ETV Bharat / state

ଗଞ୍ଜାମ ଏସପିଙ୍କ ଅପିଲ; ଗାଇଡଲାଇନ ପାଳନ କର ନହେଲେ କାର୍ଯ୍ୟାନୁଷ୍ଠାନ

author img

By

Published : May 6, 2020, 12:17 PM IST

ବିଭିନ୍ନ ରାଜ୍ୟରୁ ଫେରୁଥିବା ପ୍ରବାସୀ ଓଡିଆମାନେ ସରକାରଙ୍କ ଗାଇଡଲାଇନ ପାଳନ କରିବାକୁ ଗଞ୍ଜାମ ଏସପି ବ୍ରିଜେଶ ରାୟ ଆହ୍ବାନ କରିଛନ୍ତି । ଯେଉଁମାନେ ଏହାକୁ ପାଳନ କରିବେ ନାହିଁ ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ ପ୍ରକାଶ କରିଛନ୍ତି । ଅଧିକ ପଢନ୍ତୁ...

ganjam-sps-appeal-to-surat-returnee-follow-guidelines
ଗଞ୍ଜାମ ଏସପିଙ୍କ ଅପିଲ; ଗାଇଡଲାଇନ ପାଳନ କର ନହେଲେ କାର୍ଯ୍ୟାନୁଷ୍ଠାନ

ବ୍ରହ୍ମପୁର: ବିଭିନ୍ନ ରାଜ୍ୟରୁ ଫେରୁଥିବା ପ୍ରବାସୀ ଓଡିଆମାନେ ସରକାରଙ୍କ ଗାଇଡଲାଇନ ପାଳନ କରିବାକୁ ଗଞ୍ଜାମ ଏସପି ବ୍ରିଜେଶ ରାୟ ଆହ୍ବାନ କରିଛନ୍ତି । ଯେଉଁମାନେ ଏହାକୁ ପାଳନ କରିବେ ନାହିଁ ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ ପ୍ରକାଶ କରିଛନ୍ତି । ଏପରିକି ସେମାନଙ୍କୁ ଅନ୍ୟ ଜିଲ୍ଲାର କ୍ବାରେଣ୍ଟାଇନ ସେଣ୍ଟରକୁ ପଠାଇଦିଆଯିବ ବୋଲି ଏସପି ଚେତାବନୀ ଦେଇଛନ୍ତି ।

ଜିଲ୍ଲାକୁ ଫେରୁଥିବା ପ୍ରବାସୀ ମାନଙ୍କ ପାଇଁ ଗଞ୍ଜାମ ଏସପି ବ୍ରିଜେଶ ରାୟ କହିଛନ୍ତି, ‘ସୁରଟରୁ ଆସୁଥିବା ଭାଇଉଭଣୀମାନେ ସରକାର ଓ ପ୍ରଶାସନର ଗାଇଡଲାଇନକୁ ଅକ୍ଷରରେ ପାଳନ କରନ୍ତୁ ।’ ଅନ୍ୟପକ୍ଷେ ସେମାନଙ୍କ ବ୍ୟବହାରରେ ଶାଳୀନତା ରହିବାର ଆବଶ୍ୟକତା ରହିଥିବା ସେ ଉଲ୍ଲେଖକରିଛନ୍ତି ।

ବର୍ତ୍ତମାନ ସୁରଟରୁ ଆସିବା ପାଇଁ ପ୍ରସ୍ତୁତ ରହିଥିବା ଜନସାଧାରଣଙ୍କୁ ମଧ୍ୟ ଏହି ଅପିଲ ମାଧ୍ୟମରେ କହିଛନ୍ତି । ଯେତେବେଳେ ସେମାନେ ଆସୁଛନ୍ତି, ସରକାରଙ୍କ ସମସ୍ତ ଗାଇଡଲାଇନକୁ ପାଳନ କରିବେ । ଏପରିକି ଯେଉଁ ବ୍ୟକ୍ତି ବିଶେଷମାନେ ଏହାକୁ ପାଳନ କରିବେ ନାହିଁ, ସେମାନଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ । ଆବଶ୍ୟକ ପଡିଲେ ସେମାନଙ୍କୁ ଅନ୍ୟ ଜିଲ୍ଲାର କ୍ବାରେଣ୍ଟାଇନ ସେଣ୍ଟରକୁ ସ୍ଥାନାନ୍ତରିତ କରାଯିବ ବୋଲି କହିଛନ୍ତି ଗଞ୍ଜାମ ଆରକ୍ଷୀ ଅଧୀକ୍ଷକ ବ୍ରିଜେଶ କୁମାର ରାୟ ।

ଏପରିକି ସେମାନଙ୍କ ପରିବାରବର୍ଗ ଯଦି ଏଭଳି ଖବରକୁ ଲୁଚାଇବା ପାଇଁ ଚେଷ୍ଟା କଲେ ସେମାନଙ୍କ ବିରୁଦ୍ଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଏହାସହ ଗଞ୍ଜାମ ଜିଲ୍ଲାକୁ ସୁରକ୍ଷିତ ରଖିବା ପାଇଁ ସମସ୍ତଙ୍କ ସହଯୋଗ କାମନା କରିଛନ୍ତି ଏସପି ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.