ETV Bharat / state

ଗଞ୍ଜାମରେ ଘରଘର ବୁଲି ସ୍ବାସ୍ଥ୍ୟ ପରୀକ୍ଷା ଆରମ୍ଭ

ଗଞ୍ଜାମ ଜିଲ୍ଲାରେ ଆରମ୍ଭ ହୋଇଯାଇଛି ଘରକୁ ଘର ବୁଲି ସ୍ବାସ୍ଥ୍ୟ ପରୀକ୍ଷା କରିବା କାର୍ଯ୍ୟକ୍ରମ । ପ୍ରଶାସନ ଦ୍ୱାରା ପ୍ରସ୍ତୁତ ଏକ ଟିମ୍ ଉଭୟ ସହରାଞ୍ଚଳ ଏବଂ ଗ୍ରାମାଞ୍ଚଳରେ ପ୍ରତ୍ୟେକ ପରିବାର ନିକଟକୁ ଯାଇ ଘରର ସଦସ୍ୟଙ୍କ ନାମ, ଟେଲିଫୋନ୍ ନମ୍ବର ଏବଂ ଯଦି କେହି ସ୍ୱାସ୍ଥ୍ୟଗତ ସମସ୍ୟାରେ ପୀଡିତ ଅଛନ୍ତି ତାହାକୁ ପଚାରି ବୁଝିବା ସହ ସମସ୍ତ ତଥ୍ୟ ସଂଗ୍ରହ କରୁଛନ୍ତି । ଅଧିକ ପଢନ୍ତୁ...

author img

By

Published : Apr 10, 2020, 10:56 AM IST

Health check-up will be carried out from house to house in Ganjam
ଗଞ୍ଜାମରେ ଘରକୁ ଘର ବୁଲି କରାଯିବ ସ୍ଥାସ୍ଥ୍ୟ ଯାଞ୍ଚ

ବ୍ରହ୍ମପୁର: କୋରୋନା ଭାଇରସକୁ ରୋକିବା ପାଇଁ କେନ୍ଦ୍ର ସରକାରଙ୍କ ଠାରୁ ଆରମ୍ଭ କରି ରାଜ୍ୟ ସରକାର ପର୍ଯ୍ୟନ୍ତ ସମସ୍ତେ ତପ୍ତର । ଏହାକୁ କିଭଳି ପ୍ରତିହତ କରାଯିବ ସେନେଇ ସରକାର ଭିନ୍ନ ଭିନ୍ନ ପଦକ୍ଷେପ ମଧ୍ୟ ଆପଣାଉଛନ୍ତି । ସେହିପରି ଗଞ୍ଜାମ ଜିଲ୍ଲାରେ ଆରମ୍ଭ ହୋଇଯାଇଛି ଘରକୁ ଘର ବୁଲି ସ୍ବାସ୍ଥ୍ୟ ପରୀକ୍ଷା କରିବା କାର୍ଯ୍ୟକ୍ରମ ।

ପ୍ରଶାସନ ଦ୍ୱାରା ପ୍ରସ୍ତୁତ ସ୍ଥାନୀୟ ଅଙ୍ଗନୱାଡି କର୍ମୀ, ଆଶାକର୍ମୀ, ନିକଟସ୍ଥ ବିଦ୍ୟାଳୟର ଶିକ୍ଷକ ଓ ସ୍ଥାନୀୟ ସ୍ୱାସ୍ଥ୍ୟ ବିଭାଗର ସୁପରଭାଇଜରଙ୍କ ମିଳିତ ଏକ ଟିମ୍ ଉଭୟ ସହରାଞ୍ଚଳ ଏବଂ ଗ୍ରାମାଞ୍ଚଳରେ ପ୍ରତ୍ୟେକ ପରିବାର ନିକଟକୁ ଯାଇ ଘରର ସଦସ୍ୟଙ୍କ ନାମ, ଟେଲିଫୋନ୍ ନମ୍ବର ଏବଂ ଯଦି କେହି ସ୍ୱାସ୍ଥ୍ୟଗତ ସମସ୍ୟାରେ ପୀଡିତ ଅଛନ୍ତି ତାହାକୁ ପଚାରି ବୁଝିବା ସହ ସମସ୍ତ ତଥ୍ୟ ସଂଗ୍ରହ କରୁଛନ୍ତି । ଏପରିକି ଉକ୍ତ ପରିବାର ସଦସ୍ୟଙ୍କ ମଧ୍ୟରୁ କେହି ଯଦି ବିଦେଶରେ ଅଛନ୍ତି ତାହାର ତଥ୍ୟ ମଧ୍ୟ ସଂଗ୍ରହ କରାଯାଉଛି ।

ଆସନ୍ତା ତିନି ଦିନ ମଧ୍ୟରେ ଏହି ଯାଞ୍ଚ କାର୍ଯ୍ୟ ସମ୍ପୂର୍ଣ୍ଣ କରିବା ପାଇଁ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ନିର୍ଦ୍ଦେଶ ଦେଇଥିବା ବେଳେ ସାରା ଜିଲ୍ଲାରେ ଏହି କାର୍ଯ୍ୟ କିଭଳି ହୋଇଛି ତାହାକୁ ଅନୁଧ୍ୟାନ କରିଛନ୍ତି ଜିଲ୍ଲାସ୍ତରର ଅଧିକାରୀ ମାନେ । ଏପରିକି ପ୍ରତ୍ୟେକ ପରିବାରର ସଦସ୍ୟ ମାନେ ଘରୁ ବାହାରିଲେ ମୁହଁକୁ ମାସ୍କ କିମ୍ୱା ରୁମାଲରେ ଆବଦ୍ଧ କରିବାକୁ ପରାମର୍ଶ ଦିଆଯାଇଛି ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.