ETV Bharat / state

କୋଠଘରେ ବୃଦ୍ଧଙ୍କୁ ହତ୍ୟା ମାମଲା: ଅଭିଯୁକ୍ତ ନାତି ଗିରଫ

author img

By

Published : Aug 21, 2020, 8:10 AM IST

ଗଞ୍ଜାମ ଜିଲ୍ଲା ପାଟପୁର ଥାନା ଅନ୍ତର୍ଗତ ଏସ.ଗୋପାଳପୁର ପଞ୍ଚାୟତ ପ୍ରତାପଗିରି ଗ୍ରାମର କୋଠଘରେ ଜଣେ ବୃଦ୍ଧଙ୍କୁ ହତ୍ୟା କରାଯାଇଥିବା ବେଳେ ଗୁରୁବାର ଅଭିଯୁକ୍ତ ନାତିକୁ ଗିରଫ କରିଛନ୍ତି ପୋଲିସ ।

ganjam old man murder case
କୋଠଘରେ ବୃଦ୍ଧଙ୍କୁ ହତ୍ୟା ମାମଲା

ବ୍ରହ୍ମପୁର: ପ୍ରତାପଗିରି ଗ୍ରାମ ବୃଦ୍ଧ ହତ୍ୟା ମାମଲାରେ ଅଭିଯୁକ୍ତ ନାତି ଗିରଫ । ଗଞ୍ଜାମ ଜିଲ୍ଲା ପାଟପୁର ଥାନା ଅନ୍ତର୍ଗତ ଏସ.ଗୋପାଳପୁର ପଞ୍ଚାୟତ ପ୍ରତାପଗିରି ଗ୍ରାମର କୋଠଘରେ ଜଣେ ବୃଦ୍ଧଙ୍କୁ ହତ୍ୟା କରାଯାଇଥିବା ବେଳେ ଗୁରୁବାର ଅଭିଯୁକ୍ତ ନାତିକୁ ଗିରଫ କରିଛନ୍ତି ପୋଲିସ ।

କୋଠଘରେ ବୃଦ୍ଧଙ୍କୁ ହତ୍ୟା ମାମଲା

ସୂଚନା ଅନୁଯାୟୀ, ପୂର୍ବରୁ ପାରିବାରିକ କଳହକୁ ନେଇ ଆର.କାରଡା ପାତ୍ର ଓ ତାଙ୍କ ନାତି ସନ୍ତୋଷ ମଧ୍ୟରେ ପାରିବାରିକ ତିକ୍ତତା ଲାଗି ରହିଥିଲା । ଯାହାକି ଅଜାଙ୍କୁ ଜୀବନରେ ମାରିବା ପାଇଁ ଯୋଜନା କରିଥିଲା ଅଭିଯୁକ୍ତ ସନ୍ତୋଷ । ପ୍ରତ୍ୟେକ ଦିନ ଭଳି ଅଗଷ୍ଟ ୪ ତାରିଖ ରାତିରେ ଗ୍ରାମରେ ରହିଥିବା କୋଠ ଘରକୁ ଖାଇ ସାରିବା ପରେ ରାତ୍ର ଶୋଇବା ପାଇଁ ଯାଇଥିଲେ ଆର.କାରଡା ।

ଏହାର ସୁଯୋଗ ନେଇ ପୂର୍ବରୁ ପ୍ରସ୍ତୁତ ରହିଥିବା ସନ୍ତୋଷ ଏକ ଧାରୁଆ ଅସ୍ତ୍ର ସାହାର୍ଯ୍ୟରେ ଆର.କାରଡାଙ୍କ ବେକକୁ କାଟି ତାଙ୍କୁ ହତ୍ୟା କରିବା ସହ ଘଟଣା ସ୍ଥଳରୁ ଫେରାର ହେଇଥିଲା । ଅଗଷ୍ଟ 5 ସକାଳେ କୋଠଘର ଭିତରେ ବୃଦ୍ଧଙ୍କ ରକ୍ତଭିଜା ମୃତଦେହ ପଡିଥିବା ଦେଖି ପରିବାର ଓ ଗ୍ରାମବାସୀ ପାଟପୁର ଥାନା ପୋଲିସକୁ ଖବର ଦେଇଥିଲେ । ଖବର ପାଇ ପାଟପୁର ପୋଲିସ ଗ୍ରାମରେ ପହଞ୍ଚି ମୃତଦେହ ଉଦ୍ଧାର କରି ଏକ ମାମଲା ରୁଜୁ କରିଥିଲେ ।

ଏପଟେ ଘଟଣାର ତଦନ୍ତ ନିମନ୍ତେ ଆସିକା ଏସଡିପିଓଙ୍କ ନେତୃତ୍ବରେ ପାଟପୁର ଥାନା, ଆସିକା ଥାନା ଓ ବଡଗଡ ଥାନା ଅଧିକାରୀ ମାନଙ୍କୁ ନେଇ ଏକ ଟିମ୍ ଅଭିଯୁକ୍ତଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରାଯାଇଥିବା ଜଣାପଡିଛି ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.