ETV Bharat / state

ଚାଲିଛି ବେଆଇନ ଗଛ କଟା, ପ୍ରଶାସନ ସାଜିଛି ନିରବ ଦ୍ରଷ୍ଟା - ଗଞ୍ଜାମ ଖବର

ଗଞ୍ଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ତହସିଲ ଅନ୍ତର୍ଗତ ଡିମିରିପଲ୍ଲି ଗାଁ ନିକଟ ଜଙ୍ଗଲରେ ଥିବା ଅନେକ ଗଛ ବେଆଇନ ଭାବେ କଟାଯାଉଛି । ଅଧିକ ପଢନ୍ତୁ...

illigal-forest
ଚାଲିଛି ବେଆଇନ ଗଛ କଟା, ପ୍ରଶାସନ ସାଜିଛି ନୀରବ ଦ୍ରଷ୍ଟା
author img

By

Published : Jun 30, 2021, 7:13 PM IST

ଭଞ୍ଜନଗର: ଜଙ୍ଗଲରେ ଚାଲିଛି ବେଆଇନ ଗଛ କଟା, ପ୍ରଶାସନ ସାଜିଛି ନିରବ ଦ୍ରଷ୍ଟା । ଗଞ୍ଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ତହସିଲ ଅନ୍ତର୍ଗତ ଡିମିରିପଲ୍ଲି ଗାଁ ନିକଟ ଜଙ୍ଗଲରେ ଥିବା ଅନେକ ଗଛ ବେଆଇନ ଭାବେ କଟାଯାଉଛି । ଜଗନ୍ନାଥ ପ୍ରସାଦ ତହସିଲ କିମ୍ବା ବନ ବିଭାଗ କର୍ତ୍ତୃପକ୍ଷ ଏଥିପ୍ରତି ନିରବଦ୍ରଷ୍ଟା ସାଜିଥିବା ଅଭିଯୋଗ ହେଉଛି ।

ଚାଲିଛି ବେଆଇନ ଗଛ କଟା, ପ୍ରଶାସନ ସାଜିଛି ନୀରବ ଦ୍ରଷ୍ଟା

ଗଞ୍ଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ତହସିଲ ଅନ୍ତର୍ଗତ ଡିମିରିପଲ୍ଲି ଗାଁ ନିକଟ ଜଙ୍ଗଲରେ କଟାଯାଉଥିବା ଗଛ ମଧ୍ୟରେ କାଜୁ ,ଆମ୍ବ,ପଣସ,ସାଳ,ଶାଗୁଆନ ଭଳି ବିଭିନ୍ନ ପ୍ରକାର ଗଛ ରହିଛି । ଏହି ଚିତ୍ରକୁ ଭଲଭାବେ ଦେଖିଲେ ଅନୁଭବ କରିପାରୁଥିବ କିପରି ଅମାନୁଷିକ ଭଳି ଗଛ ସବୁ କାଟି ପକାଇଛନ୍ତି ଦୁର୍ବୃତ୍ତ । ଆଜିର ପରିସ୍ଥିତିରେ ଅମ୍ଳଜାନର ଯେଉଁ ସମସ୍ୟା ଦେଖାଦେଇଛି । ଏହି ପରିସ୍ଥିତିକୁ ଏଡ଼ାଇବା ପାଇଁ ଅଧିକରୁ ଅଧିକ ପରିମାଣରେ ଗଛ ଲଗାଇବା ବଦଳରେ ଅନେକ ଗଛ କରାଯାଉଛି । ଏହି ଅଞ୍ଚଳଟି ଜଙ୍ଗଲ ସୁରକ୍ଷା ଓ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖଙ୍କ ନିର୍ବାଚନ ମଣ୍ଡଳୀ । ଏହି ଜମି ଉପରେ ଆଦିବାସୀମାନେ ଦୀର୍ଘଦିନ ହେଲା ଜୀବନ ଜୀବିକା ନିର୍ବାହ କରୁଥିଲେ । ଏଠାରେ ଥିବା ହଜାର ହଜାର କାଜୁ ଗଛରୁ ଯାହାକିଛି ଆଦାୟ ହୁଏ, ସେଥିରେ ପରିବାର ପ୍ରତିପୋଷଣ କରୁଥିଲେ । ଏବେ ଏହି କାଜୁ ଜଙ୍ଗଲ ଉପରେ ମାଫିଆଙ୍କ ଲୋଲୁପ ଦୁଷ୍ଟି ପଡିଯାଇଛି ।

ସେପଟେ ଆଦିବାସୀମାନେ କହିଛନ୍ତି ଆମର ପେଟପଟଣାର କଥା ମରିବୁ ପଛେ ଛାଡ଼ିବୁ ନାହିଁ । ଏହି ଖବର ପାଇବା ପରେ ଆଦିବାସୀ ନେତାମାନେ ଗ୍ରାମକୁ ଯାଇ କଟାଯାଇଥିବା ଜଙ୍ଗଲକୁ ଦେଖି ଫେରିଛନ୍ତି ବନ ବିଭାଗ ଓ ପ୍ରଶାସନ ତୁରନ୍ତ ଏଥିପ୍ରତି ଦୃଷ୍ଟି ଦେଇ ଦୋଷୀ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି ।

ଭଞ୍ଜନଗରରୁ ରଞ୍ଜନ ସ୍ବାଇଁ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.