ETV Bharat / state

ସୋରଡା ଗସ୍ତରେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ

author img

By

Published : Dec 12, 2019, 11:07 PM IST

ଅଚାନକ ସୋରଡା ଗସ୍ତରେ ଆସିଥିଲେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ । ଗସ୍ତ ସମୟରେ ଜିଲ୍ଲାପାଳ ବଡ଼ଗଡ଼ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପରିଦର୍ଶନ କରିବା ସହ ଶଗଡ଼ବସା ଆଦିବାସୀ ଗ୍ରାମବାସୀଙ୍କୁ ଭେଟିଥିଲେ । ଏଥିସହିତ ସେଠାରେ ଥିବା ଜଳପ୍ରପାତ ପରିଦର୍ଶନ କରିଥିଲେ ।

Ganjam collector visit soroda
ସୋରଡା ଗସ୍ତରେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ

ଭଞ୍ଜନଗର: ଗୁରୁବାର ଅଚାନକ ସୋରଡା ଗସ୍ତରେ ଆସିଥିଲେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ । ତାଙ୍କ ଗସ୍ତ ସମୟରେ ସୋରଡ଼ା ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ବାଇଁ ମଧ୍ୟ ଉପସ୍ଥିତ ଥିଲେ ।

ଜିଲ୍ଲାପାଲ ପ୍ରଥମେ ସୋରଡା ପହଞ୍ଚି ବିଭିନ୍ନ କାର୍ଯ୍ୟର ସମୀକ୍ଷା କରିବା ସହ ବଡ଼ଗଡ଼ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପରିଦର୍ଶନ କରିଥିଲେ । ଏଥିସହିତ ସେଠାରେ ରୋଗୀମାନଙ୍କ ସ୍ବାସ୍ଥ୍ୟ ସମସ୍ୟା ପଚାରି ବୁଝିଵା ସହ ମେଡିକାଲ ପରିସରରେ ଥିବା ଔଷଧ ଦୋକାନକୁ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ପରିଶେଷରେ ଜିଲ୍ଲାପାଳ ବଡ଼ଗଡ଼ ନିକଟରେ ଥିବା ଶଗଡ଼ବସା ଆଦିବାସୀ ଗ୍ରାମକୁ ଯାଇ ସେଠାରେ ଲୋକମାନଙ୍କ ସମସ୍ୟା ଉପରେ ଆଲୋଚନା କରିବା ସହ ନିକଟରେ ଥିବା ଜଳପ୍ରପାତ ବୁଲି ଦେଖିଥିଲେ ।

ତେବେ ଆଗାମୀ ଦିନରେ ଏହି ଜଳପ୍ରପାତକୁ ପର୍ଯ୍ୟଟନସ୍ଥଳୀ କରିବାକୁ ପଦକ୍ଷେପ ନେବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ଏଠାରେ ପର୍ଯ୍ୟଟନସ୍ଥଳୀ ହେଲେ ଏ ଅଞ୍ଚଳର ବିକାଶ ସାଙ୍ଗକୁ ଲୋକଙ୍କୁ ରୋଜଗାର ମିଳିବ ବୋଲି କହିଛନ୍ତି ଜିଲ୍ଲାପାଳ । ସେପଟେ ଜିଲ୍ଲାପାଳଙ୍କୁ ଅତି ନିକଟରୁ ପାଇଥିବାରୁ ଅଞ୍ଚଳବାସୀ ବିପୁଳ ସମ୍ବର୍ଦ୍ଧନା ଜଣାଇଥିଲେ ।

ଭଞ୍ଜନଗରରୁ ରଞ୍ଜନ ସ୍ବାଇଁ, ଇଟିଭି ଭାରତ

Intro:anchor-ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଆଜି ଅଚାନକ ସୋରଡ଼ା ଅଂଚଳ ଗ୍ରସ୍ତ କରିଥିବା ବେଳେ ସୋରଡ଼ା ବିଧାୟକ ପୁର୍ଣ ଚନ୍ଦ୍ର ସ୍ୱାଇଁ ମଧ୍ୟ ଉପସ୍ତିତ ଥିଲେ ପ୍ରଥମେ ସେ ସୋରଡ଼ା ପହଂଚି ବିଭିନ୍ନ କାର୍ଯ୍ୟର ସମୀକ୍ଷା କରିବା ସହ ବଡ଼ଗଡ଼ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପରିଦର୍ଶନ କରିଥିଲେ ସେଠାରେ ରୋଗୀମାନଙ୍କ ସ୍ୱାସ୍ଥ୍ୟ ସମସ୍ୟା ପଚାରି ବୁଝିଵା ସହ ମେଡିକାଲ ପରିସରରେ ଥିବା ଔଷଧ ଦୋକାନ କୁ ବନ୍ଦ କରିବାକୁ ନିର୍ଦେଶ ଦେଇଥିଲେ ଶେଷରେ ଜିଲ୍ଲାପାଳ ବଡ଼ଗଡ଼ ନିକଟରେ ଥିବା ଶଗଡ଼ବସା ଆଦିବାସୀ ଗ୍ରାମକୁ ଯାଇ ସେଠାରେ ଲୋକ ମାନଙ୍କ ସମସ୍ୟା ଉପରେ ଆଲୋଚନା କରିବା ସହ ନିକଟରେ ଥିବା ଜଳ ପ୍ରପାତ କୁ ବୁଲି ଦେଖିଥିଲେ ଏଠାରେ ଆଗାମୀ ଦିନରେ ପର୍ଯ୍ୟଟନ ସ୍ଥଳୀ କରିବାକୁ ପଦକ୍ଷେପ ନେବେବୋଲି ପ୍ରତିଶୃତି ଦେଇଛନ୍ତି ଏଠାରେ ପର୍ଯ୍ୟଟନ ସ୍ଥଳୀ ହେଲେ ଏ ଅଂଚଳର ବିକାଶ ସାଙ୍ଗକୁ ଲୋକଙ୍କୁ ରୋଜଗାର ମିଳିବ ବୋଲି କହିଛନ୍ତି ଜିଲ୍ଲପାଳ ଙ୍କୁ ଅତି ନିକଟରୁ ପାଇଥିବାରୁ ଅଂଚଳ ବାସି ବିପୁଳ ସମ୍ବର୍ଧନା ଜଣାଇଥିଲେ Body:ଭଞ୍ଜନଗର ରୁ ରଞ୍ଜନ ସ୍ୱାଇଁ Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.