ବ୍ରହ୍ମପୁର:କୋଭିଡ ଗାଇଡଲାଇନ ମାନି ପାଳିତ ହେଲା ପ୍ରଥମ ଶ୍ରାଦ୍ଧବାର୍ଷିକ । କୋରୋନାର ଦ୍ବିତୀୟ ଲହରର ଆରମ୍ଭ ହୋଇଥିବାରୁ ଗଞ୍ଜାମ ଜିଲ୍ଲାପ୍ରଶାସନ ନୂଆ କୋଭିଡ ଗାଇଡଲାଇନ୍ ଜାରି କରିଛନ୍ତି । ଏହି ନିୟମ ଅନୁସାରେ ଭୋଜିରେ 100ଜଣ ଅତିଥିଙ୍କ ମଧ୍ୟରେ ସୀମିତ ରହିବ । ତେଣୁ ଏହାକୁ ନେଇ ବ୍ରହ୍ମପୁର ସହରରେ ଆଙ୍କୁଲି ଶିଳ୍ପାଞ୍ଚଳରେ ଜଣେ ଶ୍ରମିକ ନେତା ସ୍ବର୍ଗତ ବୃନ୍ଦାବନ ସାବତଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକ କାର୍ଯ୍ୟକ୍ରମକୁ ସମ୍ପୁର୍ଣ୍ଣ କୋଭିଡ ଗାଇଡଲାଇନ୍ ମାଧ୍ୟମରେ କରିବା ସହିତ ଖାଦ୍ୟ ପକେଟ୍ ବଣ୍ଟନ କରାଯାଇଥିଲା ।
କୋଭିଡ୍ କଟକଣାକୁ ନେଇ କିପରି ଏହି କାର୍ଯ୍ୟକ୍ରମ କରିଥିଲେ ସେ ନେଇ ଆଲୋଚନା କରିଛନ୍ତି ଆମ ଇଟିଭି ଭାରତ ସମ୍ବାଦଦାତା ।
ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