ETV Bharat / state

ସାମାନ୍ୟ ପୁଡିଆ ପାଇଁ ଗୁଳିକାଣ୍ଡ

ପୁଡିଆ ପାଇଁ ଟଙ୍କା ମାଗିବାରୁ ଦୋକାନୀଙ୍କ ଉପରେ ଗୁଳି ଚଳାଇଲେ ଗ୍ରାହକ । ଆହତ ଦୋକାନୀ ଡାକ୍ତରଖାନାରେ ଭର୍ତ୍ତି । ଗଞ୍ଜାମ ଜିଲ୍ଲାର ଛତ୍ରପୁର ଥାନା ଅନ୍ତର୍ଗତ ସିଙ୍ଗପୁରର ଘଟଣା । ଅଧିକ ପଢ଼ନ୍ତୁ...

author img

By

Published : Oct 26, 2019, 6:38 AM IST

ସାମାନ୍ୟ ପୁଡିଆ ପାଇଁ ଗୁଳିକାଣ୍ଡ

ବ୍ରହ୍ମପୁର: ସାମାନ୍ୟ କଥାକୁ କେଦ୍ର କରି ଗଞ୍ଜାମ ଜିଲ୍ଲାର ଛତ୍ରପୁର ଥାନା ଅନ୍ତର୍ଗତ ବଉଳ ଗାଁ ପଞ୍ଚାୟତ ସିଙ୍ଗପୁରରେ ଗୁଳିକାଣ୍ଡ । ଗ୍ରାମରେ ଜଣେ ବ୍ୟବସାୟୀ ସୁଶାନ୍ତ ପାତ୍ରଙ୍କ ଉପରେ ଗୁଳିମାଡ ହୋଇଥିବା ଅଭିଯୋଗ ହୋଇଛି ।

ସାମାନ୍ୟ ପୁଡିଆ ପାଇଁ ଗୁଳିକାଣ୍ଡ

ବ୍ୟବସାୟୀ ସୁଶାନ୍ତଙ୍କ ଉକ୍ତ ଗ୍ରାମରେ ଏକ ତେଜରାତି ଦୋକନ ରହିଛି । ତେବେ ଶୁକ୍ରବାର ସେହି ସାହିରେ ରହୁଥିବା ସଞ୍ଜୟ ବାରିକ ନାମକ ବ୍ୟକ୍ତି ସୁଶାନ୍ତଙ୍କ ଦୋକାନକୁ ଯାଇ ଏକ ପୁଡିଆ ଖାଇବା ପାଇଁ ମାଗିଥିଲେ । ଏଥିପାଇଁ ସୁଶାନ୍ତଙ୍କ ପତ୍ନୀ ଟଙ୍କା ମାଗିବା ପରେ ଉତ୍ୟକ୍ତ ହୋଇ ପଡିଥିଲେ ସଞ୍ଜୟ । ଏହା ପରେ ଘରେ ରଖିଥିବା ଏକ ପିସ୍ତଲକୁ ଆଣି ବ୍ରହ୍ମପୁରରୁ ଘରକୁ ଫେରିଥିବା ସୁଶାନ୍ତଙ୍କ ଉପରେ ଗୁଳି ଚଳାଇଥିଲେ । ଗୁଳି ସୁଶାନ୍ତଙ୍କ ପିଠିରେ ବାଜିଥିବା ବେଳେ ପ୍ରଥମେ ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟ ଏବଂ ପରେ ତାଙ୍କୁ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଥିଲା । ସୂଚନା ପାଇ ଛତ୍ରପୁର ଥାନା ପୋଲିସ ସିଙ୍ଗିପୁର ଗ୍ରାମରେ ପହଞ୍ଚି ତଦନ୍ତ କରିଛନ୍ତି ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

Intro:ସାମାନ୍ୟ କଥାକୁ କେଦ୍ର କରି ଗଜାମ ଜିଲାର ଛତ୍ରପୁର ଥାନା ଅନ୍ତର୍ଗତ ବଉଳଗାଁ ପଞ୍ଚାୟତ ସିଙ୍ଗପୁର ଗ୍ରାମରେ ଜଣେ ବ୍ୟବସାୟୀ ସୁଶାନ୍ତ ପାତ୍ରଙ୍କ ଉପରେ ଗୁଳିମାଡ ହୋଇଥିବାର ଅଭିଯୋଗ ହୋଇଛି । ବ୍ୟବସାୟୀ ସୁଶାନ୍ତଙ୍କ ଉକ୍ତ ଗ୍ରମରଏକ ତେଜରାତି ଦୋକନ ରହିଥିବା ବେଳେ ସେହି ସାହିରେ ରହୁଥିବା ସଞ୍ଜୟ ବାରିକ ଏକ ପୁଡିଆ ଖାଇବା ପାଇଁ ମାଗିବା ପରେ ଏଥିପାଇଁ ସୁଶାନ୍ତ ଙ୍କ ପନୀ ଟକା ମାଗିବା ପରେ ଉତ୍ୟକ୍ତ ହୋଇ ଘରେ ରଖିଥିବା ପିସ୍ତଲକୁ ଆଣି ବ୍ରହ୍ମପୁର ରୁ ନିଜ ଘରକୁ ଫେରିଥିବା ସୁଶାନ୍ତ ଙ୍କ ପଛ ପଟେ ଫାୟାରିଗ୍ କରିଥିଲେ । ଗୁଳି ସୁଶାନ୍ତ ଙ୍କ ପିଠିରେ ବାଜିଥିବା ବେଳେ ପ୍ରଥମେ ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟ ଏବଂ ପରେ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଥିଲା । ସୂଚନା ପାଇ ଛତ୍ରପୁର ଥାନା ପୋଲିସ ସିଙ୍ଗିପୁର ଗ୍ରାମରେ ପହଞ୍ଚି ତଦନ୍ତ କରିଛନ୍ତି ।

Body:ବ୍ରହ୍ମପୁରରୁ ସମୀର ଆଚାଯ୍ୟ ଇଟିଭି ଭାରତConclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.