ETV Bharat / state

ରାଧାକୃଷ୍ଣ ବେଶରେ ହୋଲି ଖେଳିଲେ ରେଶମ ସହରର ଛୋଟ ଶିଶୁ - ଭାଇଚାରାର ପର୍ବ ହୋଲି

ହୋଲିକୁ ନେଇ ସାରା ଦେଶରେ ଆୟୋଜିତ ହେଉଛି ଭଳିକ ଭଳି କାର୍ଯ୍ୟକ୍ରମ । ଏନେଇ ରାଧାକୃଷ୍ଣ ବେଶରେ ହୋଲି ଖେଳିଛନ୍ତି ରେଶମ ସହରର ଛୋଟ ଛୋଟ ଶିଶୁ । ଅଧିକ ପଢନ୍ତୁ

Holi Celebration
Holi Celebration
author img

By

Published : Mar 7, 2023, 4:17 PM IST

Holi Celebration

ବ୍ରହ୍ମପୁର: ଆଜି ପବିତ୍ର ଦୋଳପୂର୍ଣ୍ଣିମା। ଆନନ୍ଦ ଓ ଭାଇଚାରାର ପର୍ବ ହୋଲି । ହୋଲିକୁ ନେଇ ସାରା ଦେଶରେ ଆୟୋଜିତ ହେଉଛି ଭଳିକ ଭଳି କାର୍ଯ୍ୟକ୍ରମ। ଆଉ ଏଭଳି ସମୟରେ ବ୍ରହ୍ମପୁର ସହରରେ ରଙ୍ଗର ଏହି ପର୍ବକୁ ଛୋଟ ଶିଶୁଙ୍କ ମଧ୍ୟରେ ବେଶ ଖୁସିର ସହକାରେ ପାଳନ କରାଯାଇଛି । ଯାହାକି ରାଧାକୃଷ୍ଣ ବେଶରେ ହୋଲି ଖେଳିଛନ୍ତି ରେଶମ ସହରର ଛୋଟ ଶିଶୁମାନେ । ବ୍ରହ୍ମପୁର ସହରର ବ୍ରଜନଗର ଠାରେ ଏହି ଅବସରରେ ଆୟୋଜିତ ହୋଇଯାଇଛି ଏହି କାର୍ଯ୍ୟକ୍ରମ। ଏଥିରେ ଶିଶୁ ମାନେ ସାତ ରଙ୍ଗରେ ରଙ୍ଗେଇ ହୋଇ ପରସ୍ପର ମଧ୍ୟରେ ଫଗୁ ଓ ଅବିର ବୋଳି ଦହିହାଣ୍ଡି ଭାଙ୍ଗି ଏହାର ବେଶ ମଜ୍ଜା ଉଠାଇଥିଲେ ।

ମୁଖ୍ୟତଃ ଶିଶୁମାନଙ୍କ ମଧ୍ୟରେ ରଙ୍ଗ କଣ ଏହାର ବ୍ୟବହାର ଏବଂ ହୋଲି ପର୍ବ ସଂପର୍କରେ ଅଧିକ ସୂଚନା ପ୍ରଦାନ କରାଯାଇଥିଲା। ଏଥି ସହିତ ଏଥିରେ ସଂପୃକ୍ତ ରହିଥିବା ପୌରାଣିକ କଥାବସ୍ତୁକୁ ନେଇ ସାମୂହିକ ଭାବରେ ଏହାକୁ ପାଳନ କରିବା ପାଇଁ ଆୟୋଜକଙ୍କ ପକ୍ଷରୁ ଏଭଳି ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ କରାଯାଇଥିଲା । ଏଥିରେ ଶିଶୁ ମାନଙ୍କ ମଧ୍ୟରେ ଗୋଟିଏ ପଟେ ରଙ୍ଗ ଖେଳ ସାଙ୍ଗକୁ ଚିତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ବେଶ ଆକର୍ଷଣୀୟ ରହିଥିଲା । ପବିତ୍ର ଦୋଳପୂର୍ଣ୍ଣିମା ଅବସରରେ ଏଭଳି ଶିଶୁ ମାନଙ୍କ କ୍ଷେତ୍ରରେ ହୋଲି ଖେଳ ଆୟୋଜିତ ହୋଇଥିବା ବେଳେ ଶିଶୁମାନଙ୍କ ଅଭିଭାବକ ମାନଙ୍କୁ ମଧ୍ୟ ସାମିଲ କରାଯାଇଥିଲା ।

ସେପଟେ ଶିଶୁମାନଙ୍କୁ ଅଧିକ ମାତ୍ରାରେ ହରବାଲ ରଙ୍ଗ ବ୍ୟବହାର ଉପରେ ଗୁରୁତ୍ୱ ଦେଇଛନ୍ତି ଶିଶୁ ରୋଗ ବିଶେଷଜ୍ଞ । ଏପରିକି ଶିଶୁମାନଙ୍କ ଠାରୁ ରସାୟନିକ ରଙ୍ଗ କିମ୍ବା ଅଳତା ଠାରୁ ଶିଶୁଙ୍କୁ ଯଥା ସମ୍ଭବ ଦୂରେଇ ରଖିବାକୁ ସେ ପରାମର୍ଶ ଦେଇଥିଲେ । ମୁଖ୍ୟତଃ ଦୋଳପୂର୍ଣ୍ଣିମା ସହିତ ବିଭିନ୍ନ ପୁରାଣର କାହାଣୀ ସଂଯୁକ୍ତ ହୋଇ ରହିଛି । ଗୋଟିଏ ପଟେ ରାଧା-କୃଷ୍ଣ ପ୍ରେମ ଗାଥାର ସହିତ ପୌରାଣିକ କଥାବସ୍ତୁ ସାମିଲ ହୋଇ ରହିଥିବା ଦେଖାଯାଏ । ରଙ୍ଗର ରଙ୍ଗୀନ ଖେଳ ଓ ହୋଲିକା ଦହନର ଅଗ୍ନି ଔଜ୍ଜଲ୍ୟ ଏ ଉଭୟ ଦୃଷ୍ଟି ଶକ୍ତି ଉପରେ ଶୁଭଙ୍କର ପ୍ରତୀକର ବିଜୟକୁ ଏହି ପର୍ବ ସହିତ ସମ୍ମିଳିତ କରି ରଖି ଆସିଛି । ରାଧା-ଶ୍ରୀକୃଷ୍ଣଙ୍କ ପ୍ରେମ ପ୍ରଣୟର ଲୀଳା, ଦୋଳ ଓ ରଙ୍ଗର ଖେଳ ବ୍ୟତୀତ ଅନ୍ୟ ଯେଉଁ ସବୁ ଆଖ୍ୟାନ ଉପାଖ୍ୟାନ ଏହି ଦୋଳ-ହୋଲି ଯୁଗ୍ମପର୍ବ ଦିବସ ସହିତ ସଂପୃକ୍ତ ।

ଏପରିକି ଓଡ଼ିଆ ପଞ୍ଜିକା ଅନୁସାରେ ଫାଲଗୁନ ମାସର ପୂର୍ଣ୍ଣିମା ତିଥି ଦୋଳପୂର୍ଣ୍ଣିମା ନାମରେ ଅଭିହିତ । ଫାଲଗୁନ ଶୁକ୍ଳ ଦଶମୀ ତିଥି ଠାରୁ ଦୋଳଯାତ୍ରା ସାଧାରଣତଃ ଆରମ୍ଭ ହୋଇଥାଏ । ଏହି ପର୍ବର ମୁଖ୍ୟ ଆରାଧ୍ୟ ଠାକୁର ରାଧା ଓ କୃଷ୍ଣଙ୍କ ନିକଟରେ ଏହି ଦିନ ଠାରୁ ଅବିର ଅର୍ପଣ କରାଯାଇଥାଏ । ରାଧା କୃଷ୍ଣଙ୍କ ଯୁଗଳମୂର୍ତ୍ତିକୁ ମହାଡମ୍ବର ସହକାରେ ଗ୍ରାମର ପ୍ରତ୍ୟେକଙ୍କ ଦ୍ୱାରକୁ ନିଆଯାଇଥାଏ । ପ୍ରାୟତଃ ପ୍ରତ୍ୟେକ ଦ୍ୱାରରେ ଠାକୁରଙ୍କୁ ଭୋଗ ଅର୍ପଣ କରାଯାଏ । ଠାକୁରଙ୍କ ଉଦ୍ଦେଶ୍ୟରେ ପ୍ରତ୍ୟେକ ଦ୍ୱାରରେ ଅର୍ପିତ ଭୋଗକୁ ଦ୍ୱାରୀ ଭୋଗ କୁହାଯାଇଥାଏ ।

ଦୋଳପୂର୍ଣ୍ଣମୀ ଦିନ ସାଧାରଣତଃ ଠାକୁରମାନଙ୍କୁ ମନ୍ଦିରର ଦକ୍ଷିଣପୂର୍ବ ଦିଗରେ ନିର୍ମିତ ହୋଇଥିବା ଏକ ମଣ୍ଡପ ଉପରକୁ ନିଆଯାଇଥାଏ । ସେହି ମଣ୍ଡପର ନାମ ଦୋଳ ମଣ୍ଡପ । ସେଠାରେ ପୂଜାର୍ଚ୍ଚନା କରାଯିବା ସଙ୍ଗେ ସଙ୍ଗେ ଠାକୁରମାନେ ଦୋଳି ଖେଳନ୍ତି ଓ ସେଠାରେ ନାଲି ଅବିର ଅର୍ପଣ କରାଯାଇଥାଏ । ସାରା ଓଡ଼ିଶାର ପୁରପଲ୍ଲୀ ଫଗୁ ଦଶମୀ ଠାରୁ ଦୋଳଯାତ୍ରାର ଉତ୍ସାହ ଉଦ୍ଦୀପନାରେ ଝୁମି ଉଠେ । ଗାଁ ଗାଁରେ ରାଧାକୃଷ୍ଣ ମନ୍ଦିରରେ କିମ୍ବା ଶ୍ରୀଜଗନ୍ନାଥ ମନ୍ଦିରରେ ଚଳନ୍ତି ପ୍ରତିମାକୁ ଦୋଳ ବା ବିମାନରେ ବସାଇ ଗ୍ରାମ ପରିକ୍ରମା ଆରମ୍ଭ କରାଯାଇଥାଏ ।

ଇଟିଭି ଭାରତ, ବ୍ରହ୍ମପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.