ETV Bharat / state

ଚିକିତ୍ସା ପାଇଁ ଅର୍ଥ ବାଧକ, ସ୍ବାମୀ ଚିକିତ୍ସା ପାଇଁ ବନ୍ଧା ପଡିଲା ପିଲା - ଗଞ୍ଜାମ ଚିକିତ୍ସା ପାଇଁ ଅର୍ଥ ବାଧକ

ସ୍ବାମୀ ଚିକିତ୍ସା ପାଇଁ 10 ହଜାରରେ ବନ୍ଧା ପଡିଲା ପିଲା । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବ୍ଲକ ବାରୁଡ଼ା ପଞ୍ଚାୟତର ବାଲିଆପଟା ଗ୍ରାମରେ ।

finance need for treatement
ଚିକିତ୍ସା ପାଇଁ ଅର୍ଥ ବାଧକ, ସ୍ବାମୀ ଚିକିତ୍ସା ପାଇଁ ବନ୍ଧା ପଡିଲା ପିଲା
author img

By

Published : Feb 9, 2021, 11:06 PM IST

ଭଞ୍ଜନଗର: ସ୍ବାମୀ ଚିକିତ୍ସା ପାଇଁ 10 ହଜାରରେ ବନ୍ଧା ପଡିଲା ପିଲା । ସରକାର ଲୋକଙ୍କ ପାଖରେ ସ୍ବାସ୍ଥ୍ୟସେବା ପହଞ୍ଚାଇବା ପାଇଁ ବିଭିନ୍ନ ଯୋଜନା କରିଛନ୍ତି କିନ୍ତୁ ପ୍ରକୃତ ଲୋକଙ୍କ ପାଖରେ ଅପହଞ୍ଚ । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବ୍ଲକ ବାରୁଡ଼ା ପଞ୍ଚାୟତର ବାଲିଆପଟା ଗ୍ରାମରେ ।

ଚିକିତ୍ସା ପାଇଁ ଅର୍ଥ ବାଧକ, ସ୍ବାମୀ ଚିକିତ୍ସା ପାଇଁ ବନ୍ଧା ପଡିଲା ପିଲା

ଭଞ୍ଜନଗର ବ୍ଲକ ବାରୁଡ଼ା ପଞ୍ଚାୟତର ବାଲିଆପଟା ଗ୍ରାମରେ ବସବାସ କରନ୍ତି ଦୁଖା ନାଇକ । ଦୁଖା ନାଇକଙ୍କ ପରିବାର କହିଲେ ତିନି କୁନି କୁନି ପିଲାକୁ ନେଇ ତାଙ୍କ ସଂସାର । ଦୁଖା ଦାରିଦ୍ର୍ୟ ସୀମାରେଖା ତଳେ ଥିବାବେଳେ ମୁଲ କାମ କରି ପରିବାର ପ୍ରତିପୋଷଣ କରୁଥିଲେ । ଦିନେ ଭଞ୍ଜନଗର କୌଣସି କାମରେ ଆସିଥିବାବେଳେ ତାଙ୍କର ଗୋଡ଼ରେ ଆଘାତ ଲାଗିଥିଲା ସେହି ଛୋଟିଆ ଆଘାତ ଦିନକୁ ଦିନ ବଢ଼ିବାରେ ଲାଗିଲା ପ୍ରଥମେ ବେଲଗୁଣ୍ଠାରେ ଔଷଧ ଖାଇଲେ ତାପରେ ଭଞ୍ଜନଗର ମେଡିକାଲରେ ଭର୍ତ୍ତି ହେଲେ କିଛି ଦିନ ମେଡିକାଲରେ ରହିବାପରେ ନିଜ ଗ୍ରାମକୁ ଚାଲିଆସିଲେ ତାପରେ ଦିନକୁ ଦିନ ଦୁର୍ଦଶା ବଢ଼ିବାରେ ଲାଗିଲା ଗୋଡ଼ଟି ପାଚିବାରେ ଲାଗିଲା ଆଉ ଚାଲି ପାରିଲେ ନାହିଁ । ଦୁଖା ର ରୋଜଗାର ବନ୍ଦ ହୋଇଗଲା ପରେ ଭୋକ ଉପବାସରେ କେତେଦିନ ରହିବେ ଶେଷରେ ସ୍ତ୍ରୀ ଝିଲି ନାଇକ ପାଞ୍ଚ ମାସର ପିଲାକୁ ନିଜ ବଡ଼ ଭଉଣୀ ପାଖରେ ଛାଡି ମୁଲଲାଗି ସ୍ବାମୀର ଚିକିତ୍ସା ଏବଂ ଦୁଇ ପିଲାର ମୁହଁରେ ଦାନା ଦେବାକୁ ରୋଜଗାର କରିବାକୁ ବାହାରି ପଡିଲେ ଝିଲି ସ୍ବାମୀର ଚିକିତ୍ସା କରିବାକୁ ବଡ଼ ଭଉଣୀ ଠାରୁ ଦଶ ହାଜର ଟଙ୍କା ମଧ୍ୟ ଆଣିଛନ୍ତି । ସେ ଟଙ୍କା ସରିଗଲା ହେଲେ ସ୍ଵାମୀ ଭଲ ହୋଇପାରିଲେ ନାହିଁ । ଶେଷରେ ରୋଗଣା ସ୍ଵାମୀ ପାଖରେ ଦୁଇ ପିଲାକୁ ଛାଡି ପ୍ରତିଦିନ ମୁଲ କାମ କରିବାକୁ ବାହାରି ଯାଉଥିବାବେଳେ ଏହି ଅସହାୟ ପରିବାରକୁ ସମସ୍ତ ସରକାରୀ ସାହାଯ୍ୟ ଯୋଗାଇ ଦେବାକୁ ଅନୁରୋଧ କରିଛନ୍ତି ଗ୍ରାମବାସୀ ।

ଅନ୍ୟପଟେ ଦୁଖାର ପରିବାର ଚାଳକୁଡ଼ିଆରେ ରହୁଥିବାବେଳେ ସରକାରଙ୍କ ସମସ୍ତ ଯୋଜନାରୁ ବାଦ ପଡିଛନ୍ତି । ଶେଷରେ ପ୍ରଶାସନର ଦୃଷ୍ଟି ପଡିଛି ଦୁଖା ଉପରେ ମେଡିକାଲ ଟିମ ଯାଇ ଦୁଖାକୁ ତାଙ୍କ ଗ୍ରାମରୁ ଉଦ୍ଧାର କରି ଭଞ୍ଜନଗର ମେଡିକାଲରେ ଭର୍ତ୍ତି କରିଛନ୍ତି ଆବଶ୍ୟକ ପଡିଲେ ଅଧିକ ଚିକିତ୍ସା ନିମନ୍ତେ ବ୍ରହ୍ମପୁର ବଡମେଡିକାଲକୁ ପଠାଯିବ ବୋଲି ପ୍ରଶାସନ ପକ୍ଷରୁ ସୂଚନା ମିଳିଛି ।

ଭଞ୍ଜନଗରରୁ ରଞ୍ଜନ ସ୍ବାଇଁ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.