ETV Bharat / state

ନୂତନ ପ୍ରଜାତିର ମୁରେନିଥିସ ହିବିନୋଇ ମାଛ ଚିହ୍ନଟ

author img

By

Published : Jul 2, 2023, 1:05 PM IST

ଚିହ୍ନଟ ହେଲା ପୁଣି ଏକ ନୂତନ ପ୍ରଜାତିର ମାଛ ମୁରେନିଥିସ ହିବିନୋଇ । ଭାରତୀୟ ପ୍ରାଣୀ ସର୍ଭେକ୍ଷଣ କେନ୍ଦ୍ର ପକ୍ଷରୁ ଏହି ନୂତନ ମାଛକୁ କରାଯାଇଛି ଚିହ୍ନଟ ।

Murenithis hibinoi fish
Murenithis hibinoi fish

ବ୍ରହ୍ମପୁର: ଭାରତୀୟ ପ୍ରାଣୀ ସର୍ଭେକ୍ଷଣ କେନ୍ଦ୍ର ପକ୍ଷରୁ ଚିହ୍ନଟ ହେଲା ପୁଣି ଏକ ନୂତନ ପ୍ରଜାତିର ମାଛ । ଯାହାର ନାମ ମୁରେନିଥିସ ହିବିନୋଇ । ଗଞ୍ଜାମ ଗୋପାଳପୁର ଜେଡଏସଆଇ ପକ୍ଷରୁ ବଙ୍ଗୋପସାଗରରୁ ଭାରତୀୟ ପ୍ରାଣୀ ସର୍ଭେକ୍ଷଣ ଦ୍ୱାରା ଏହି ନୂତନ ପ୍ରଜାତିର ମାଛ ଚିହ୍ନଟ ହୋଇଛି l ଏହି ମାଛ ଅନ୍ୟ କୁଚିଆ ପ୍ରଜାତିର ମାଛ ମାନଙ୍କ ଠାରୁ ସମ୍ପୂର୍ଣ୍ଣ ଭାବରେ ଭିନ୍ନ । ଜାପାନର ବୈଜ୍ଞାନିକ ଡ଼ ୟୁସୁକେ ହିବିନୋଙ୍କ ନାମ ଅନୁସାରେ ମାଛର ନାମକରଣ ହୋଇଛି । ସେ ଏହି ପ୍ରଜାତିରେ ଅଧିକ କାମ କରିଥିଲେ । ଏନେଇ ସୂଚନା ଦେଇଛନ୍ତି ଭାରତୀୟ ପ୍ରାଣୀ ସର୍ଭେକ୍ଷଣର ବୈଜ୍ଞାନିକ ଡ. ଅନିଲ ମହାପାତ୍ର ।

Murenithis hibinoi fish
Murenithis hibinoi fish

ଏହି ମାଛକୁ ପ୍ରଥମେ ବଜାକୁଳ ମିଲନ କଲେଜର ସହ ଅଧ୍ୟାପକ ଡ. ଦୀପାଞ୍ଜନରେ ପଶ୍ଚିମବଙ୍ଗରୁ ସଂଗ୍ରହ କରିଥିଲେ । ଏହାପରେ ମାଛ ବିଷୟରେ ଅଧିକ ତଥ୍ୟ ଜାଣିବା ପାଇଁ ଗୋପାଳପୁର ସ୍ଥିତ ଭାରତୀୟ ପ୍ରାଣୀ ସର୍ଭେକ୍ଷଣକୁ ପଠାଇଥିଲେ । ଏହି ମାଛର ଗବେଷଣା ବୈଜ୍ଞାନିକ ଡ. ଅନିଲ ମହାପାତ୍ର, ଶ୍ରୁଭେନ୍ଦୁ ଶେଖର ମିଶ୍ର, ଡ. ଦୀପାଞ୍ଜନ ରୟ ଏବଂ ଗବେଷକ ସ୍ୱରୂପ ରଞ୍ଜନ ମହାନ୍ତି, ରାଜେଶ କୁମାର ବେହେରା ଏବଂ ସ୍ମୁତିରେଖା ଆଚାର୍ଯ୍ୟ ମିଳିତ ଭାବେ କରିଥିଲେ । ଶେଷରେ ଏହା ଏକ ନୂତନ ପ୍ରଜାତିର ମାଛ ବୋଲି ଚିହ୍ନଟ ହୋଇଥିଲା।

