ETV Bharat / state

ନାତୁଣୀର ଚିକିତ୍ସା ପାଇଁ ବୃଦ୍ଧ ଦମ୍ପତିଙ୍କୁ ହତ୍ୟା କଲା ନାତୁଣୀ ଜ୍ବାଇଁ

author img

By

Published : May 3, 2021, 2:58 PM IST

ଗଞ୍ଜାମରେ ବୃଦ୍ଧ ଦମ୍ପତିଙ୍କୁ ହତ୍ୟା ଘଟଣା । ଗିରଫ ହେଲା ଅଭିଯୁକ୍ତ । ଅଧିକ ପଢନ୍ତୁ...

ganjam double murder case
ବୃଦ୍ଧ ଦମ୍ପତିଙ୍କୁ ହତ୍ୟା ଘଟଣା, ଗିରଫ ହେଲେ ଅଭିଯୁକ୍ତ

ଭଞ୍ଜନଗର : ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ଶିଶୁଣ୍ଡା ଗାଁ ନିକଟ କାଜୁଜଙ୍ଗଲରେ ହୋଇଥିବା ବୃଦ୍ଧ ଦମ୍ପତିଙ୍କ ଡବଲ ମର୍ଡର ଘଟଣାର ପର୍ଦ୍ଦାଫାଶ ହୋଇଛି । ଅଭିଯୁକ୍ତ ମାନଙ୍କୁ ଗିରଫ କରିଛି ପୋଲିସ । ଏହା ସହ ହତ୍ୟାରେ ବ୍ୟବହୃତ ଶାବଳ ଏବଂ ଗୋଟିଏ ମୋବଇଲ ଜବତ କରିଛି । ଏକ ସାମ୍ବାଦିକ ସମ୍ମିଳନୀ କରି ହତ୍ୟା ଘଟଣାର ସମ୍ପୂର୍ଣ ବିବରଣୀ ପ୍ରକାଶ କରିଛନ୍ତି ଥାନା ଅଧିକାରୀ । ଅଭିଯୁକ୍ତ ମାନେ ହେଲେ ଆସିକା ଥାନା ବଜ୍ରକୋଟ ଗାଁର ଭାସ୍କର ପାତ୍ର ଓ ପୋଲସରା ଥାନା କଳମ୍ବ ଗ୍ରାମର ପ୍ରକାଶ ପାତ୍ର ।

ସୂଚନା ଅନୁସାରେ, ବୃଦ୍ଧ ଦମ୍ପତି କାଜୁ ଜଙ୍ଗଲରେ ରୁହନ୍ତି । ବୃଦ୍ଧ ଭୀମ ପ୍ରଧାନ ନାତୁଣୀଙ୍କ ସ୍ବାସ୍ଥ୍ୟ ଖରାପ ରହୁଥିବାରୁ ତାକୁ ସେ ଜଡ଼ିବୁଟି ଔଷଧ ଦେଇ ଚିକିତ୍ସା କରୁଥିଲେ । କିନ୍ତୁ ନାତୁଣୀର ସ୍ଵାସ୍ଥ୍ଯରେ କିଛି ପରିବର୍ତ୍ତନ ଆସିଲାନାହିଁ । ଏହାକୁ ପ୍ରତିବାଦ କରି ନାତୁଣୀ ଜ୍ବାଇଁ ଏବଂ ତାର ସାଙ୍ଗ ପ୍ରକାଶ ଆସି କାଜୁ ଜଙ୍ଗଲରେ ଯୋଜନା ମୁତାବକ ହତ୍ୟାର ପୂର୍ବଦିନ ରାତିରେ ଲୁଚି ରହିଥିଲେ । ପରେ ବୃଦ୍ଧ ଦମ୍ପତିଙ୍କ ସହ ପାଟିତୁଣ୍ତ କରିବା ସହ ଭୀମଙ୍କୁ ହତ୍ୟା କରିଥିଲେ । ପରେ ଭୀମଙ୍କ ସ୍ତ୍ରୀଙ୍କୁ ପ୍ରମାଣ ଲୁଚାଇବା ପାଇଁ ହତ୍ୟା କରି ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ ।

ଭଞ୍ଜନଗରରୁ ରଞ୍ଜନ ସ୍ବାଇଁ , ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.