ବ୍ରହ୍ମପୁର: ଗୋପାଳପୁର ଠାରେ ଆୟୋଜିତ ବେଳାଭୂମି ମହୋତ୍ସବର ମୁଖ୍ୟ ଆକର୍ଷଣ ପ୍ରସିଦ୍ଧ କଣ୍ଠଶିଳ୍ପୀ ତଥା ଗୀତିକାର ସୋନୁ ନିଗମ। ଶୀତୁଆ ସନ୍ଧ୍ୟାରେ ସୋନୁଙ୍କ ସଙ୍ଗୀତ ଯାଦୁରେ ଝୁମୁଥିଲେ ଦର୍ଶକ।
ମଞ୍ଚରେ ସୋନୁ ମୁଝସେ ସାଦି କରୋଗୀ, କଲ ହୋ ନା ହୋ ଗୀତ ଗାଇଥିଲେ । ତେବେ କାର୍ଯ୍ୟକ୍ରମ ପରେ ମୁଁ ଓଡିଶାକୁ ବହୁତ ଭଲ ପାଏ ବୋଲି ନିଜ ପ୍ରତିକ୍ରିୟାରେ କହିଥିଲେ ସୋନୁ ନିଗମ। ଶୀତୁଆ ସନ୍ଧ୍ୟାରେ ସୋନୁ ନିଗମଙ୍କ କଣ୍ଠସ୍ବରରେ ମତୁଆଲା ହେବାକୁ ବେଳାଭୂମିରେ ଦେଖିବାକୁ ମିଳିଥିଲା ଖଚାଖଚ ଭିଡ ।
ବ୍ରହ୍ମପୁରରୁ ସମୀର କୁମାର ଆଚାର୍ଯ୍ୟ, ଇଟିଭି ଭାରତ