ETV Bharat / state

ଗଞ୍ଜାମରେ କୋଭିଡ ସୁସ୍ଥ ହାର ଦେଶରେ ରେକର୍ଡ, କାଲିଠୁ ଆରମ୍ଭ ହେବ 'କୋଭିଡ ସପ୍ତାହ' - ଗଞ୍ଜାମ ଜିଲ୍ଲାପାଳ ଖବର

ଗଞ୍ଜାମ ଜିଲ୍ଲାରେ କୋଭିଡରେ ସୁସ୍ଥ ହାର ଦେଶରେ ରେକର୍ଡ । ଜିଲ୍ଲାରେ ସୁସ୍ଥ ହାର ୯୭ .୦୩ ପ୍ରତିଶତ ରହିଛି । ଯାହା ଜିଲ୍ଲାରେ କୋରୋନା ମୁକାବିଲାରେ ଏକ ସଫଳତା କିନ୍ତୁ କୋରୋନାକୁ ହରାଇବାକୁ ହେଲେ ଆମକୁ ସଚେତନ ରହବା ବାଧ୍ୟତାମୂଳକ ବୋଲି କହିଛି । ସେହିପରି ଜିଲ୍ଲାରେ ଗୁରବାର ଠାରୁ ସେପ୍ଟେମ୍ବର 1 ତାରିଖ ପର୍ଯ୍ୟନ୍ତ କୋଭିଡ ସପ୍ତାହ ପାଳନ କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି । ଅଧିକ ପଢନ୍ତୁ...

ଗଞ୍ଜାମ ଜିଲ୍ଲାରେ କୋଭିଡ ସୁସ୍ଥ ହାର ଦେଶରେ ରେକର୍ଡ, କାଲିଠୁ ଆରମ୍ଭ ହେବ 'କୋଭିଡ ସପ୍ତାହ'

author img

By

Published : Sep 23, 2020, 10:14 PM IST

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାରେ କୋଭିଡରେ ସୁସ୍ଥ ହାର ଦେଶରେ ରେକର୍ଡ ସଂଖ୍ୟକ । ଦେଶର ଆଣ୍ଡାମାନ ନିକୋବରରେ ୯୪ ପ୍ରତିଶତ ଏହି ହାର ରହିଥିବା ଗଞ୍ଜାମରେ ଅଦ୍ୟାବଧି ୯୭ .୦୩ ପ୍ରତିଶତ ବ୍ୟକ୍ତିବିଶେଷ ସୁସ୍ଥ ହୋଇ ସାରିଥିବା ବେଳେ ଖୁବ୍ ଶ୍ରୀଘ୍ର ଏହା ୯୮ ପ୍ରତିଶତ ଛୁଇଁବାକୁ ଯାଉଥିବା ନେଇ ବ୍ରହ୍ମପୁର ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଗଞ୍ଜାମ ଜିଲ୍ଲାପାଳ ।

ଗଞ୍ଜାମ ଜିଲ୍ଲାରେ କୋଭିଡ ସୁସ୍ଥ ହାର ଦେଶରେ ରେକର୍ଡ, କାଲିଠୁ ଆରମ୍ଭ ହେବ 'କୋଭିଡ ସପ୍ତାହ'

ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଏ ନେଇ ଜିଲ୍ଲାରେ ଏହି ଟ୍ରେଣ୍ଡକୁ କାୟମ ରଖିବାକୁ ଆହ୍ବାନ କରିବା ସହିତ ଜିଲ୍ଲାରେ ଯେପରି କୌଣସି ନୂତନ ସଂକ୍ରମିତ ହେବେ ନାହିଁ ସେଥିପ୍ରତି ଦୃଷ୍ଟି ଦିଆଯାଉଛି । ଏହା ସହ ଜିଲ୍ଲାରେ ମୋଟ ୧୯୭୮୧ ଜଣ କୋରୋନାରେ ସଂଙ୍କ୍ରମିତ ହୋଇଥିବା ବେଳେ ଇତିମଧ୍ୟରେ ସେଥିରୁ ୧୯୨୫୪ ଜଣ ସୁସ୍ଥ ହୋଇଛନ୍ତି ।ଅଦ୍ୟାବଧି ଜିଲ୍ଲାରେ ଆକ୍ଟିଭ୍ ମାମଲା ୩୦୧ ରହିଥିବା କୁହାଯାଇଛି ।କୋଭିଡ ନୂତନ ମାମଲାକୁ ଖୋଜାଯାଉଛି ।ପାଖାପାଖି ଜିଲ୍ଲାରେ ଚାରି ଲକ୍ଷ ବ୍ୟକ୍ତିବିଶେଷ ଙ୍କ କୋଭିଡ ପରୀକ୍ଷା କରାଯାଇଛି । କମୁନିଟି ବର୍ଗ ଙ୍କ ସହଭାଗିତା ସହିତ ସମସ୍ତ ସହଯୋଗିତା ରହିଥିବା ଦେଖାଯାଇଛି । ଏଭଳି ସ୍ଥିତିରେ ଭ୍ୟାକସିନ୍ ପହଞ୍ଚି ନଥିବାରୁ ଆମ ପାଇଁ ମାସ୍କ ହିଁ ଭ୍ୟାକସିନ୍ ,ଆମେ ଯେଉଁ ସାମାଜିକ ଦୂରତ୍ବ ମାନୁଛେ ତାହା ହିଁ ଇମ୍ୟୁନିଟି ଏବଂ ଯେଉଁ ହାତ ଧୋଇବା ଅଭ୍ୟାସ ରହିଛି ତାହାହିଁ କୋରୋନାର ମେଡିସେନ୍ ବୋଲି କହିଛନ୍ତି ଜିଲ୍ଲାପାଳ । ଇତିମଧ୍ୟରେ ଜିଲ୍ଲାରେ ୨୧୮ ଜଣଙ୍କ ମୃତ୍ୟୁ ଘଟିଛି । ଯାହାକି ଜିଲ୍ଲାରେ ମୃତ୍ୟୁ ହାର ୧.୦୯ ପ୍ରତିଶତ ବୋଲି କୁହାଯାଇଛି ।

ସେପଟେ ଗୁରୁବାର ଠାରୁ ଏକ ସପ୍ତାହ ଧରି ଗଞ୍ଜାମ ଜିଲ୍ଲାରେ ପାଳନ ହେବ କୋଭିଡ୍ ସପ୍ତାହ । ଏହା ଅକ୍ଟୋବର ୧ ପର୍ଯ୍ୟନ୍ତ ଜିଲ୍ଲାରେ ପାଳନ ହେବ । ଗଞ୍ଜାମରେ କୋଭିଡ ସ୍ଥିତିରେ ଧିରେ ଧିରେ ସୁଧୁରୁଥିବା ବେଳେ ଜନସାଧାରଣ ଭ୍ୟାକସିନ୍ ନ ଆସିବା ପର୍ଯ୍ୟନ୍ତ ଅଧିକରୁ ଅଧିକ ସତର୍କ ରହିବାକୁ ଆହ୍ବାନ କରାଯାଇଛି ।ମୁଖ୍ୟତଃ ଏହି ସପ୍ତାହ ପାଳନର ଆଭିମୁଖ୍ୟ କୋଭିଡ୍ ସଚେତନତା କାର୍ଯ୍ୟକୁ ବ୍ୟାପକ କରିବା ଓ ସମସ୍ତେ ଯେପରି ସତର୍କତା ଅବଲମ୍ବନ କରିବେ ସେ ଦିଗରେ ଜିଲ୍ଲାପାଳ ବ୍ରହ୍ମପୁର ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀ ରେ ସୂଚନା ଦେଇଛନ୍ତି ।

ଆଗାମୀ ଅକ୍ଟୋବର ମାସ ଜିଲ୍ଲାବାସୀ ଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ ହୋଇଥିବା ବେଳେ ବର୍ତ୍ତମାନ ସ୍ଥିତିରେ ସମ୍ପୂର୍ଣ୍ଣ ଭୟ ମୁକ୍ତ ହୋଇ ଯାତାୟତ କରୁଥିବାରୁ ସତର୍କତା ଅବଲମ୍ବନ କରିବାକୁ କୁହାଯାଇଛି । ଜିଲ୍ଲାବାସୀଙ୍କୁ ସତର୍କତା ସୃଷ୍ଟି କରିବା ଦିଗରେ ପାଳନ ହେବାକୁ ଥିବା କୋଭିଡ୍ ସପ୍ତାହରେ ସମସ୍ତ ସଚେତନତା କାର୍ଯ୍ୟକୁ କଡାକଡି କରାଯିବ । ଏହି ସାମ୍ବାଦିକ ସମ୍ମିଳନୀରେ ବ୍ରହ୍ମପୁର ମହାନଗର ନିଗମ କମିଶନର ସିଦ୍ଧେଶ୍ବର ବଳିରାମ ବନ୍ଦାର, ବ୍ରହ୍ମପୁର ଉପଜିଲ୍ଲପାଳ କିର୍ତ୍ତୀ ଭାସନ୍ ଭି, ପ୍ରମୁଖ ଉପସ୍ଥିତ ରହିଥିଲେ ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.