ETV Bharat / state

ପୋଖରୀ ସଫା କଲେ ଗଞ୍ଜାମ ଜିଲ୍ଲାପାଳ

author img

By

Published : Apr 11, 2022, 3:39 PM IST

Updated : Apr 11, 2022, 10:52 PM IST

ଜଳ ସ୍ୱଚ୍ଛ କାର୍ଯ୍ୟକ୍ରମରେ ପୋଖରୀ ସଫେଇ କରିଛନ୍ତି ଗଞ୍ଜାମ ଜିଲ୍ଲାପାଳ । ଜିଲ୍ଲାରେ ପ୍ରତି ସୋମବାର ଜଳ ସ୍ବଚ୍ଛତା ଦିବସ ପାଳନ କରାଯାଉଥିବା ବେଳେ ଏହି ଅବସରରେ ଆଜି ରିକାପଲ୍ଲୀରେ ବିଜୟ ଅମୃତା କୁଲାଙ୍ଗେ ପୋଖରୀ ନିକଟକୁ ଯାଇ ସଫେଇ କରିଛନ୍ତି । ଅଧିକ ପଢନ୍ତୁ

ଜଳ ସ୍ୱଚ୍ଛ କାର୍ଯ୍ୟକ୍ରମରେ ପୋଖରୀ ସଫେଇ କଲେ ଗଞ୍ଜାମ ଜିଲ୍ଲାପାଳ

ବ୍ରହ୍ମପୁର: ଜନମଙ୍ଗଳକର କାର୍ଯ୍ୟ କରି ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ । ଆଜି ପୁଣି ଜଳ ସ୍ୱଚ୍ଛ କାର୍ଯ୍ୟକ୍ରମରେ ପୋଖରୀ ସଫେଇ କରି ବିଭିନ୍ନ ମହଲରୁ ପ୍ରଶଂସା ସାଉଟିଛନ୍ତି କୁଲାଙ୍ଗେ ।

ସୂଚନାଅନୁସାରେ, ଜଳ ସ୍ୱଚ୍ଛ କାର୍ଯ୍ୟକ୍ରମରେ ପୋଖରୀ ସଫେଇ କରିଛନ୍ତି ଗଞ୍ଜାମ ଜିଲ୍ଲାପାଳ । ଜିଲ୍ଲାରେ ପ୍ରତି ସୋମବାର ଜଳ ସ୍ବଚ୍ଛତା ଦିବସ ପାଳନ କରାଯାଉଛି । ଏହି କ୍ରମରେ ଆଜି ଛତ୍ରପୁର ସ୍ଥିତ ରିକାପଲ୍ଲୀ ରେଳଲାଇନ ନିକଟସ୍ଥ ପୋଖରୀର ସଫେଇ କାର୍ଯ୍ୟ କରାଯାଇଛି । ସକାଳ ସମୟରେ ଜଳ ସ୍ୱଚ୍ଛ କାର୍ଯ୍ୟକ୍ରମରେ ଗଞ୍ଜାମ ଜିଲ୍ଲପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ସମେତ ଛତ୍ରପୁର ବିଜ୍ଞାପତ ଅଞ୍ଚଳ ପରିଷଦର କର୍ମକର୍ତ୍ତା ଓ ସାହିବାସିନ୍ଦା ପକ୍ଷରୁ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଗଞ୍ଜାମ ଜିଲ୍ଲପାଳ ନିଜେ ପୋଖରୀକୁ ଯାଇ ସଫେଇ କରିଥିଲେ ।

ପୂର୍ବରୁ ବ୍ରହ୍ମପୁର ସହରରେ ବିଭିନ୍ନ ପୋଖରୀ ଗୁଡିକ ଜଳ ସ୍ୱଚ୍ଛ କାର୍ଯ୍ୟକ୍ରମରେ ସଫେଇ କରାଯାଉଥିବା ବେଳେ ଜିଲ୍ଲାର ସଦର ମହକୁମା ଛତ୍ରପୁର ଠାରେ ଏଭଳି ସଫେଇ କରାଯିବା ଏବଂ ଜିଲ୍ଲାପାଳ ଏଥିରେ ସାମିଲ ହେବା ଅନ୍ୟମାନଙ୍କ ପାଇଁ ଉଦାହରଣ କହିଲେ କିଛି ଅତ୍ୟୁକ୍ତି ହେବନାହିଁ । ଜିଲ୍ଲାପାଳଙ୍କ ଏଭଳି ସଫେଇକୁ ନେଇ ବିଭିନ୍ନ ମହଲରେ ପ୍ରଶଂସା କରାଯାଉଥିବା ଦେଖାଦେଇଛି ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

Last Updated : Apr 11, 2022, 10:52 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.