ETV Bharat / state

ନିଆରା ରାକ୍ଷୀ:ବୀର ଯବାନଙ୍କ ପାଇଁ ମନ୍ଦିରରେ ପୂଜା କଲେ ଛାତ୍ରଛାତ୍ରୀ

author img

By

Published : Aug 3, 2020, 2:06 PM IST

Updated : Aug 3, 2020, 3:40 PM IST

ସାରା ରାଜ୍ୟରେ ରାକ୍ଷୀ ପୂର୍ଣ୍ଣିମାର ଉତ୍ସାହ ଜାରି ରହିଥିବା ବେଳେ ଭଞ୍ଜନଗରରେ ପାଳନ ହୋଇଛି ନିଆରା ରାକ୍ଷୀ । ଅଧିକ ପଢନ୍ତୁ...

special puja by guide students, bhanjanagar latest news, guide student's rakhi purnima in bhanjanagar, rakhi for soildiers, ଗାଇଡ ଛାତ୍ରୀଙ୍କ ମନ୍ଦିରରେ ପୂଜାର୍ଚ୍ଚନା, ଭଞ୍ଜନଗର ଲାଟେଷ୍ଟ ନ୍ୟୁଜ୍‌, ଭଞ୍ଜନଗରରେ ଗାଇଡ ଛାତ୍ରୀଙ୍କ ରାକ୍ଷୀ ପୂର୍ଣ୍ଣିମା, ଜବାନଙ୍କ ପାଇଁ ରାକ୍ଷୀ
ଦେଶର ବୀର ଜବାନ ଭାଇଙ୍କ ପାଇଁ ଗାଇଡ୍‌ ଛାତ୍ରୀଙ୍କ ମନ୍ଦିରରେ ପୂଜାର୍ଚ୍ଚନା

ଭଞ୍ଜନଗର: ସାରା ରାଜ୍ୟରେ ରାକ୍ଷୀ ପୂର୍ଣ୍ଣିମାର ଉତ୍ସାହ ଜାରି ରହିଥିବା ବେଳେ ଭାଇ ଭଉଣୀର ପବିତ୍ର ସଂପର୍କକୁ ମନେ ପକାଇ ଭଞ୍ଜନଗରରେ ପାଳନ ହୋଇଛି ନିଆରା ରାକ୍ଷୀ । ରାକ୍ଷୀ ପୂର୍ଣ୍ଣିମା ପରି ଖୁସିର ଅବସରରେ ନିଜ ଜୀବନକୁ ବାଜି ଲଗାଇ ଦେଶ ସୀମାରେ କୋଟି କୋଟି ଦେଶବାସୀଙ୍କ ସୁରକ୍ଷା ପାଇଁ ବିଭିନ୍ନ ପ୍ରାନ୍ତରେ ନିୟୋଜିତ ଥିବା ଯବାନମାନଙ୍କୁ ଉତ୍ସାହିତ କରିବା ପାଇଁ ଗଞ୍ଜାମ ଜିଲ୍ଲା ବୁଗୁଡା ଅଞ୍ଚଳର ସ୍କାଉଟ୍ ଗାଇଡ ଛାତ୍ରଛାତ୍ରୀମାନେ ପାଳିଛନ୍ତି ନିଆରା ରାକ୍ଷୀ ।

ନିଆରା ରାକ୍ଷୀ:ବୀର ଯବାନଙ୍କ ପାଇଁ ମନ୍ଦିରରେ ପୂଜା କଲେ ଛାତ୍ରଛାତ୍ରୀ

ଏହି ଛାତ୍ରଛାତ୍ରୀମାନେ ଜବାନ ଭାଇଙ୍କ ମଙ୍ଗଳ କାମନା କରି ସ୍ଥାନୀୟ ମନ୍ଦିରରେ ରାକ୍ଷୀ ପୂଜା କରିଛନ୍ତି । ପରେ ସୀମାରେ ନିୟୋଜିତ ଥିବା ଯବାନ ଭାଇମାନଙ୍କର ଦୀର୍ଘାୟୁ କାମନା କରି ଡାକରେ ସେମାନଙ୍କ ପାଖକୁ ବିଭିନ୍ନ ରଙ୍ଗ ବେରଙ୍ଗର ସଂପର୍କର ଡୋରି ଥିବା ରାକ୍ଷୀ ପଠାଇଥିବା ଜଣାଇଛନ୍ତି । ତେବେ ମନ୍ଦିରରେ ପୂଜାର୍ଚ୍ଚନା ସହ ଗାଇଡ ଛାତ୍ରୀମାନେ ଜବାନମାନଙ୍କର ଆଶୁ ଆରୋଗ୍ୟ କାମନା କରିଥିବା ପ୍ରକାଶ କରିଛନ୍ତି ।

ଭଞ୍ଜନଗରରୁ ରଞ୍ଜନ ସ୍ବାଇଁ, ଇଟିଭି ଭାରତ

Last Updated : Aug 3, 2020, 3:40 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.