ETV Bharat / state

ବିଦ୍ୟୁତ୍‌ ଆଘାତରେ ଆଖି ବୁଜିଲା ଦନ୍ତା ହାତୀ

11 କେଭି ବିଦ୍ୟୁତ ଆଘାତରେ ଦନ୍ତା ହାତୀର ମୃତ୍ୟୁ । ଉତ୍ତର ଘୁମୁସର ଅନ୍ତର୍ଗତ ଲାଠିପୋଡ଼ା ଗ୍ରାମ ଶ୍ମଶାନ ଘାଟ ନିକଟ ଜଙ୍ଗଲରେ ଘଟିଛି ଏହି ଘଟଣା । ଅଧିକ ପଢନ୍ତୁ...

ବିଦ୍ୟୁତ ଆଘାତରେ ଦନ୍ତା ହାତୀ ମୃତ
ବିଦ୍ୟୁତ ଆଘାତରେ ଦନ୍ତା ହାତୀ ମୃତ
author img

By

Published : Jun 7, 2021, 10:22 AM IST

ଭଞ୍ଜନଗର: 11 କେଭି ବିଦ୍ୟୁତ ଆଘାତରେ ଦନ୍ତା ହାତୀର ମୃତ୍ୟୁ । ଏଭଳି ଅଭାବନୀୟ ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ଉତ୍ତର ଘୁମୁସର ଅନ୍ତର୍ଗତ ଲାଠିପୋଡ଼ା ଗ୍ରାମ ଶ୍ମଶାନ ଘାଟ ନିକଟ ଜଙ୍ଗଲରେ । ସୂଚନା ମୁତାବକ, 8ଟି ହାତୀ ଦୀର୍ଘ 3 ଦିନ ଧରି ଲାଠିପୋଡ଼ା ଅଞ୍ଚଳର ବାଘୁଆପଲି, ବିଭୁତିଆ, ଓ ଆଖପାଖ ଅଞ୍ଚଳରେ ଖାଦ୍ୟ ଅନ୍ୱେଷଣରେ ଘୁରି ବୁଲୁ ଥିବା ବେଳେ ଆଜି ସକାଳୁ ସକାଳୁ ବିଦ୍ୟୁତ ତାର ସଂସ୍ପର୍ଶ ଆସି ଗୋଟିଏ ହାତୀର ମୃତ୍ୟୁ ଘଟିଛି ।

ବିଦ୍ୟୁତ ଆଘାତରେ ଦନ୍ତା ହାତୀ ମୃତ

ବନ ବିଭାଗର କର୍ମଚାରୀମାନେ ମଧ୍ୟ 3 ଦିନ ଧରି ହାତୀଙ୍କୁ ସୁରକ୍ଷିତ ଭାବରେ ଜଙ୍ଗଲ ମଧ୍ୟକୁ ଘଉଡ଼ାଇବା ପାଇଁ ପ୍ରୟାସ ଜାରିରଖିଥିବା ମଧ୍ୟ ଜଣା ପଡିଛି । ତେବେ କୌଣସି ମତେ ଦନ୍ତା ହାତୀର ଶୁଣ୍ଢଟି 11 କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସିବାରୁ ତାର ମୃତ୍ୟୁ ଘଟିଛି । ଘଟଣା ସ୍ଥଳରେ ସୋରଡ଼ା ପୋଲିସ ଓ ବନ ବିଭାଗର କର୍ମଚାରୀମାନେ ପହଞ୍ଚି ଘଟଣାସ୍ଥଳକୁ ସିଲ କରିଛନ୍ତି । ବନ ବିଭାଗର କର୍ମଚାରୀମାନଙ୍କ କହିବା ମୁତାବକ ଏବେ ମଧ୍ୟ ନିକଟ ଜଙ୍ଗଲରେ ଆହୁରି 7 ଟି ହାତୀ ଜଗି ରହିଛନ୍ତି ।

ଭଞ୍ଜନଗରରୁ ରଞ୍ଜନ ସ୍ବାଇଁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.