ETV Bharat / state

ବାରହା ଫାଶରେ ପଡିଲା କଲରାପତରିଆ ବାଘ, ଉଦ୍ଧାର କଲା ବନ ବିଭାଗ

ବାରହା ଶିକାର ପାଇଁ ବିଛା ଯାଇଥିବା ଫାଶରେ ପଡିଲା କଲରାପତରିଆ ବାଘ । ବାଘକୁ ଫାଶରୁ ଉଦ୍ଧାର କଲା ବନ ବିଭାଗ । ଅଧିକ ପଢନ୍ତୁ...

ବାରହା ଫାଶରେ ପଡିଲା ବାଘ, ଉଦ୍ଧାର କଲା ବନ ବିଭାଗ

author img

By

Published : Jan 28, 2021, 6:20 PM IST

Updated : Jan 29, 2021, 4:07 PM IST

ଭଞ୍ଜନଗର: ଫାଶରେ ପଡିଲା ବାଘ । ଗଞ୍ଜାମ ଜିଲ୍ଲା ବୁଗୁଡା ବନାଞ୍ଚଳ ଅଧିନରେ ଥିବା ବଡପଥର ପାହାଡଠାରେ ବାରହା ଶିକାର ପାଇଁ ବିଛା ଯାଇଥିବା ଫାଶରେ ଏକ କଲରାପତରିଆ ବାଘ ପଡିଛି । ଖବର ପାଇ ବନ ବିଭାଗ ଘଟଣାସ୍ଥଳରେ ପହଞ୍ଚି ବାଘକୁ ଉଦ୍ଧାର କରିଛି । ତେବେ ବାଘ ଦେଖିବାକୁ ଯାଇଥିବାବେଳେ ସ୍ଥାନୀୟ ଅଞ୍ଚଳର ଦୀଲ୍ଲିପ ଦାଶ ନାମକ ଜଣେ ବ୍ୟକ୍ତି ବାଘ ଆକ୍ରମଣରେ ଗୁରୁତର ଆହତ ହୋଇଛନ୍ତି । ଗୁରୁତରଙ୍କୁ ବୁଗୁଡା ମେଡିକାଲରେ ଭର୍ତ୍ତି କରାଯାଇଛି ।

ବାରହା ଫାଶରେ ପଡିଲା ବାଘ, ଉଦ୍ଧାର କଲା ବନ ବିଭାଗ

ନଗୁଡୁ ଗାଁର ବଡପଥର ପାହାଡ ଉପରେ ବହୁ ଦିନ ଧରି ଚାଲିଛି ବନ୍ୟଜନ୍ତୁ ଶିକାର । ଗତକାଲି (ବୁଧବାର) ରାତିରେ ମଧ୍ୟ ବାରହା ଶିକାର ପାଇଁ ଶିକାରୀ ଜାଲ ବିଛାଇଥିଲେ । ମାତ୍ର ସେହି ଫାଶରେ ଏକ କଲରାପତରିଆ ବାଘ ଫସି ଯାଇଥିଲା ।

ଏହି ଖବର ପ୍ରଘଟ ହେବା ପରେ ବାଘକୁ ଦେଖିବାକୁ ଲୋକଙ୍କ ସୁଅ ଛୁଟିଥିଲା । ଖବର ପାଇ ବନ ବିଭାଗ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଥିଲା । ଦୁଇଟି ଜେସିବି ମେସିନ ଓ ଜାଲ ସାହାଯ୍ୟରେ ବାଘକୁ ଉଦ୍ଧାର କରାଯାଇଛି । ଏହାପରେ ତାକୁ କାଳିଆମ୍ବା ଜଙ୍ଗଲରେ ଛଡାଯିବା ନେଇ ବନ ବିଭାଗ ସୂଚନା ଦେଇଛି ।

ଭଞ୍ଜନଗରରୁ ରଞ୍ଜନ ସ୍ବାଇଁ, ଇଟିଭି ଭାରତ

Last Updated : Jan 29, 2021, 4:07 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.