ETV Bharat / state

ଲୋକଙ୍କ ପାଇଁ 10 କିମି ଦୁର୍ଗମ ପାହଡ ଚଢିଲେ ଗଞ୍ଜାମ ପିଡି - ଦୁର୍ଗମ ପାହଡ

ପାହାଡି ଇଲାକାରେ ରହୁଥିବା ମଣିଷଙ୍କ ଅସରନ୍ତି ସମସ୍ୟା । ତେବେ ସେମାନଙ୍କ ସମସ୍ୟା ବୁଝିବାକୁ ଗଞ୍ଜାମ ପ୍ରକଳ୍ପ ନିର୍ଦ୍ଦେଶକ ଡ଼.ସିଦ୍ଧାର୍ଥ ସ୍ବାଇଁ 10 କିମିର ଦୁର୍ଗମ ପାହଡ ଚଢି ଗାଁରେ ପହଞ୍ଚିଛନ୍ତି ।

ଫଟୋ ସୌଜନ୍ୟ: ପ୍ରତିନିଧି, ଭଞ୍ଜନଗର
author img

By

Published : Aug 27, 2019, 2:42 AM IST

ଭଞ୍ଜନଗର: ବଦଳୁଛି ପ୍ରଶାସନିକ କାର୍ଯ୍ୟଶୈଳୀ। କେତେବେଳେ ଜିଲ୍ଲାପାଳ ବିଲରେ ପଶି ଧାନ ରୋହୁଛନ୍ତି ତ ଆଉ କେଉଁଠି ସ୍କୁଲର ପରିଚାଳନା ଠିକ ଚାଲୁଛି କି ନାହିଁ ତଦାରଖ କରିବାକୁ ପାଗଳ ବେଶ ଧାରଣ କରୁଛନ୍ତି ପ୍ରଶାସନିକ ଅଧିକାରୀ। ନିକଟରେ ଏଭଳି କେତେକ ଘଟଣା ସାମ୍ନାକୁ ଆସିଥିବା ବେଳେ ଏବେ ଗଞ୍ଜାମ ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ ଲୋକଙ୍କ ସମସ୍ୟା ବୁଝିବା ଲାଗି 10 କିମିର ଦୁର୍ଗମ ପାହଡ ଚଢିଛନ୍ତି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଭଞ୍ଜନଗର

ସ୍ବାଧୀନତାର ବହୁ ବର୍ଷ ପରେ ବି ମୌଳିକ ସୁବିଧାରୁ ବଞ୍ଚିତ ଗଞ୍ଜାମ ଜିଲ୍ଲାର ପାଣ୍ଡିରିପଡା ଗ୍ରାମ ପଞ୍ଚାୟତର ଦୁଇଟି ଆଦିବାସୀ ଗାଁ ତୋସିଙ୍ଗି ଓ ଚାଞ୍ଚରା । ପାହାଡି ଇଲାକାରେ ରହୁଥିବା ମଣିଷଙ୍କ ସମସ୍ୟା ବୁଝିବାକୁ ଗଞ୍ଜାମ ପ୍ରକଳ୍ପ ନିର୍ଦ୍ଦେଶକ ଡ଼.ସିଦ୍ଧାର୍ଥ ସ୍ବାଇଁ ସୋମବାର ପହଞ୍ଚିଥିଲେ। ଦୀର୍ଘ ଚାରି ଘଣ୍ଟା ଚାଲି ଚାଲି ପାହାଡ ରାସ୍ତା ଅତିକ୍ରମ କରି ତୋଷିଙ୍ଗି ଆଉ ଚାଞ୍ଚରା ଗ୍ରାମରେ ପହଞ୍ଚି ଲୋକଙ୍କ ସମସ୍ୟା ସମ୍ପର୍କରେ ବୁଝିଥିଲେ।

ଗ୍ରାମରେ ବୁଲି ଦେଖିବା ପରେ ସମସ୍ତ ସମସ୍ୟାର ସମାଧାନ ଅତିଶୀଘ୍ର କରାଯିବ ବୋଲି ପିଡି କହିଛନ୍ତି । ଅନ୍ୟପଟେ ପ୍ରଶାସନିକ ଅଧିକାରୀଙ୍କୁ ପାଖରେ ପାଇ ଲୋକମାନେ ବହୁତ ଖୁସି ହୋଇଛନ୍ତି । ଗ୍ରାମର କିଛି ଲୋକଙ୍କୁ ଆବାସ ଯୋଜନାରେ କାର୍ଯ୍ୟାଦେଶ ବଣ୍ଟନ କରାଯାଇଛି ।

ଭଞ୍ଜନଗରରୁ ରଞ୍ଜନ ସ୍ବାଇଁ, ଇଟିଭି ଭାରତ

Intro:Body:

swag

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.