ETV Bharat / state

ଜିଲ୍ଲାପାଳଙ୍କ କାର୍ଯ୍ଯାଳୟ ଘେରିଲା ସରପଞ୍ଚ ମହାସଂଘ, ଭୁବନେଶ୍ୱରରେ ହେବ ସମାବେଶ ! - ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ

ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରିଲେ ଗଞ୍ଜାମ ଜିଲ୍ଲାର ସରପଞ୍ଚ ମହାସଂଘର କର୍ମକର୍ତ୍ତା । ବିଭିନ୍ନ ଦାବି ନେଇ ଗଞ୍ଜାମ ଜିଲ୍ଲାପାଳଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରିଛି ସଂଘ । ଦାବିଗୁଡ଼ିକ ପୂରଣ ନହେଲେ ଭୁବନେଶ୍ବରରେ ମହାସମାବେଶ କରିବା ନେଇ ଚେତାବନୀ । ଅଧିକ ପଢ଼ନ୍ତୁ

ବିଭିନ୍ନ ଦାବି ନେଇ ଜିଲ୍ଲାପାଳଙ୍କ କାର୍ଯ୍ଯାଳୟକୁ ଘେରିଲେ ସରପଞ୍ଚ ମହାସଂଘ,  ଭୁବନେଶ୍ୱରେ ହେବ ସମାବେଶ !

author img

By ETV Bharat Odisha Team

Published : Sep 15, 2023, 3:42 PM IST

ganjam-sarapancha-association-protest

ବ୍ରହ୍ମପୁର: ନ୍ୟାର୍ଯ୍ୟ ଅଧିକାର ଦାବିରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରିଲେ ଗଞ୍ଜାମ ଜିଲ୍ଲାର ସରପଞ୍ଚ ମହାସଂଘର ସଦସ୍ୟ । ବିଭିନ୍ନ ଦାବି ନେଇ ଗଞ୍ଜାମ ଜିଲ୍ଲାପାଳଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରିଛି ଏହି ସଂଘ । ଆଗାମୀ ଦିନରେ ସରକାର ଯଦି ଦାବିଗୁଡିକ ପୂରଣ ନକରନ୍ତି ତେବେ ଭୁବନେଶ୍ବରରେ ମହାସମାବେଶ କରିବାକୁ ଚେତାବନୀ ଦେଇଛି ସଂଘ ।

ସରକାରଙ୍କ ପକ୍ଷରୁ ତ୍ରିସ୍ତରୀୟ ପଞ୍ଚାୟତରାଜ ବ୍ଯବସ୍ଥାକୁ ଅଧିକ ଗୁରୁତ୍ୱ ଦିଆଯାଉଥିଲେ ମଧ୍ୟ ଗତ କିଛି ବର୍ଷ ହେଲା ସରପଞ୍ଚ ମାନଙ୍କୁ ସେମାନଙ୍କ ଅଧିକାର ମିଳୁନଥିବା ଅଭିଯୋଗ କରିଛନ୍ତି ସରପଞ୍ଚ ମହାସଂଘ । ଉନ୍ନୟନମୂଳକ କାର୍ଯ୍ୟଠାରୁ ଆରମ୍ଭ କରି ବିଭିନ୍ନ କ୍ଷେତ୍ରରେ ସରପଞ୍ଚ ମାନଙ୍କ ଗୁରୁତ୍ୱ କମିଯାଉଥିବା ସେମାନେ କହିଛନ୍ତି । ଏନେଇ ଗଞ୍ଜାମ ଜିଲ୍ଲାର 22ଟି ବ୍ଲକର ସମସ୍ତ ସରପଞ୍ଚମାନେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ପ୍ରତିବାଦ କରିବା ସହ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବି ପତ୍ର ପ୍ରଦାନ କରିଛନ୍ତି ।

