ETV Bharat / state

8 କେଜି ବାରହା ମାଂସ ଜବତ କଲା ବନ ବିଭାଗ - forest-department-seized-8-kg-of-meat

ଗଞ୍ଜାମ ଜିଲ୍ଲା ଦକ୍ଷିଣ ଘୁମୁସର ବନଖଣ୍ଡ ଅନ୍ତର୍ଗତ ବୁଗୁଡ଼ା ବନାଞ୍ଚଳ ଅଧୀନ ପାଞ୍ଚଭୂତି ଫରେଷ୍ଟ ବିଟ ହାଉସ ଠାରେ ଆଜି ବାରହା ଶିକାର ଅଭିଯୋଗରେ ଦୁଇ ଗିରଫ । ଗିରଫ ଦୁଇଜଣ ହେଲେ ବୁଲୁ ସେଠି ଓ ତ୍ରିନାଥ ସେଠି । ସେମାନଙ୍କ ଠାରୁ ପ୍ରାୟ 8 କେଜି ବାରହା ମାଂସ ଜବତ କରିଛି ବନବିଭାଗ ।

forest-department-seized-8-kg-of-meat-of-barha-in-ganjam
8 କେଜି ବାରହା ମାଂସ ଜବତ କଲା ବନ ବିଭାଗ
author img

By

Published : May 22, 2021, 9:36 PM IST

ଭଞ୍ଜନଗର: ଗଞ୍ଜାମ ଜିଲ୍ଲା ଦକ୍ଷିଣ ଘୁମୁସର ବନଖଣ୍ଡ ଅନ୍ତର୍ଗତ ବୁଗୁଡ଼ା ବନାଞ୍ଚଳ ଅଧୀନ ପାଞ୍ଚଭୂତି ଫରେଷ୍ଟ ବିଟ ହାଉସ ଠାରେ ଆଜି(ଶନିବାର) ବାରହା ଶିକାର ଅଭିଯୋଗରେ ଦୁଇ ଗିରଫ । ଗିରଫ ଦୁଇଜଣ ହେଲେ ବୁଲୁ ସେଠୀ ଓ ତ୍ରିନାଥ ସେଠୀ । ସେମାନଙ୍କ ଠାରୁ ପ୍ରାୟ 8 କେଜି ବାରହା ମାଂସ ଜବତ କରିଛି ବନବିଭାଗ ।

8 କେଜି ବାରହା ମାଂସ ଜବତ କଲା ବନ ବିଭାଗ

ସୂଚନା ଅନୁସାରେ, ରାତ୍ରି ପାଟ୍ରୋଲିଂ ସାରି ସଂରକ୍ଷିତ ଜଙ୍ଗଲ କମ୍ପାଟମେଣ୍ଟ - 1 ବାଟ ଦେଇ ଆସୁଥିବାବେଳେ ଗ୍ରାମ ନିକଟ ପିଲି ଆମ୍ବ ତୋଟା ମଝିରେ ଶିକାରୀ ଦ୍ବୟଙ୍କୁ ଠାବ କରିଥିଲେ । ଜଙ୍ଗଲ କର୍ମଚାରୀଙ୍କୁ ଦେଖି ଶିକାରୀ ବୁଲୁ ଓ ତ୍ରିନାଥ ଦୌଡ଼ି ପଳାଉଥିବାବେଳେ ବନପାଳଙ୍କ ସହ ଥିବା ଅନ୍ୟାନ୍ୟ କର୍ମଚାରୀମାନେ ସେହି ଦୁହିଁଙ୍କୁ କାବୁ କରିନେଇଥିଲେ ।

ସେମାନଙ୍କ ଠାରୁ ବାରହା ମାଂସ ଜବତ କରିବା ସହ ନିକିତି, ଲୁହା ତାର, କାଚ ବୋତଲ ଛାଲ ଜବତ କରି କାର୍ଯ୍ୟାଳୟକୁ ଆଣିଥିଲେ । ବୁଗୁଡ଼ା ରେଞ୍ଜର ନିର୍ଦେଶ କ୍ରମେ ଆଜି ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରାଯାଇଛି ।

ଭଞ୍ଜନଗରରୁ ରଞ୍ଜନ ସ୍ୱାଇଁ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.