ETV Bharat / state

୮ ବର୍ଷ ହେଲା ଯନ୍ତ୍ରଣାରେ ଛଟପଟ ଅନିଲ, ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ - helpless anil mohanty

ଭଞ୍ଜନଗର ବ୍ଳକ୍ ମୁଜାଗଡ ଗ୍ରାମ ଅନିଲ ମହାନ୍ତି, ପ୍ରାୟ ୮ ବର୍ଷ ହେଲାଣି ସ୍ନାୟୁ ରୋଗରେ ଆକ୍ରାନ୍ତ ହୋଇ ଶଯ୍ୟାଶାୟୀ ହୋଇଯାଇଛନ୍ତି । ଜମିଜମା, ସୁନା ରୁପା ସବୁ ବିକ୍ରି କରି ପ୍ରାୟ ୧୦ ଲକ୍ଷ ଚଙ୍କା ଖର୍ଚ୍ଚ କରିସାରିଲେଣି । ସେପଟେ ବୁଢା ବାପା ମା ସହ ସ୍ତ୍ରୀ ଏବଂ ଗୋଟିଏ ଝିଅ । ଏବେ ଭଗବାନଙ୍କ ଭରସାରେ ପୁରା ପରିବାର । ଅଧିକ ପଢନ୍ତୁ

ରୋଗ ଶଯ୍ୟାରେ ସ୍ବାମୀ: ଚା’ ବିକି ପରିବାର ପୋଷୁଛି ସ୍ତ୍ରୀ

author img

By

Published : Nov 21, 2021, 9:47 PM IST

ଭଞ୍ଜନଗର: ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବ୍ଳକ୍ ମୁଜାଗଡ ଗ୍ରାମର ଅନିଲ ମହାନ୍ତି । ଦୀର୍ଘଦିନ ଧରି ଶଯ୍ୟାସାୟୀ ହୋଇ ପଡି ରହିଛନ୍ତି ଅନିଲ ମହାନ୍ତି । ଯେଉଁ ବୟସରେ ବାପା ମା’ଙ୍କ ସେବା କରିବା କଥା, ସେତେବେଳେ ଦୀର୍ଘ ବର୍ଷ ହେଲା ବୃଦ୍ଧ ବାପା ମା, ପୁଅର ସେବା କରିଆସୁଛନ୍ତି । ପୁଅର ଏହିପରି ଅବସ୍ଥା ଦେଖି ବାପା ମା ମନ ଅଥୟ । ସବୁକିଛି ଛାଡି ପୁଅ ସେବାରେ ଲାଗି ପଡିଛନ୍ତି ପୁରା ପରିବାର । ଅନୀଲ୍ ସ୍ନାୟୁ ରୋଗରେ ଆକ୍ରାନ୍ତ ହୋଇ ଦୀର୍ଘଦିନ ହେଲା ଶଯ୍ୟାସାୟୀ ।

ରୋଗ ଶଯ୍ୟାରେ ସ୍ବାମୀ: ଚା’ ବିକି ପରିବାର ପୋଷୁଛି ସ୍ତ୍ରୀ

ପ୍ରାୟ ଆଠ ବର୍ଷ ତଳେ ପ୍ରଥମେ ଅନିଲ୍ ହାତରେ କୌଣସି ଜିନିଷ ଧରିବାରେ ଅସମର୍ଥ ହୋଇପଡିଲେ । ସେହି ଦିନଠାରୁ ତାଙ୍କ ଚିକିତ୍ସା ଆରମ୍ଭ ହୋଇଥିଲା । ପ୍ରଥମେ ଭଞ୍ଜନଗର, ବ୍ରହ୍ମପୁର, ଭୁବନେଶ୍ବର ଏମ୍‌ସ, ବିଶାଖାପାଟନମ୍ ପରେ ବେଙ୍ଗାଲୁରୁରେ ଚିକିତ୍ସା କରାଗଲା । କିଛିଦିନ ପର୍ଯ୍ୟନ୍ତ ସେ ଚଲାବୁଲା କରିପାରୁଥିଲେ । ପରେ ଭୁବନେଶ୍ବରରେ ଚିକିତ୍ସା ସମୟରେ ଔଷଧର କୌଣସି ଖରାପ ପ୍ରଭାବ ପଡିବା ପରେ ତାଙ୍କର ଆଉ ହାତଗୋଡ କିଛି କାମ କଲାନାହିଁ । ଠିକ୍ ଭାବେ ଚାଲିପାରିଲେନି କି କଥାବାର୍ତ୍ତା ମଧ୍ୟ କହିପାରିଲେ ନାହିଁ । ତାଙ୍କର ସ୍ନାୟୁ ଦୁର୍ବଳ ହେବା ସହିତ ମାନସିକ ଶକ୍ତି ମଧ୍ୟ ଦୁର୍ବଳ ହେବାକୁ ଲଗିଲା ।

