ETV Bharat / state

ଗୋପାଳପୁର ବିଧାୟକଙ୍କ ବିରୁଦ୍ଧରେ ପଦକ୍ଷେପ ସ୍ବାଗତଯୋଗ୍ୟ: ଚ୍ୟାଉ ପଟ୍ଟନାୟକ - ବ୍ରହ୍ମପୁରର ପୂର୍ବତନ ବିଧାୟକ ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ

ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ବିଜେଡିରୁ ବହିଷ୍କାର ପରେ ପ୍ରତିକ୍ରିୟା ପ୍ରକାଶ କଲେ ବ୍ରହ୍ମପୁରର ପୂର୍ବତନ ବିଧାୟକ ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ । ଏହା ଏକ ସ୍ବାଗତଯୋଗ୍ୟ ପଦକ୍ଷେପ ବୋଲି ସେ କହିଛନ୍ତି । ଅଧିକ ପଢନ୍ତୁ...

former mla ramesh ch chaupattnaik reaction
ଗୋପାଳପୁର ବିଧାୟକଙ୍କ ବିରୁଦ୍ଧରେ ପଦକ୍ଷେପ ସ୍ବାଗତଯୋଗ୍ୟ: ଚ୍ୟାଉପଟ୍ଟନାୟକ
author img

By

Published : Nov 29, 2020, 4:30 PM IST

ବ୍ରହ୍ମପୁର: ଗୋପାଳପୁର ବିଧାୟକ ବିଜେଡିରୁ ବହିଷ୍କୃତ । ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଦଳରୁ ବହିଷ୍କାର ପରେ ପ୍ରତିକ୍ରିୟା ପ୍ରକାଶ କଲେ ବ୍ରହ୍ମପୁରର ପୂର୍ବତନ ବିଧାୟକ ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ ।

ଗୋପାଳପୁର ବିଧାୟକଙ୍କ ବିରୁଦ୍ଧରେ ପଦକ୍ଷେପ ସ୍ବାଗତଯୋଗ୍ୟ: ଚ୍ୟାଉପଟ୍ଟନାୟକ

ଗୋପାଳପୁର ବିଧାୟକ ପ୍ରଦୀପ କୁମାର ପାଣିଗ୍ରାହୀଙ୍କ ବିରୁଦ୍ଧରେ ନିଆଯାଇନଥିବା ପଦକ୍ଷେପ ସ୍ବାଗତଯୋଗ୍ୟ ବୋଲି ନିଜର ପ୍ରତିକ୍ରିୟାରେ କହିଛନ୍ତି ବ୍ରହ୍ମପୁରର ପୂର୍ବତନ ବିଧାୟକ ତଥା ରାଜ୍ୟ ଶ୍ରମିକ କଲ୍ୟାଣ ବୋର୍ଡର ଅଧ୍ୟକ୍ଷ ରମେଶଚନ୍ଦ୍ର ଚ୍ୟାଉ ପଟ୍ଟନାୟକ । ଗଞ୍ଜାମ ଜିଲ୍ଲାର ଦଳର ସଭାପତି ଭାବରେ ଦାୟିତ୍ବରେ ଥିବା ଚ୍ୟାଉପଟ୍ଟନାୟକଙ୍କ କହିଛନ୍ତି ମୁଖ୍ୟମନ୍ତ୍ରୀ କେବେ ମଧ୍ୟ ଦୁର୍ନୀତି କିମ୍ବା ବେଆଇନ କାର୍ଯ୍ୟକୁ ପ୍ରଶ୍ରୟ ଦିଅନ୍ତି ନାହିଁ । ଅତୀତରେ ମଧ୍ୟ ସେ ଯେ କୈଣସି ବ୍ୟକ୍ତି ବିଶେଷ ହୁଅନ୍ତୁ ନା କାହିଁକି ଆଇନ ବିରୋଧୀ ଓ ସମାଜ ବିରୋଧୀ କାର୍ଯ୍ୟ କଲେ କାର୍ଯ୍ୟାନୁଷ୍ଠାନ ନିଆଯାଇଥିବା ଦେଖାଦେଇଛି ।

ସୂଚନାଥାଉକି ଆଇଏଫଏସ ଅଭୟ ପାଠକ ଲିଙ୍କ୍‌ ନେଇ ସେ ଛନ୍ଦି ହୋଇପଡିଥିଲେ ବିଧାୟକ ପ୍ରଦୀପ ପାଣିଗ୍ରାହୀ । ଏହାକୁ ନେଇ ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ବିରୋଧରେ ବିଜେଡିର ଦଳୀୟ ସୁପ୍ରିମୋ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ବିବାଦ ବଢିବାରୁ ଦଳ ପକ୍ଷରୁ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ଜନବିରୋଧୀ କାର୍ଯ୍ୟ ଦର୍ଶାଇ ତାଙ୍କୁ ଦଳରୁ ବହିଷ୍କୃତ କରାଯାଇଛି । ସେ ଗୋପାଳପୁର ଆସନରୁ 3ଥର ବିଧାୟକ ଭାବରେ ନିର୍ବାଚିତ ହୋଇଥିଲେ । 2009,2014 ଓ 2019 ବିଜେଡି ଟିକେଟରେ ନିର୍ବାଚିତ ହୋଇଥିଲେ ଏବଂ ରାଜ୍ୟ ସରକାରଙ୍କ ଉଚ୍ଚ ଶିକ୍ଷା ବିଭାଗରେ ମନ୍ତ୍ରୀପଦ ଦାୟିତ୍ବ ଗ୍ରହଣ କରିଥିଲେ ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

For All Latest Updates

TAGGED:

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.