ETV Bharat / state

ଧାନ ବିଲରୁ ଛୁଆ ହାତୀର ମୃତଦେହ ଠାବ

author img

By

Published : Nov 13, 2022, 6:53 PM IST

ହାତୀ ଶାବକର ମୃତଦେହ ଉଦ୍ଧାର । ଧାନ ବିଲରୁ ହାତୀ ଛୁଆର ମୃତଦେହ ଉଦ୍ଧାର ହୋଇଛି । ଗଞ୍ଜାମ ଜିଲ୍ଲା ଦକ୍ଷିଣ ବନଖଣ୍ଡ ଅଧୀନ ବୁଗୁଡ଼ା ରେଞ୍ଜ ପ୍ରତାପ ଧନଞ୍ଜୟପୁର ଓ ବେଲାପଡା କୋଇଲି ତୋଟା ପାଖ ଧାନ ବିଲରୁ ଏହି ହାତୀଛୁଆର ମୃତଦେହକୁ ଠାବ କରିଛି ବନବିଭାଗ । ଅଧିକ ପଢ଼ନ୍ତୁ

ଧାନ ବିଲରୁ ହାତୀ ଛୁଆର ମୃତଦେହ ଠାବ
ଧାନ ବିଲରୁ ହାତୀ ଛୁଆର ମୃତଦେହ ଠାବ

ଭଞ୍ଜନଗର: ହାତୀ ଶାବକର ମୃତଦେହ ଉଦ୍ଧାର । ଧାନ ବିଲରୁ ହାତୀ ଛୁଆର ମୃତଦେହ ଉଦ୍ଧାର ହୋଇଛି । ଗଞ୍ଜାମ ଜିଲ୍ଲା ଦକ୍ଷିଣ ବନଖଣ୍ଡ ଅଧୀନ ବୁଗୁଡ଼ା ରେଞ୍ଜ ପ୍ରତାପ ଧନଞ୍ଜୟପୁର ଓ ବେଲାପଡା କୋଇଲି ତୋଟା ପାଖ ଧାନ ବିଲରୁ ଏହି ହାତୀଛୁଆର ମୃତଦେହକୁ ଠାବ କରିଛି ବନବିଭାଗ । ଏଥିରେ ହାତୀର ଶୁଣ୍ଢରେ ଶକ୍ତ ଆଘାତ ଲାଗିଥିବା ଦେଖିବାକୁ ମିଳିଛି । ଗତକାଲି(ଶନିବାର) ରାତିରେ କିଛି ହାତୀପଲ ଧାନ ଖାଇବା ପାଇଁ ଆସିଥିଲେ । ତେବେ ବିଲରେ ବନ୍ୟଜନ୍ତୁଙ୍କୁ ଶିକାର କରିବା ପାଇଁ ବିଛାଯାଇଥିବା ତାରରେ ହାତୀ ଛୁଆଟି ଲାଗି ଯାଇଥିଲା । ଯାହାଫଳରେ ହାତୀ ଛୁଆଟିର ମୃତ୍ୟୁ ଘଟିଥିବା ସନ୍ଦେହ କରାଯାଉଛି ।

ଧାନ ବିଲରୁ ହାତୀ ଛୁଆର ମୃତଦେହ ଠାବ

କିନ୍ତୁ ସଠିକ ତଦନ୍ତ ପରେ ହିଁ ଘଟଣାର ସତ୍ୟତା ପଦାକୁ ଆସିବ । ଘଟଣାସ୍ଥଳରେ ବୁଗୁଡ଼ା ରେଞ୍ଜେର ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ରାଜ୍ୟରେ ଏଭଳି ଗୋଟିଏ ପରେ ଗୋଟିଏ ହାତୀଙ୍କ ଜୀବନ ଯାଉଛି । ଯାହାକୁ ନେଇ ଚିନ୍ତା ବଢ଼ୁଥିବା ବେଳେ ବନବିଭାଗର କିନ୍ତୁ ନିଦ ଭାଙ୍ଗୁନି । ବନବିଭାଗର ଖାମଖିଆଲି ଯୋଗୁଁ ଏଭଳି ହାତୀମୃତ୍ୟୁ ସଂଖ୍ୟା ବଢୁଛି ବୋଲି ଆଲୋଚନା ହେଉଛି । ସେପଟେ ହାତୀଟି ଅତ୍ୟଧିକ ଧାନ ଖାଇବା କାରଣରୁ ମୃତ୍ୟୁ ହୋଇଥିବା ନେଇ ଅନୁମାନ କରାଯାଉଥିବା କହିଛନ୍ତି ବନବିଭାଗ ଅଧିକାରୀ ।

ଏ ସମ୍ପର୍କରେ ବୁଗୁଡ଼ା ବନାଞ୍ଚଳ ଅଧିକାରୀ ପ୍ରଦୀପ କୁମାର ମିଶ୍ର କହିଛନ୍ତି ''ଆମ ଅଞ୍ଚଳରେ ହାତୀପଲ ନଥିଲେ । ତେଣୁ ଏ ସମ୍ପର୍କରେ ଆମ ଖବର ପାଇନଥିଲୁ । ଏଠାରେ ଯେପରି ହାତୀ ନପଶେ ସେଥିପାଇଁ ଆମ ତରଫରୁ ଅନେକ ପଦକ୍ଷେପ ନିଆଯାଇଛି । ତେବେ ହାତୀପଲ ନୁହେଁ ଗୋଟିଏ ହାତୀ ଖାଦ୍ୟ ଅନ୍ବେଷଣରେ ଏହା ଭିତରକୁ କିଭଳି ପଶି ଆସିଛି । ତେବେ ଅଧିକ ଧାନ ଖାଇ ଦେଇଥିବାରୁ ହାତୀର ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି । କାରଣ ଏହାର ଚାରିପାଖରେ କୌଣସି ବିଦ୍ୟୁତ୍‌ ତାର ବିଛା ଯାଇନାହିଁ । ତେବେ ତଦନ୍ତ ପରେ ଜଣା ପଡ଼ିବ ମୃତ୍ୟୁର କାରଣ।''

ସେହିପରେ ସ୍ଥାନୀୟ ବାସିନ୍ଦା ପ୍ରକାଶ ମାର୍ଥା କହିଛନ୍ତି ''ଯେଉଁଠାରେ ହାତୀର ମୃତଦେହ ପଡ଼ିଛି ସେଠାର ଆଖପାଖରେ କୌଣସି ବିଦ୍ୟୁତ୍‌ ତାର ବିଛାଯାଇନି । ତେବେ ହାତୀ ଅନ୍ୟ ଜାଗାରେ କୌଣସି ଆଘାତ ପାଇ ଏଠାରେ ଟଳି ପଡ଼ିଛି । ଏହାସହ ଗତ କିଛିଦିନ ହେବ ଏହି ଗାଁକୁ ଗୋଟିଏ ହାତୀ ପଶି ଆସିଥିବା ସ୍ଥାନୀୟ ଲୋକେ ଓ ବନବିଭାଗ କହିଛନ୍ତି । ହେଲେ ଏପର୍ଯ୍ୟନ୍ତ ହାତୀ ମୃତ୍ୟୁର କାରଣ ସ୍ପଷ୍ଟ ଜଣା ପଡ଼ିନଥିବା ବେଳେ ଏହା ଶୀକାର ପାଇଁ ଏଭଳି ଘଟିଥାଇପାରେ ବୋଲି କହିଛନ୍ତି।''

ଇଟିଭି ