ETV Bharat / state

ସ୍ବାମୀର ଅକଥନୀୟ ନିର୍ଯାତନା; ବନ୍ଦ କୋଠରୀରୁ ଅସହାୟ ମହିଳା ଉଦ୍ଧାର - ଭଞ୍ଜନଗର ଖବର

ସ୍ବାମୀର ଆକ୍ରମଣରେ ଲହୁଲୁହାଣ ମହିଳା । ଏମିତି ଏକ ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ଗୁଗୁଡାରେ । ବନ୍ଦ ଘରୁ ମହିଳାଙ୍କୁ ଉଦ୍ଧାର କରିଛି ବୁଗୁଡା ପୋଲିସ । ଅଧିକ ଖବର ପଢନ୍ତୁ...

ସ୍ବାମୀର ଅକଥନୀୟ ନିର୍ଯାତନା; ବନ୍ଦ କୋଠରୀରୁ ଅସହାୟ ମହିଳା ଉଦ୍ଧାର
ସ୍ବାମୀର ଅକଥନୀୟ ନିର୍ଯାତନା; ବନ୍ଦ କୋଠରୀରୁ ଅସହାୟ ମହିଳା ଉଦ୍ଧାର
author img

By

Published : Dec 17, 2019, 3:08 PM IST

ଭଞ୍ଜନଗର: ସ୍ବାମୀର ଆକ୍ରମଣରେ ଲହୁଲୁହାଣ ମହିଳା । ଏମିତି ଏକ ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ଗୁଗୁଡାରେ । ଏକ ଭଡାଘରେ ରହୁଥିଲେ ପଦ୍ମନାଭ ସାହୁଙ୍କ ତୃତୀୟ ସ୍ତ୍ରୀ ଓ ପୁଅ । ପଦ୍ମନାଭଙ୍କ ପୂର୍ବରୁ ଦୁଇଟି ସ୍ତ୍ରୀ ରହିଛନ୍ତି ହେଲେ ତୃତୀୟ ସ୍ତ୍ରୀ ହୀରା ନାଇକକୁ ସବୁବେଳେ ସେ ମାରପିଟ କରୁଥିଲେ । କିନ୍ତୁ 15 ତାରିଖ ଦିନ ସୀମା ଲଙ୍ଘି ଯାଇଥିଲେ ପଦ୍ମନାଭ । ସ୍ତ୍ରୀ ହୀରାକୁ ଲୁହାରଡ଼ରେ ବାଡେଇ ଗୋଡ଼ ଦୁଇଟିକୁ ଭାଙ୍ଗି ଦେଇଥିବାବେଳେ ହାତ ମଧ୍ୟ ଭାଙ୍ଗି ଦେଇଛନ୍ତି ।

ସ୍ବାମୀର ଅକଥନୀୟ ନିର୍ଯାତନା; ବନ୍ଦ କୋଠରୀରୁ ଅସହାୟ ମହିଳା ଉଦ୍ଧାର

ଯାହାଫଳରେ ହୀରା ଘର ଭିତରେ ଯନ୍ତ୍ରଣାରେ ଛଟପଟ ହେଉଥିଲେ । କଥା ଲୋକଲୋଚନକୁ ଆସିଯିବ ବୋଲି ହୀରାକୁ ମେଡିକାଲକୁ ନ ନେଇ ନିଜେ ପଦ୍ମନାଭ ବ୍ୟାଣ୍ଡେଜ କନା ଆଣି ପ୍ରାଥମିକ ଚିକିତ୍ସା କରିଥିଲେ । ପରେ ତାଲା ପକାଇ ମହିଳାଙ୍କୁ ବନ୍ଦୀ କରି ରଖିଥିଲେ ।

