ETV Bharat / state

କ୍ବାରେଣ୍ଟାଇନ ଗୃହରେ ଗୋଷ୍ଠୀ ସଙ୍ଘର୍ଷ

ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ବ୍ଲକ ଯାମଗରଡ଼ା ଆଦର୍ଶବିଦ୍ୟାଳୟର କ୍ବାରେଣ୍ଟାଇନ ଗୃହରେ ପ୍ରବାସୀ ଓଡ଼ିଆଙ୍କ ମଧ୍ୟରେ ଗୋଷ୍ଠୀ ସଂଘର୍ଷରେ ଚାରି ଆହତ । ଅଧିକ ପଢନ୍ତୁ...

Group clashes in Quarantine House
କ୍ବାରେଣ୍ଟାଇନ ଗୃହରେ ଗୋଷ୍ଠୀ ସଙ୍ଘର୍ଷ
author img

By

Published : May 5, 2020, 6:43 PM IST

ଭଞ୍ଜନଗର: କୋରୋନା ପାଇଁ ବିଶ୍ବବାସୀ ଆତଙ୍କିତ ଥିବା ବେଳେ କ୍ବାରେଣ୍ଟାଇନ ଗୃହରେ ଅଭାବନୀୟ ଘଟଣା । ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ବ୍ଲକ ଯାମଗରଡ଼ା ଆଦର୍ଶବିଦ୍ୟାଳୟର କ୍ବାରେଣ୍ଟାଇନ ଗୃହରେ ପ୍ରବାସୀ ଓଡ଼ିଆଙ୍କ ମଧ୍ୟରେ ଗୋଷ୍ଠୀ ସଂଘର୍ଷରେ ଚାରି ଆହତ । ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଆହାତ ମାନଙ୍କୁ ଉଦ୍ଧାର କରି ତଦନ୍ତ ଆରମ୍ଭ କରିଛି।

କ୍ବାରେଣ୍ଟାଇନ ଗୃହରେ ଗୋଷ୍ଠୀ ସଙ୍ଘର୍ଷ

ସୂଚନା ଅନୁଯାୟୀ, ଜଗନ୍ନାଥପ୍ରସାଦ ଅଞ୍ଚଳର ଲୋକ ମାନେ ଜଳଖିଆ ଖାଇ ସଫାସୁତରା କରିଥିବା ବେଳେ ଅନ୍ୟଗୋଷ୍ଠୀର ଲୋକମାନେ ଖାଦ୍ୟ ଏଣେତେଣେ ପକାଇ ଅପରିଷ୍କାର କରିଥିଲେ । ଫଳରେ ଗୋଟିଏ ଗୋଷ୍ଠୀ କାହିଁକି ଅପରିଷ୍କାର କରୁଛ କହିବାରୁ ଦୁଇ ଗୋଷ୍ଠୀ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ଯଦ୍ବାରା ଗୋଟିଏ ଗୋଷ୍ଠୀର ଚାରିଜଣ ଆହାତ ହୋଇଥିଲେ ।

ଏହାପରେ ପୋଲିସ ଓ ପ୍ରଶାସନିକ ଅଧିକାରୀ ମାନେ ପହଞ୍ଚି ଆହତ ଚାରିଜଣକୁ ରାଉତି କ୍ବାରେଣ୍ଟାଇନକୁ ସ୍ଥାନାନ୍ତର କରିଛନ୍ତି । କ୍ବାରେଣ୍ଟାଇନ ଗୃହରେ କୌଣସି ବିଶୃଖଳା କଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସରକାର କଡା ନିର୍ଦ୍ଦେଶ ଦେଇ ଥିଲେ ମଧ୍ୟ ଅମାନିଆ ପ୍ରବାସୀ ଓଡ଼ିଆ ମାନେ କିଛି ନା କିଛି ବିଶୃଖଳା ସୃଷ୍ଟି କରୁଛନ୍ତି ।

ଭଞ୍ଜନଗରରୁ ରଞ୍ଜନ ସ୍ବାଇଁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.