ଶରୀର ସାରା ଘା’ ହୋଇଗଲାଣି ପାଖରେ ଅର୍ଥ ନଥିବାରୁ ଆଉ ଚିକିତ୍ସା କରିପାରୁ ନାହାନ୍ତି l ପରିବାରରେ କୌଣସି ରୋଜଗାର ନଥିବା ହେତୁ ଦିନକୁ ଦୁଇବେଳା ଖାଇବାକୁ ମଧ୍ୟ ମିଳିବା କଷ୍ଟସାଧ୍ୟ ହୋଇପଡିଲା । ଅନିଲଙ୍କ ସ୍ତ୍ରୀ ରଶ୍ମିତା ନିଜ ଘର ବାରଣ୍ଡାରେ ଚାହା ବିକ୍ରି କଲେ ତେଲଲୁଣ ପାଇଁ ଖର୍ଚ୍ଚ ପାଇଁ ଯୋଗାଡ ହୋଇଯାଉଛି । ବୃଦ୍ଧା ବାପା ମାଆଙ୍କ ବୟସ ଷାଠିଏ ପରେ ହୋଇଥିଲେ ମଧ୍ୟ ଭତ୍ତା ଖଣ୍ଡେ ମଧ୍ୟ ମିଳିଲା ନାହିଁ, ମାତ୍ର ପାଞ୍ଚ କିଲୋ ଚାଉଳରେ ଚଳୁଛି ପରିବାର l

ଅନିଲ୍ ନିଜେ ବସିଉଠି ପାରୁନାହାନ୍ତି, ନିଜ ଖାଇବା ପିଇବା କଥା ମଧ୍ୟ ତାଙ୍କ ପକ୍ଷେ ସମ୍ଭବ ହେଉନାହିଁ । ପରିବାରର ସମସ୍ତେ ମିସି ସେଜରୁ ଉଠାଇ ଗାଧୁଆ ଖୁଆଇବା ତାଙ୍କର ନିତ୍ୟକର୍ମ କରାଇବା ଅନେକ କଷ୍ଟ ହେଉଛି । ସଦାସର୍ବଦା ଶୋଇ ରହିବା ଫଳରେ ଦେହସାରା ଅନେକ ଘା’ ହୋଇଗଲାଣି । ଆଜିସୁଦ୍ଧା ପରିବାରରେ ଯାହା ସବୁ ଅର୍ଥ ଥିଲା ଖର୍ଚ୍ଚ ହୋଇଯିବା ପରେ ଘରର ସମସ୍ତ ସୁନା, ରୁପା, ଜମି ବିକ୍ରି କରି ଚିକିତ୍ସାରେ ସରିଗଲାଣି । ଅନିଲଙ୍କ ସାଙ୍ଗସାଥି ମାନଙ୍କ ସାହାଯ୍ୟରେ ଆଜି ସୁଦ୍ଧା ଚିକିତ୍ସା ହୋଇଆସୁଛି । ବନ୍ଧୁବାନ୍ଧବ, ସାହି ପଡିଶାରୁ ଧାର ଉଦ୍ଧାର କରି ଅନେକ ଟଙ୍କା ମଧ୍ୟ କରଜ କରିସାରିଲେଣି ।

ଆଜି ସୁଦ୍ଧା ପ୍ରାୟ ୧୦ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କା ଖର୍ଚ୍ଚ ହୋଇଗଲାଣି । ଏବେ ଉପଜିଲ୍ଲାପାଳଙ୍କ ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ କରିଛନ୍ତି, ତାଙ୍କ ସ୍ବାମୀଙ୍କ ଚିକିତ୍ସା ପାଇଁ । ଅଧିକ ଚିକିତ୍ସା ନିମନ୍ତେ ସହାୟତା ପ୍ରଦାନ କରିବା ସହିତ ପରିବାରରେ ଦୁଇ ବେଳା ଦୁଇମୁଠା ଖାଇବାକୁ ଯୋଗାଇ ଦେବାକୁ ଅନୁରୋଧ କରିଛନ୍ତି ଅନିଲଙ୍କ ସ୍ତ୍ରୀ ରଶ୍ମିତା । ବର୍ତ୍ତମାନ ସମସ୍ତ ଚେଷ୍ଟା ସରିବା ପରେ କେବଳ ସରକାର କିମ୍ବା କୌଣସି ବଦାନ୍ୟ ବ୍ୟକ୍ତିଙ୍କ ସହାୟତା ହିଁ ଏକ ମାତ୍ର ଭରସା ।

ଯଦି କୌଣସି ବଦାନ୍ୟ ବ୍ୟକ୍ତି ଏହି ଅସହାୟ ପରିବାରକୁ ସାହାଯ୍ୟ କରିବାକୁ ଚାହୁଛନ୍ତି ତେବେ ତାଙ୍କର ଏହି ମୋବାଇଲ୍ ନମ୍ବରରେ ଯୋଗାଯୋଗ କରିବା ପାଇଁ ଅନୁରୋଧ କରିଛନ୍ତି ପରିବାର ।

ମୋବାଇଲ୍ ନମ୍ବର୍: ୮୧୧୭୦୮୫୧୧୪

ଭଞ୍ଜନଗରରୁ ରଞ୍ଜନ କୁମାର ସ୍ବାଇଁ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.