ଭଞ୍ଜନଗର: ଗର୍ଭବତୀ ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ହନୁମାନ ସାହିରେ ଗୋଟିଏ ଘରୁ ଗର୍ଭବତୀ ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ମୃତ ମହିଳା ହେଲେ ସୁଧୀର ପଣ୍ଡାଙ୍କ ପତ୍ନୀ ମିତା ପଣ୍ଡା । ମୃତ୍ୟୁର କାରଣ ଅସ୍ପଷ୍ଟ ରହିଥିବାବେଳେ ମିତା ଚାରି ମାସର ଗର୍ଭବତୀ ଥିବା ସୂଚନା ରହିଛି ।
ତେବେ ମିତାଙ୍କ ସ୍ୱାମୀ ତାଙ୍କୁ ବିଭିନ୍ନ ସମୟରେ ମାରପିଟ କରିବା ସହିତ ଗଳି ଗୁଲଜ କରୁଥିଲେ ତେଣୁ ସେ ଆତ୍ମହତ୍ୟା କରିଥିବା ଅଭିଯୋଗ କରିଛନ୍ତି ମୃତ ମହିଳାଙ୍କ ବାପା ଅଭିଯୋଗ କରିଛନ୍ତି । ଅନ୍ୟପଟେ ଖବର ପାଇ କବିସୂର୍ଯ୍ୟନଗର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ତଦନ୍ତ ଚଳାଇଛି l
ଇଟିଭି ଭାରତ, ଭଞ୍ଜନଗର