ବ୍ରହ୍ମପୁର: କୋଭିଡ ଗାଇଡଲାଇନକୁ ଉଲ୍ଲଙ୍ଘନ । ଗଞ୍ଜାମ ଶେରଗଡ କୃଷ୍ଣଛାଇ ଗାଁରେ ଆୟୋଜିତ ହୋଇଛି କଳସ ଯାତ୍ରା । ଶତାଧିକ ମହିଳା ଓ ପୁରୁଷ ବିନା ମାସ୍କରେ ଏକତ୍ର ହୋଇ କରୁଛନ୍ତି ଗାଁ ପରିକ୍ରମା ।
ସମଗ୍ର ଦେଶରେ କୋରୋନା ମଚାଇଛି ତାଣ୍ଡବ । ଦୈନିକ ହଜାର ହଜାର ଲୋକଙ୍କୁ ମୁଣ୍ଡ ନେଉଛି ମାରାତ୍ମକ ଭୂତାଣୁ । ଆଉ ସଂକ୍ରମଣରେ ରୋକ ଲଗାଇବାକୁ ଦେଶର ବିଭିନ୍ନ ସ୍ଥାନ ସମେତ ଓଡିଶାରେ ଲାଗୁ ହୋଇଛି ଲକଡାଉନ । ଏଭଳି ଚିନ୍ତାଜନକ ସ୍ଥିତିରେ କୃଷ୍ଣଛାଇ ଗାଁରେ କଳସଯାତ୍ରା ସମସ୍ତଙ୍କୁ କରିଛି ଆଚମ୍ବିତ ।
ଗାଁରେ ଲକ୍ଷ୍ମୀ ନୃସିଂହ ମନ୍ଦିର ପ୍ରତିଷ୍ଠା ପାଇଁ କଳସଯାତ୍ରା ଅନୁଷ୍ଠିତ ହେଉଥିବା ବେଳେ ଏଠାରେ ଶହ ଶହ ମହିଳା ଓ ପୁରୁଷ ବିନା ମାସ୍କରେ କୈଣସି ସାମାଜିକ ଦୂରତ୍ବରେ ପରିକ୍ରମା କରିଛନ୍ତି । ହେଲେ ଏଭଳି ଆୟୋଜନ କାହା ଅନୁମତିରେ ହୋଇଛି , ସେ ନେଇ ଉଠିଛି ବିରାଟ ପ୍ରଶ୍ନବାଚୀ ।
ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