ETV Bharat / state

ଜୁଆ ଆଡ୍ଡାରେ ଚଢାଉ: ୫ ଗିରଫ, 40 ହଜାର ଟଙ୍କା ଜବତ

author img

By

Published : Oct 17, 2021, 10:45 PM IST

କୁମାର ପୂର୍ଣ୍ଣିମା ସମୟରେ ଗଞ୍ଜାମରେ ପ୍ରବଳ ମାତ୍ରାରେ ବୃଦ୍ଧିପାଏ ଜୁଆ ଖେଳ । ପୋଲିସ ଖବର ପାଇ ବିଭିନ୍ନ ଜୁଆ ଆଡ୍ଡା ଉପରେ ଚଢ଼ାଉ କରିଥିଲା। ବାହାଡ଼ା ପଦର ଠାରେ ଜୁଆ ଖେଳ ଚାଲିଥିବାବେଳେ ୫ ଜଣଙ୍କୁ ଗିରଫ କରିବା ସହ ସେମାନଙ୍କ ଠାରୁ ମୋଟ ୪୧, ୯୫୦ଟଙ୍କା ଜବତ କରିଛି। ଅଧିକ ପଢନ୍ତୁ...

ଜୁଆ ଆଡ୍ଡାରେ ଚଢାଉ: ୫ ଜଣଙ୍କୁ ଗିରଫ, ୪୧, ୯୫୦ ଟଙ୍କା ଜବତ

ଭଞ୍ଜନଗର: ଆଗକୁ ଅସୁଛି କୁମାର ପୂର୍ଣ୍ଣିମା । ତେଣୁ ଏହି ସମୟରେ ଗଞ୍ଜାମ ଜିଲ୍ଲାରେ ଜୁଆ ଖେଳ ବହୁ ପରିମାଣରେ ବୃଦ୍ଧି ପାଇଥାଏ। ଏହାକୁ ଦୃଷ୍ଟିରେ ରଖି ଭଞ୍ଜନଗର ପୋଲିସ ବିଭିନ୍ନ ଜୁଆ ଆଡ୍ଡା ଉପରେ ଚଢ଼ାଉ କରିଥିଲା।

ବାହାଡ଼ା ପଦର ଠାରେ ଜୁଆ ଖେଳ ଚାଲିଥିବା ଖବର ପାଇ ସେହି ଜୁଆ ଆଡ୍ଡାରୁ ୫ ଜଣଙ୍କୁ ଗିରଫ କରିବା ସହ ସେମାନଙ୍କ ଠାରୁ ମୋଟ ୪୧, ୯୫୦ଟଙ୍କା ଜବତ କରିଛି ପେଲିସ।

ସେହିପରି ସାନ କୋଦଣ୍ଡା ଠାରେ ଚାଲିଥିବା ଏକ ଜୁଆ ଆଡ୍ଡାରୁ ୪ ଜଣଙ୍କୁ ଗିରଫ କରିବା ସହ ସେମାନଙ୍କ ଠାରୁ ମୋଟ ୧୫,୧୦୦ ଟଙ୍କା ଜବତ କରାଯାଇଛି। ଲାଲସିଙ୍ଗି ଠାରେ ଚାଲିଥିବା ଅନ୍ୟ ଏକ ଜୁଆ ଆଡ୍ଡାରୁ ୮ ଜଣଙ୍କୁ ଗିରଫ କରିବା ସହ ସେମାନଙ୍କ ଠାରୁ ମୋଟ ୩୪,୫୫୦ଟଙ୍କା ଜବତ କରାଯାଇଛି ।

ସମସ୍ତ ୧୭ ଜଣ ଜୁଆଡ଼ିଙ୍କୁ କୋର୍ଟ ଚାଲାଣ କରାଯାଇଛି l ସେହିପରି ଆସିକା ଥାନା ଅଞ୍ଚଳରେ ମଧ୍ୟ ବିଭିନ୍ନ ଜୁଆ ଆଡ୍ଡା ଉପରେ ପୋଲିସ ଚଢ଼ାଉ କରି ୪୨ ଜୁଆଡ଼ିଙ୍କୁ ଗିରଫ କରିଥିବା ବେଳେ ଏକ ଲକ୍ଷ ଟଙ୍କା ଜବତ କରିଛି l ଆଜି(ରବିବାର) ସମସ୍ତ ଜୁଆଡ଼ିଙ୍କୁ କୋର୍ଟ ଚାଲାଣ କରାଯାଇଛି l

ଭଞ୍ଜନଗରରୁ ରଞ୍ଜନ ସ୍ୱାଇଁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.