ଭଞ୍ଜନଗର: ଗଞ୍ଜାମ ଜିଲ୍ଲା ବୁଗୁଡା ବ୍ଲକ ଗୋଲିଆ ଗାଁରେ ପୁଣି ଥରେ ଘଟିଛି ଗୁଳିକାଣ୍ଡ । ଗୁଳିକାଣ୍ଡରେ ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି । ସେମାନଙ୍କୁ ପ୍ରଥମେ ବୁଗୁଡା ମେଡିକାଲ ଓ ପରେ ବ୍ରହ୍ମପୁର ବଡମେଡିକାଲରେ ଭର୍ତ୍ତି କରାଯାଇଛି ।
ଗୁଳିକାଣ୍ଡର ଅସଲ କାରଣ ଜଣାପଡିନଥିବାବେଳେ ପୂର୍ବ ଶତୃତାକୁ କେନ୍ଦ୍ର କରି ଏହା ହୋଇଥିବା ଗୋଲିଆ ଗ୍ରାମରେ ଚର୍ଚ୍ଚା ହେଉଛି । ତେବେ ଅତର୍କିତ ଗୁଳିକାଣ୍ଡରେ ଗୋଲିଆ ଗ୍ରାମର ଏସ ଅନିଲ ଦୋରାଙ୍କ ପେଟରେ ଗୁଳିବାଜିଥିବାବେଳେ ସନାତନ ବାଡତିଆଙ୍କ ପିଠିରେ ଗୁଳି ବାଜିଛି ।
ଏଭଳି ସ୍ଥିତିରେ ଗୁଳିକାଣ୍ଡ ଘଟାଇ ଅଭିଯୁକ୍ତ ମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି । ସେପଟେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ଭଞ୍ଜନଗରରୁ ରଞ୍ଜନ ସ୍ବାଇଁ, ଇଟିଭି ଭାରତ