ETV Bharat / state

କହ୍ନେଇପୁରରେ ଗୁଳିକାଣ୍ଡ, ଅଳ୍ପକେ ବର୍ତ୍ତିଲେ ବାପ-ପୁଅ - ୩ ରାଉଣ୍ଡ ଗୁଳି

ଦୁର୍ବୃତ୍ତଙ୍କ ଗୁଳିମାଡରେ ଘର କବାଟ ଭେଦି ପଶିଲା ୩ ରାଉଣ୍ଡ ଗୁଳି । ଅଳ୍ପକେ ବର୍ତ୍ତିଲେ ବାପ ଓ ପୁଅ । ଅଧିକ ପଢନ୍ତୁ...

କହ୍ନେଇପୁରରେ ଗୁଳିକାଣ୍ଡ , ଅଳ୍ପକେ ବର୍ତ୍ତିଲେ ବାପ ଓ ପୁଅ

author img

By

Published : Sep 3, 2021, 8:36 AM IST

ବ୍ରହ୍ମପୁର: ଗଞ୍ଜାମ ଖଲ୍ଲିକୋଟ ଥାନା କହ୍ନେଇପୁରରେ ଗୁଳିକାଣ୍ଡ । ଦୁର୍ବୃତ୍ତଙ୍କ ଗୁଳିମାଡରେ ଘର କବାଟ ଭେଦି ପଶିଲା ୩ ରାଉଣ୍ଡ ଗୁଳି । ଅଳ୍ପକେ ବର୍ତ୍ତିଲେ ବାପ ଓ ପୁଅ । ସ୍ଥାନୀୟ ହସ୍ପିଟାଲ ଛକରେ ରହୁଥିବା ମହେଶ୍ୱରପୁର ଗ୍ରାମର ରଞ୍ଜିତ ପଟ୍ଟନାୟକଙ୍କ ବାସଭବନ ଉପରେ ବିଳମ୍ବିତ ରାତ୍ରରେ ତିନି ରାଉଣ୍ଡ ଗୁଳି ମାଡ ହୋଇଥିବା ଜଣାପଡିଛି । ଏ ନେଇ ଥାନାରେ ଏତଲା ଦିଆଯାଇଥିବା ବେଳେ ପୋଲିସ ଘଟଣାର ତଦନ୍ତ କରୁଛି ।

କହ୍ନେଇପୁରରେ ଗୁଳିକାଣ୍ଡ , ଅଳ୍ପକେ ବର୍ତ୍ତିଲେ ବାପ ଓ ପୁଅ

ବୁଧବାର ବିଳମ୍ୱିତ ରାତିରେ ମାଣିକପୁର ଗ୍ରାମର ଦୁଇ ଜଣ ଅସାମାଜିକ ବ୍ୟକ୍ତି ମୋଟର ସାଇକେଲରେ ଆସି ରଞ୍ଜିତ ପଟ୍ଟନାୟକଙ୍କ ଘର ସମ୍ମୁଖରେ ରହିଥିବା ମୁଖ୍ୟ ଫାଟକ ଡେଇଁ ଘର ଗ୍ରିଲ ବାଡେଇଥିଲେ । ଏହା ପରେ ସେ କବାଟ ଖୋଲିବାରୁ ପିସ୍ତଲ ଧରି ତାଙ୍କ ଉପରକୁ ଗୁଳିଚାଲାଣ କରିଥିଲେ । ଏଥିରେ ଭୟଭୀତ ହୋଇ ରଞ୍ଜିତ କବାଟ ବନ୍ଦ କରିଦେବାରୁ ତିନି ରାଉଣ୍ଡ ଗୁଳି ଘର କବାଟ ଭେଦ କରି ଘର ଭିତରେ ପଡିଥିଲା । ଏଥିରେ ରଞ୍ଜିତ ଓ ତାଙ୍କ ପୁଅ ଆଶିଷ ଅଳ୍ପକେ ବର୍ତ୍ତି ଯାଇଥିଲେ ।

ତେବେ ଗୁଳିକାଣ୍ଡ ଘଟାଇବା ପରେ ଅଭିଯୁକ୍ତ ମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ । ଏନେଇ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତିନିଗୋଟି ଖୋକା ଜବତ କରିଥିଲା । ଘଟଣାସ୍ଥଳରେ ଅତିରିକ୍ତ ଏସ.ପି ଠାକୁର ପ୍ରସାଦ ପାତ୍ର ଓ ଏସ ଡ଼ି ପି ଓ ଗୌତମ କିସାନଙ୍କ ସମେତ ପୋଲିସ ଟିମ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିବା ସହିତ ତିନି ଜଣକୁ ଥାନାରେ ଅଟକ ରଖି ପଚରାଉଚରା କରୁଥିବା ଜଣାଯାଇଛି । ତେବେ କେଉଁ କାରଣକୁ କେନ୍ଦ୍ର କରି ଗୁଣିକାଣ୍ଡ ଘଟିଛି ସେନେଇ କିଛି ସୂଚନା ମିଳିପାରି ନାହିଁ ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.