ଯଦି ସରକାର ସେମାନଙ୍କ 29ଟି ଦାବିକୁ ଗୁରୁତ୍ୱ ନଦିଅନ୍ତି ତେବେ ଆଗାମୀ ଦିନରେ ରାଜଧାନୀ ଭୁବନେଶ୍ବରରେ ସମାବେଶ କରାଯାଇ ଏହାକୁ ପ୍ରତିବାଦ କରାଯିବ ବୋଲି ଚେତାବନୀ ଦେଇଛି ସରପଞ୍ଚ ମହାସଂଘ । ଆଉମଧ୍ୟ ସରପଞ୍ଚମାନଙ୍କ କହିବାନୁଯାୟୀ, ପୂର୍ବରୁ ସରକାରଙ୍କ 23ଟି ବିଷୟରେ ସରପଞ୍ଚମାନେ ପଞ୍ଚାୟତର ମୁଖ୍ୟ ଭାବେ କାର୍ଯ୍ୟ କରୁଥିଲେ । ହେଲେ ବର୍ତ୍ତମାନ ସରକାରଙ୍କ ପକ୍ଷରୁ ଆରମ୍ଭ ହୋଇଥିବା ଆମ ଓଡିଶା -ନବୀନ ଓଡ଼ିଶା ଯୋଜନାରେ ପ୍ରତ୍ୟେକ ପଞ୍ଚାୟତକୁ 50 ଲକ୍ଷ ଟଙ୍କା ଲେଖାଏଁ ଅନୁଦାନ ପ୍ରଦାନ କରାଯାଉଛି । ହେଲେ ଏହି ଟଙ୍କା କେଉଁଠି ଖର୍ଚ୍ଚ କରାଯିବ ତାହା ବିଧାୟକମାନେ ନିଷ୍ପତି ନେଉଛନ୍ତି । ଯାହାକୁ ତୀବ୍ର ସମାଲୋଚନା କରିଛି ମହାସଂଙ୍ଘ ।

ସରପଞ୍ଚ ମାନଙ୍କୁ ପ୍ରଦାନ କରାଯାଉଥିବା ମାସିକ ସହାୟତା ରାଶି ବହୁ କମ୍ ରହିଥିବା ବେଳେ ପଲ୍ଲୀସଭା ଓ ଗ୍ରାମସଭାକୁ ଗୁରୁତ୍ୱ ଦେଇ ଉନ୍ନୟନମୂଳକ କାର୍ଯ୍ୟ ଓ ହିତାଧିକାରୀ ଚୟନ କରିବା, ଓ୍ବାର୍ଡ ସଭ୍ୟମାନଙ୍କ ଦ୍ୱାରା ସରପଞ୍ଚଙ୍କ ପାଇଁ ଅଣାଯାଉଥିବା ଅନାସ୍ଥା ପ୍ରସ୍ତାବକୁ ବନ୍ଦ କରିବା, ଭତ୍ତା ବୃଦ୍ଧି ସହ ଅବସର ପରେ ଭତ୍ତା ପ୍ରଦାନ କରାଯିବା, ସରପଞ୍ଚମାନଙ୍କୁ ସ୍ବାସ୍ଥ୍ୟକାର୍ଡ ପ୍ରଦାନ କରାଯିବା , ମୃତ୍ୟୁକାଳୀନ ସହାୟତା ୫୦ ଲକ୍ଷ ଟଙ୍କା ଦେବା, ଜିଲ୍ଲା ସଦର ମହକୁମା ଓ ରାଜଧାନୀରେ ସରପଞ୍ଚ ଭବନ ନିର୍ମାଣ କରିବା ଭଳି ଦାବି ନେଇ ଦାବି ପ୍ରଦାନ କରିଛି ସଂଘ । ପୂର୍ବରୁ ଚତୁର୍ଦ୍ଧଶ ଅର୍ଥ କମିଶନ ଏବଂ ପଞ୍ଚଦଶ ଅର୍ଥ କମିଶନ ପକ୍ଷରୁ ସରପଞ୍ଚ ଏବଂ ପଞ୍ଚାୟତ ଗୁଡିକୁ ଗୁରୁତ୍ୱ ଦିଆଯାଉଥିବା ବେଳେ ଦିନକୁ ଦିନ ତାହକୁ କମ୍ କରାଯାଉଥିବା ନେଇ କ୍ଷୋଭ ପ୍ରକାଶ କରିଛନ୍ତି ମହାସଂଘର କର୍ମକର୍ତ୍ତା ।

ବ୍ରହ୍ମପୁର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.