ETV Bharat / state

ସମ୍ଭାବ୍ୟ ବାତ୍ୟା ମୁକାବିଲା ପାଇଁ ଗଞ୍ଜାମ ଜିଲ୍ଲା ପ୍ରଶାସନର ପ୍ରସ୍ତୁତି

author img

By ETV Bharat Odisha Team

Published : Dec 3, 2023, 3:34 PM IST

ସମ୍ଭାବ୍ୟ ବାତ୍ୟା ମୁକାବିଲା ପାଇଁ ଗଞ୍ଜାମ ଜିଲ୍ଲା ପ୍ରଶାସନର ପ୍ରସ୍ତୁତି । ଫସଲ ଅମଳ ଚାଲିଥିବାରୁ ବର୍ଷା ଦାଉରୁ ଏହାର ସଂରକ୍ଷଣ ପାଇଁ ଗୁରୁତ୍ବ । ଅଧିକ ପଢନ୍ତୁ

ସମ୍ଭାବ୍ୟ ବାତ୍ୟା ମୁକାବିଲା ପାଇଁ ଗଞ୍ଜାମ ଜିଲ୍ଲା ପ୍ରଶାସନର ପ୍ରସ୍ତୁତି
ସମ୍ଭାବ୍ୟ ବାତ୍ୟା ମୁକାବିଲା ପାଇଁ ଗଞ୍ଜାମ ଜିଲ୍ଲା ପ୍ରଶାସନର ପ୍ରସ୍ତୁତି
ସମ୍ଭାବ୍ୟ ବାତ୍ୟା ମୁକାବିଲା ପାଇଁ ଗଞ୍ଜାମ ଜିଲ୍ଲା ପ୍ରଶାସନର ପ୍ରସ୍ତୁତି

ବ୍ରହ୍ମପୁର: ବଙ୍ଗୋପସାଗରରେ ଦାନା ବାନ୍ଧୁଛି ବାତ୍ୟା ମିଚୌଙ୍ଗ । ଏହି ବାତ୍ୟା ଆନ୍ଧ୍ର ଓ ତାମିଲନାଡୁ ମଧ୍ୟରେ ଉପକୂଳ ଛୁଇଁବାର ସମ୍ଭାବନା ଥିବାବେଳେ ଏହାର ପ୍ରଭାବରେ ଓଡ଼ିଶାରେ ପ୍ରବଳ ବର୍ଷା ହେବ । ଏହି ଦୃଷ୍ଟିରୁ ସମ୍ଭାବ୍ୟ ବାତ୍ୟା ମୁକାବିଲା ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛି ଗଞ୍ଜାମ ଜିଲ୍ଲା ପ୍ରଶାସନ । ଏହି ପରିପ୍ରେକ୍ଷୀରେ ସଦର ମହକୁମ୍ମା ଛତ୍ରପୁରସ୍ଥିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଓସ୍ୱାନ କକ୍ଷରେ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡାଙ୍କର ଅଧ୍ୟକ୍ଷତାରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ସମ୍ଭାବ୍ୟ ବାତ୍ୟା ସୂଚନା ଏବଂ ଏନେଇ ସାରା ଜିଲ୍ଲାରେ କିପରି ସତର୍କତାମୂଳକ ପଦକ୍ଷେପ ସହିତ ପରିସ୍ଥିତିକୁ ମୁକାବିଲା କରାଯାଇପାରିବ ସେନେଇ ବିଭିନ୍ନ ଆଲୋଚନା କରାଯାଇଛି ।

ସ୍ବତନ୍ତ୍ର ରିଲିଫ କମିଶନଙ୍କ ନିର୍ଦ୍ଦେଶନାମା ଅନୁଯାୟୀ, ପ୍ରବଳ ବର୍ଷା ନେଇ ଗଞ୍ଜାମ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ଆସନ୍ତା ୫ ତାରିଖ ଠାରୁ ୭ ତାରିଖ ତିନି ଦିନ ଧରି ଜିଲ୍ଲାରେ ବର୍ଷା ସମ୍ଭାବନା ରହିଛି । ବର୍ତ୍ତମାନ ଜିଲ୍ଲାର ଅନେକ ଅଞ୍ଚଳରେ ଫସଲ ଅମଳ ହେଉଥିବାରୁ ଏହି ଖାଦ୍ୟଶସ୍ୟର ସଂରକ୍ଷଣ ଏବଂ ଜମିରେ ଥିବା ଫସଲକୁ କିପରି ବର୍ଷା ଦାଉରୁ ରକ୍ଷା କରାଯାଇପାରିବ ସେନେଇ ଗୁରୁତ୍ୱ ଦେବା ପାଇଁ ଉପସ୍ଥିତ ଲାଇନ ଡିପାର୍ଟମେଣ୍ଟ ଏବଂ ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀଙ୍କୁ ପରାମର୍ଶ ଦିଆଯାଇଛି । ଏଥିସହ ବାତ୍ୟା ପାଇଁ ସମୁଦ୍ର ଅଶାନ୍ତ ରହୁଥିବା ଯୋଗୁଁ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ମଧ୍ୟକୁ ନଯିବାକୁ ବାରଣ କରାଯାଇଛି ।

ଏହା ମଧ୍ୟ ପଢନ୍ତୁ: ସମ୍ଭାବ୍ୟ ବାତ୍ୟା, କାଲିଠୁ ୭ଯାଏଁ ରାଜ୍ୟରେ ବର୍ଷା !

ଗଞ୍ଜାମ ଜିଲ୍ଲାର ୫ଟି ବ୍ଲକ ଛତ୍ରପୁର, ଗଞ୍ଜାମ, ଖଲ୍ଲିକୋଟ, ରଙ୍ଗେଇଇଲୁଣ୍ଡା, ଚିକିଟି ସମୁଦ୍ର ଉପକୂଳ ଅଞ୍ଚଳ ରହିଛି । ଏହି ବ୍ଲକଗୁଡିକ ଉପରେ ସତର୍କ ଦୃଷ୍ଟି ରଖିବା ସହିତ ଯେଉଁ ଅଞ୍ଚଳରେ ଅଧିକ ବର୍ଷା ହେଲେ ପାଣି ଜମିଥାଏ ସେହି ଅଞ୍ଚଳ ପ୍ରତି କିଭଳି ପୂର୍ବରୁ ସତର୍କତା ଓ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଥିଲା ସେଥିପ୍ରତି ଦୃଷ୍ଟି ଦେବାକୁ ପରାମର୍ଶ ଦିଆଯାଇଛି । ଏପରିକି କଚା ଘରେ ବାସ କରୁଥିବା ଲୋକଙ୍କ ଉପରେ ମଧ୍ୟ ନଜର ରଖିବାକୁ ଜିଲ୍ଲପାଳ ବ୍ଳକ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏହାଛଡା ଟାଟା ପାୱାର, ୱାଟକୋ ଓ ଗ୍ରାମ୍ୟ ଜଳ ଯୋଗାଣ ବିଭାଗର କର୍ମଚାରୀଙ୍କୁ ଆବଶ୍ୟକସ୍ଥଳେ ବିଦ୍ୟୁତ ଓ ଜଳଯୋଗାଣ ପୁନଃସ୍ଥାପନ ପାଇଁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ସେପଟେ ଜିଲ୍ଲା ପ୍ରଶାସନ ଏବଂ ଓଡ୍ରାଫ ଟିମ୍ ସାମ୍ଭାବ୍ୟ ବାତ୍ୟାକୁ ନେଇ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଥିବା କୁହାଯାଇଛି ।

ଇଟିଭି ଭାରତ, ବ୍ରହ୍ମପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.