ମାଛର ମେରୁଦଣ୍ଡ ସଂଖ୍ୟା ୧୪୦-୧୪୧ । ଶରୀରର ଉପର ପାର୍ଶ୍ୱ ହଳଦିଆ ବାଦାମୀ ରଙ୍ଗ ଏବଂ ତଳ ପଟ ଧଳା ଏବଂ ଉଭୟ ରଙ୍ଗ ପାର୍ଶ୍ୱରେ ଦେଖାଯାଏ । ଶରୀରର ଉପର ପାର୍ଶ୍ୱରେ କଳା ରଙ୍ଗର ବିନ୍ଦୁ ଭଳି ଗୁଡାଏ ଦାଗ ଦେଖିବାକୁ ମିଳେ ଏବଂ ଏହାର ଦାନ୍ତ ସମ୍ପୂର୍ଣ୍ଣ ଅଲଗା ପ୍ରକାର । ଏହି ପ୍ରଜାତିର ମାଛର ଲମ୍ବ ପ୍ରାୟ ଦେଢ଼ ଫୁଟ ଏବଂ ସରୁ । ନୂତନ ମାଛର ପ୍ରକାର ଭେଦକୁ ନେଇ ଥିବା ଦ୍ଵନ୍ଦକୁ ଦୂର କରିବା ପାଇଁ ଏହାର ଡ଼ିଏନଏ ପରୀକ୍ଷା ମଧ୍ୟ କରାଯାଇଥିଲା । ଶେଷରେ ଏହି ପ୍ରଜାତିର ମାଛ ଭାରତରୁ ମିଳୁଥିବା ଅନ୍ୟ ଏକ ମାଛ ମୁରେନଥିସ ଜିମନୋଟେରସକୁ ଚିଲିକା ହ୍ରଦ ଏବଂ ବାହୁଦା ନଦୀ ମୁହାଣରୁ ସଂଗ୍ରହ କରି ତୁଳନା ମଧ୍ୟ କରିଥିଲେ ।

ପରିଶେଷରେ ମାଛକୁ ନୂତନ ମାଛ ରୂପେ ବିବେଚିତ କରାଯାଇ ଅନ୍ତର୍ଜାତିକ ପତ୍ରିକା ବୁଲେଟିନ ଅଫ ମେରାଇନ ସାଇନ୍ସରେ ଏହାର ସବିଶେଷ ବିବରଣୀ ପ୍ରକାଶ କରାଯାଇଛି । ଏହି ପ୍ରଜାତିର ଆବିଷ୍କାର ପରେ, ବର୍ତ୍ତମାନ ଭାରତରେ ସମୁଦାୟ ଦୁଇଟି ପ୍ରଜାତିର ମୁରେନଥିସ କୋଚିଆ ମାଛ ଅଛନ୍ତି ବୋଲି ବୈଜ୍ଞାନିକ ମାନଙ୍କ ଦ୍ୱାରା ଚିହ୍ନଟ କରାଯାଇଛି । ଏହା ପୂର୍ବରୁ ଗତ ମେ ମାସରେ ଚିଲିକା ହ୍ରଦରୁ ନୂତନ ପ୍ରଜାତିର କୋଚିଆ ମାଛ କଳିଙ୍ଗ ଡୁଣା ନାମରେ ନାମିତ କରାଯାଇଥିଲା ।

ଇଟିଭି ଭାରତ, ବ୍ରହ୍ମପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.