ETV Bharat / state

CYCLONE JAWAD: ସାମ୍ଭାବ୍ୟ ବାତ୍ୟା ଜୱାଦ ନେଇ ଆତଙ୍କିତ ଚାଷୀ - ବାତ୍ୟା ଜୱାଦକୁ ନେଇ ଆତଙ୍କିତ ଗଞ୍ଜାମ ଚାଷୀ

ବାତ୍ୟା ଜୱାଦର ନାଁ ଶୁଣି ଚାଷୀର ମନରେ ଛନକା ପଶିଲାଣି l ଭଞ୍ଜନଗର,ସୋରଡା, ଆସିକା ଆଦି ସବୁ ଅଞ୍ଚଳର ଚାଷୀ ଆତଙ୍କିତ ହୋଇ ଫସଲ କାଟିବାରେ ଲାଗିଛନ୍ତି । ଅଧିକ ପଢନ୍ତୁ

CYCLONE JAWAD : ସାମ୍ଭାବ୍ୟ ବାତ୍ୟା ଜୱାଦ ନେଇ ଆତଙ୍କିତ ଚାଷୀ

author img

By

Published : Dec 2, 2021, 7:05 PM IST

ଭଞ୍ଜନଗର: ବାତ୍ୟା ଜୱାଦର ନାଁ ଶୁଣି ଚାଷୀର ମନରେ ଛନକା ପସିଲାଣି l ଚାଷ କାମ ଯାହାର କେତେ ସୁଖ ତାହାର ସେହି ସିନା ଦୁନିଆକୁ ଯୋଗଉଛି ଆହାର । ଦୁନିଆକୁ ଆହାର ଯୋଗଉଥିବା ଚାଷୀ ବାତ୍ୟା ଭୟରେ ଆତଙ୍କିତ । ଗଞ୍ଜାମ ଜିଲ୍ଲାକୁ ବାତ୍ୟା ଭୟ ପାଣିପାଗ ବିଭାଗ ଘୋଷଣା କରିବା ପରେ ଭଞ୍ଜନଗର,ସୋରଡା, ଆସିକା ଆଦି ସବୁ ଅଞ୍ଚଳର ଚାଷୀ ଆତଙ୍କିତ ହୋଇ ଫସଲ ସଂଗ୍ରହ କରିବାରେ ଲାଗିଛନ୍ତି । ଗଞ୍ଜାମ ଜିଲ୍ଲାର ବହୁ ଅଞ୍ଚଳର ଅଧିକାଂଶ ଲୋକ ଚାଷ କାମ ଉପରେ ନିର୍ଭର କରିଥାନ୍ତି ।

CYCLONE JAWAD : ସାମ୍ଭାବ୍ୟ ବାତ୍ୟା ଜୱାଦ ନେଇ ଆତଙ୍କିତ ଚାଷୀ

ଧାନ ,ପରିବା ଚାଷ କରି ସୁନାମ ଅର୍ଜନ କରିଥାନ୍ତି । କିନ୍ତୁ ଏହି ବର୍ଷ ଧାନ ରୋଇବା ଆରମ୍ଭରୁ ବର୍ଷାର ଅଭାବ ଦେଖାଦେଇଥିଲା । ଫଳରେ ବହୁ ଚାଷଙ୍କ ଜମି ପଡିଆ ପଡିଛି l ତଳିଆ ଅଞ୍ଚଳରେ ତିନି ଥର ତଳି ପକାଇ ବହୁ କଷ୍ଟ ରେ ଧାନ ବୁଣି ଥିଲା ଚାଷୀ । ଧାର ଉଧାର କରି ଧାନ,ପରିବା ଲଗାଇ ଥିଲା । ହେଲେ ବର୍ତ୍ତମାନ ଅମଳ ସମୟ । ଠିକ ସମୟରେ ଲଘୁଚାପ ବର୍ଷା ସହିତ ବାତ୍ୟାର ଭୟ ରହିଛି । କଣ କରିବ ଚାଷୀ ଭାବି ପାରୁ ନାହିଁ । ପାଚିଲା ଧାନକୁ ପ୍ରାଣ ବିକଳରେ କାଟି ଆଣୁଛି । ଦଶ ଦିନ ତଳେ ଲଘୁଚାପ ଜନିତ ଲଗାଣ ବର୍ଷା ହୋଇ ପାଣିରେ ଧାନ ଭିଜି କିଛି ନଷ୍ଟ ହୋଇଥିଲା । ଯଦି ବର୍ଷା ହୁଏ । ତାହା ହେଲେ ଚାଷୀର ମେରୁଦଣ୍ଡ ଦୋହଲିଯିବ । ଧାର କରଜ କରି ସୋସାଇଟିରୁ ଋଣ କରିଥିବା ଚାଷୀ ସୁଝିବା କଷ୍ଟ ସାଧ୍ୟ ହେବ । ପାଚିଲା ଧାନକୁ ରଖିବା ମଧ୍ୟ ମୁସ୍କିଲ । ଯଦି ବର୍ଷା ହେବ । ତାହା ହେଲେ ପାଚିଲା ଧାନ ଗଜା ହୋଇଯିବ ଭାବି ଆଶଙ୍କାରେ ଚାଷୀ ।

ଭଞ୍ଜନଗରରୁ ରଞ୍ଜନ ସ୍ୱାଇଁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.