ବନ୍ଦ ଘରୁ ମହିଳା ଓ ତାଙ୍କ ପୁଅର କାନ୍ଦ ଶୁଣି ପାଖ ସାହି ଲୋକ ପୋଲିସକୁ ଖବର ଦେଇଥିଲେ । ପୋଲିସ ଆସି ତାଲା ଭାଙ୍ଗି ମହିଳା ଓ ପୁଅଙ୍କୁ ଘରୁ ଉଦ୍ଧାର କରି ମେଡିକାଲ ନେବା ପରିବର୍ତ୍ତେ ମହିଳାଙ୍କ ବାପ ଘର ପଞ୍ଚଭୂତିରେ ଛାଡି ଚାଲିଯାଇଛନ୍ତି । ସେପଟେ ଘଟଣାରେ ପଦ୍ମନାଭ ହୀରାଙ୍କୁ ଓ ତାଙ୍କ ପରିବାରକୁ ଖୁଲମଖୁଲା ଧମକ ବି ଦେଇଥିବା ଅଭିଯୋଗ ହୋଇଛି । ମାତ୍ର ଏ ଘଟଣାରେ ପୋଲିସ କ୍ୟାମେରା ସାମ୍ନାରେ ମୁହଁ ଖୋଲିନାହିଁ ।

ସୂଚନା ଯୋଗ୍ୟ, ପଦ୍ମନାଭ କରସିଙ୍ଗି ଛକରେ ଘର କାମ କରୁଥିଲେ । ସେପଟେ ପଞ୍ଚଭୂତି ସାହିର ହୀରା ସେଠାକୁ କାମ କରିବାକୁ ଯାଉଥିଲେ । କିଛିଦିନ ପରେ ଉଭୟଙ୍କ ଭିତରେ ପ୍ରେମ ସମ୍ପର୍କ ଗଢିଉଠିଥିଲା ପରେ ବିବାହ ବି କରିଥିଲେ । ହୀରା ଏକ ପୁତ୍ର ସନ୍ତାନ ଜନ୍ମ ଦେବା ପରେ ନିର୍ଯାତନା ଆରମ୍ଭ ହୋଇଯାଇଥିଲା । ସେପଟେ ହୀରା ହରିଜନ ହୋଇଥିବାରୁ ତାଙ୍କୁ କେହିବି ସହାୟତା ପାଇଁ ହାତ ବଢାଉନଥିବା ଏବେ ଚିନ୍ତାର କାରଣ ପାଲଟିଛି ।

