ETV Bharat / state

ବଣଭୋଜି ପାଲଟିଲା ରଣକ୍ଷେତ୍ର, ଗୋଷ୍ଠୀ ସଂଘର୍ଷରେ ଜଣେ ମୃତ 3 ଗୁରୁତର

ଗଞ୍ଜାମ ଜିଲ୍ଲା ପୋଲସରାରେ ବଣଭୋଜି ପାଲଟିଲା ରଣକ୍ଷେତ୍ର । ସାମାନ୍ୟ ବଚସାରୁ ଗୋଷ୍ଠୀ ସଂଘର୍ଷ ଘଟି ଜଣେ ମୃତ୍ୟୁବରଣ କରିଥିବା ବେଳେ ୩ ଜଣ ଗୁରୁତର । ଅଧିକ ପଢନ୍ତୁ...

author img

By

Published : Jun 20, 2021, 10:46 PM IST

group clash in picnic spot 1 death 3 injured in palasora of ganjam
ବଣଭୋଜି ପାଲଟିଲା ରଣକ୍ଷେତ୍ର; ଗୋଷ୍ଠୀ ସଂଘର୍ଷରେ ଜଣେ ମୃତ,3 ଗୁରୁତର

ଭଞ୍ଜନଗର: ବଣଭୋଜି ପାଲଟିଲା ରଣକ୍ଷେତ୍ର । ସାମାନ୍ୟ ବଚସାରୁ ଗୋଷ୍ଠୀ ସଂଘର୍ଷ ଘଟି ଜଣେ ମୃତ୍ୟୁ ବରଣ କରିଥିବା ବେଳେ ୩ ଜଣ ଗୁରୁତର । ଗୁରୁତରଙ୍କୁ ବ୍ରହ୍ମପୁର ବଡ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି । ଏଭଳି ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ପୋଲସରା ଅଞ୍ଚଳର ରାଇମାଳରେ ।

ସୂଚନାଅନୁଯାୟୀ ପୋଲସରା ଥାନା ଅନ୍ତର୍ଗତ ମଧୁପଲ୍ଲୀ ପଞ୍ଚାୟତର କିଛି ଯୁବ ଗୋଷ୍ଠୀ ଓ ପୋଲସରା ଏନଏସି ନିଗମାନନ୍ଦ ନଗର ଏବଂ ମିଲ୍ ସାହିର ଯୁବକ ମାନେ ବଣଭୋଜି ଆୟୋଜନ କିରଥିଲେ । ସେମାନେ ଗୋଛାବାଡି ପଞ୍ଚାୟତ ଧନେଇ ଡ଼୍ୟାମ ନିକଟସ୍ଥ ରାଇମାଳ ମନ୍ଦିର ଠାରେ ଉଭୟ ଗୋଷ୍ଠୀ ପାଖାପାଖି ରହି ବଣଭୋଜି କରିଥିଲେ । ହେଲେ କୌଣସି କାରଣରୁ ଉଭୟଙ୍କ ମଧ୍ୟରେ ଭୟଙ୍କର ଗଣ୍ଡଗୋଳ ହୋଇଥିଲା । ପୋଲସରା ଏନଏସିର ଯୁବକ ମାନେ ସଂଘବଦ୍ଧ ଭାବେ ମଧୁପଲ୍ଲୀ ଯୁବକ ମାନଙ୍କୁ ଅତର୍କିତ ଭାବେ ଆକ୍ରମଣ କରିଥିଲେ । ଉକ୍ତ ଆକ୍ରମଣରେ ମଧୁପଲ୍ଲୀ ପଞ୍ଚାୟତର ବାବୁଲା ପ୍ରଧାନ ପୋଲସରା ମେଡିକାଲରେ ମୃତ୍ୟୁବରଣ କରିଥିଲେ ।

ସେପଟେ ଅନ୍ୟ ଗୁରୁତର ଆହତ ରାଧାଶ୍ୟାମ ପ୍ରଧାନ, ପ୍ରସନ୍ନ ପ୍ରଧାନ, ସନ୍ୟାସୀ ପୋଲେଇଙ୍କୁ ବ୍ରହ୍ମପୁର ମେଡ଼ିକାଲକୁ ସ୍ଥାନାନ୍ତରିତ କରା ଯାଇଛି । ଯାହାକୁ ନେଇ ପୋଲସରା ପୋଲିସ ମେଡ଼ିକାଲରେ ପହଞ୍ଚି ମୃତଦେହ ଜବତ କରିବା ସହ ପରିସ୍ଥିତିକୁ ନିୟନ୍ତ୍ରଣ କରି ଘଟଣାର ତଦନ୍ତ କରୁଥିବା ଜଣାପଡିଛି ।

ଭଞ୍ଜନଗରରୁ ରଞ୍ଜନ ସ୍ବାଇଁ ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.