ବ୍ରହ୍ମପୁର: ପୁଣି ଚର୍ଚ୍ଚାରେ ବ୍ରହ୍ମପୁର ଏମ୍.କେ.ସି.ଜି ମେଡିକାଲ । ଏମ୍ବିବିଏସ୍ ପଢ଼ୁଥିବା ଛାତ୍ରୀଙ୍କ ଗାଲ ଓ ହାତକୁ କାମୁଡି ଗିରଫ ହେଲେ ହାଉସ ସର୍ଜନ ଡାକ୍ତର । ତେବେ ଗିରଫ ଡାକ୍ତର ଜଣକ ହେଲେ ଡାକ୍ତର ସୁପନ କୁମାର ପାଢୀ ।
ତେବେ ସୂଚନା ଅନୁଯାୟୀ, ଏମ୍.କେ.ସି.ଜି ମେଡିକାଲ କଲେଜରେ ଏମ୍ବିବିଏସ୍ ଶେଷ ବର୍ଷର ଜଣେ ୨୨ ବର୍ଷୀୟ ଛାତ୍ରୀଙ୍କୁ ମେଡିକାଲର କାର୍ଯ୍ୟରତ ହାଉସ ସର୍ଜନ ଜଣଙ୍କ ଶାରୀରିକ ନିର୍ଯ୍ୟାତନା ଦେଇଥିବା ନେଇ ସହରର ବୈଦ୍ୟନାଥପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ ଖୋଦ୍ ଛାତ୍ରୀ ଜଣକ ।
ଏନେଇ ଅଭିଯୋଗ ପରେ ପୋଲିସ ଛାତ୍ରୀଙ୍କ ଡାକ୍ତରୀ ପରୀକ୍ଷା କରାଯିବା ସହ ଏହି ଘଟଣାରେ ସମ୍ପୃକ୍ତ ରହିଥିବା ଡାକ୍ତରଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ ।
ଇଟିଭି ଭାରତ, ବ୍ରହ୍ମପୁର