ଭଞ୍ଜନଗରରୁ ରଞ୍ଜନ ସ୍ବାଇଁ, ଇଟିଭି ଭାରତ

Intro:anchor_ବନ୍ଦ କୋଠରୀରୁ ଅସହାୟ ମହିଳା କୁ ଉଦ୍ଧାର କଲା ବୁଗୁଡା ପୋଲିସ ସ୍ୱାମୀ ର ଆକ୍ରମଣ ରେ ଲହୁଲୋହାଣ ହୋଇ ଘରେ ପଡ଼ିଥିଲେ
ଗଞ୍ଜାମ ଜିଲ୍ଲା ଗୁଗୁଡା ରେ ଏକ ଭଡାଘରେ ରହୁଥିଲେ ପଦ୍ମନାଭ ସାହୁ ଙ୍କ ତୃତୀୟ ସ୍ତ୍ରୀ ଓ ପୁଅ । ପଦ୍ମନାଭ ଙ୍କ ପୂର୍ବରୁ ଦୁଇଟି ସ୍ତ୍ରୀ ରହିଛି ହେଲେ ତୃତୀୟ ସ୍ତ୍ରୀ ହୀରା ନାଇକ କୁ ସବୁବେଳେ ମାରପିଟ କରୁଥିଲେ କିନ୍ତୁ 15 ତାରିଖ ଦିନ ସୀମା ଲଙ୍ଘି ଯାଇଥିଲେ ପଦ୍ମନାଭ ସ୍ତ୍ରୀ ହୀରା କୁ ଲୁହାରଡ଼ରେ ବାଡେଇ ଗୋଡ଼ ଦୁଇଟି କୁ ଭାଙ୍ଗି ଦେଇଥିବାବେଳେ ହାତଟିକୁ ମଧ୍ୟ ବାଡେଇ ଭାଙ୍ଗି ଦେଇଛନ୍ତି ଜାଫଳରେ ହୀରା ଘର ଭିତରେ ଯନ୍ତ୍ରଣାରେ ଛଟପଟ ହେଉଥାନ୍ତି କଥା ଲୋକଲୋଚନକୁ ଆସିଯିବ ବୋଲି ହୀରାକୁ ମେଡିକାଲକୁ ନ ନେଇ ବେଣ୍ଡିଜ କନା ଆଣି ପଦ୍ମନାଭ ନିଜେ ଭିଡି ଦେଇଛନ୍ତି ଘରେ ତାଲା ପକାଇ ଦେଇଛନ୍ତି ।
ମା ପୁଅର କାନ୍ଦଣା ଶୁଣି ସାହିଲୋକେ ପୋଲିସ କୁ ଖବର ଦେଇଥିଲେ ପୋଲିସ ଆସି ତାଲା ଭାଙ୍ଗି ମା ପୁଅ କୁ ଘରୁ ଉଦ୍ଧାର କରି ମେଡିକାଲ ନେବା ପରିବର୍ତ୍ତେ ବାପା ଘର ପଞ୍ଚଭୂତିରେ ଛାଡି ଚାଲିଯାଇଛନ୍ତି ସେପଟେ ପଦ୍ମନାଭ ହୀରାକୁ ଧମକ ଦେଇଛି ପୋଲିସ କୁ ଘଟଣା ସମ୍ପର୍କରେ କହିଲେ ତତେ ତୋ ପରିବାକୁ ମାରିବେବା ସହ ତୋ ସାନ ଭଉଣୀ ର ଇଜତ ଲୁଟିବି ଏଭଳି ଧମକ ଶୁଣି ହୀରାର ପରିବାର ଭୟଭିତ ଅବସ୍ଥାରେ ଅଛନ୍ତି ଏ ବିଷୟରେ ପୋଲିସ କ୍ୟାମେରା ଆଗରେ କିଛି କହିବାକୁ ମନା କରିଦେଇଛନ୍ତି। ସୂଚନା ପ୍ରକାରେ ପଦ୍ମନାଭ କରସିଙ୍ଗି ଛକରେ ଘର କାମ କରୁଥିଲେ ପଞ୍ଚଭୂତି ହରିଜନ ସାହିର ଲୋକଙ୍କ ସହିତ ହୀରା ସେଠାକୁ ମୁଲ କାମ କରିବାକୁ ଯାଉଥିଲେ କିଛିଦିନ ପରେ ଉଭୟ ଉଭୟଙ୍କୁ ଭଲ ପାଇବସିଲେ କିଛିଦିନ ପରେ ହୀରା ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଲେ ସେହି ଦିନଠାରୁ ନିର୍ଯାତନା ଆରମ୍ଭ ହେଲା ତାପରେ ହୀରା ଜାଣିବାକୁ ପାଇଲେ ପଦ୍ମନାଭ ର ପୂର୍ବରୁ ଦୁଇଟି ସ୍ତ୍ରୀ ଅଛି ହୀରା ହରିଜନ ହୋଇଥିବାରୁ ତାଙ୍କୁ କେହି ସହଯୋଗ କରୁନାହାନ୍ତି ବର୍ତ୍ତମାନ ହୀରା ଅସହ୍ୟ ଯନ୍ତ୍ରଣାରେ ଛଟପଟ ହେଉଥିବାବେଳେ ତାଙ୍କର ଚିକିତ୍ସା କିପରି ହେବ ଚିନ୍ତାରେ ବାପା ମା । ଗୋଟିଏ ପଟେ ଯନ୍ତ୍ରଣା ଅନ୍ୟ ପଟେ ସ୍ୱାମୀର ଧମକ କଣ ହେବ ହୀରାର ଭବିଷ୍ୟତ ତାହା ସମୟ କହିବ
ବାଇଟ-ହୀରା ନାଇକ(ପିଡିତା)
ବାଇଟ-ମାମିନି (ହୀରା ର ସାନ ଭଉଣୀ)
ବାଇଟ-ସୁକୁରି ନାଇକ(ହୀରା ର ମା)

Body:ଭଞ୍ଜନଗର ରୁ ରଂଜନ ସ୍ୱାଇଁ

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.