ETV Bharat / state

ଅମାନିଆଙ୍କଠୁ ଆଦାୟ ଜୋରିମାନାକୁ ରେଡକ୍ରସରେ ଜମା କଲା ପ୍ରଶାସନ

author img

By

Published : Feb 21, 2021, 8:00 AM IST

ଭଞ୍ଜନଗର ଉପଖଣ୍ଡରେ କୋରୋନା କାଳର ଲକଡାଉନ ସମୟରେ ନିୟମ ଉଲ୍ଲଙ୍ଘନ କରିଥିବା ଅମାନିଆଙ୍କ ଠାରୁ 40ଲକ୍ଷ 55 ହଜାର ଟଙ୍କାର ଜୋରିମାନା ଆଦାୟ ହୋଇଛି । ଆଉ ଏହି ଅର୍ଥକୁ ରେଡକ୍ରସ ପାଣ୍ଠିରେ ଜମା କରାଯାଇଛି । ଅଧିକ ପଢନ୍ତୁ...

ଅମାନିଆଙ୍କଠୁ ଆଦାୟ ଜୋରିମାନାକୁ
ରେଡକ୍ରସ ପାଣ୍ଠିରେ ଜମା ହେଲା ଜୋରିମାନ ଟଙ୍କା

ଭଞ୍ଜନଗର: କୋରୋନା କାୟାରୁ ରକ୍ଷା ପାଇବା ପାଇଁ ରାଜ୍ୟରେ ଲକଡାଉନ କରାଯାଇଥିଲା । ଏହି ଲକଡାଉନ ନିୟମକୁ ମାନିନଥିଲେ କେତେକ ଅମାନିଆ । ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଅଞ୍ଚଳରେ ଲକଡାଉନ ସମୟରେ ଲାଗୁଥିବା ବିଭିନ୍ନ ନିୟନ କାନୁନକୁ ବେଖାତିର କରି ମୋଟା ଅଙ୍କର ତଣ୍ଡ ଗଣିଛନ୍ତି ଆମାନିଆ । ଆଦାୟ ହୋଇଥିବା ସମସ୍ତ ଜୋରିମାନାକୁ ରେଡକ୍ରସ ପାଣ୍ଠିରେ ଜମା କରାଯାଇଛି ।

କୋରୋନା କିପରି ନ ବ୍ୟାପେ ସେଥିପାଇଁ ଜିଲ୍ଲାପ୍ରଶାସନ ପକ୍ଷରୁ କଡାକଡି ନିୟମ ଲାଗୁ ହୋଇଥିଲା । ଭଞ୍ଜନଗର ଉପଜିଲ୍ଲାପାଳ ରାଜେନ୍ଦ୍ର ମିଂଜଙ୍କ ନେତୃତ୍ବରେ ଉପଖଣ୍ଡର ସମସ୍ତ ଅଧିକାରୀମାନେ ଦିନରାତି ଏକ କରି କୋରୋନା ନ ବ୍ୟାପିବା ଦିଗରେ ଉତ୍ତମ କାର୍ଯ୍ୟ ଗ୍ରହଣ କରିଥିଲେ । ଲକଡାଉନ ଲାଗି ହୋଇଥିବାବେଳେ କେତେକ ଅମାନିଆ ଲକଡାଉନ ନିୟମକୁ ଉଲ୍ଲଘଂନ କରିଥିଲେ । କିଛି ଅସାଧୁ ବ୍ୟବସାୟୀ ଏବଂ ଅମାନିଆମାନଙ୍କୁ ବିରୁଦ୍ଧରେ ପ୍ରଶାସନ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ବିଭିନ୍ନ ସ୍ଥାନରେ ଚଢାଉ କରିଥିଲା ।

ନିୟନ ଉଲ୍ଲଙ୍ଘନ ପାଇଁ ସେମାନଙ୍କ ଠାରୁ 40 ଲକ୍ଷ 55ହଜାର ଟଙ୍କା ଜୋରିମାନା ମଧ୍ୟ ଆଦାୟ କରାଯାଇଛି । ଆଦାୟ ହୋଇଥିବା ଜୋରିମାନା ଟଙ୍କାକୁ ଭଞ୍ଜନଗର ଉପଖଣ୍ଡରେ ସଂଗୃହିତ ରେଡକ୍ରସ ପାଣ୍ଠିରେ ଜମା କରାଯାଇଛି । ଏହି ସଂଗୃହିତ ପାଣ୍ଠି ଅସହାୟଙ୍କ ସେବାରେ ଲାଗିବ ବୋଲି କହିଛନ୍ତି ଜିଲ୍ଲପାଳ ।

ଭଞ୍ଜନଗରରୁ ରଞ୍ଜନ ସ୍ୱାଇଁ, ଇଟିିିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.