହି ଘର କାହାକୁ ମିଳିଲା କିଏ ଟଙ୍କା ଉଠାଇଲା ଏହାର ତଦନ୍ତ କରି ଦୋଷୀକୁ ଦଣ୍ଡ ଦେବା ସହିତ ଏହି ପରିବାର କୁ ଆବାସ ଯୋଜନାରେ ସାମିଲ କରି ଘର ଯୋଗାଇ ବାକୁ ବିଜେପି କୃଷକ ମୋର୍ଚ୍ଚା ର ରାଜ୍ୟ ଉପ ସଭାପତି ଦାବିକରିଛନ୍ତି
ବାଇଟ -ଇତେଶ ନାଇକ
ବାଇଟ -ପ୍ରଦୀପ ସାହୁ (ବିଜେପି ,କୃଷକ ମୋର୍ଚାର ରାଜ୍ୟ ଉପ ସଭାପତି)
Last Updated : Jan 19, 2020, 12:45 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.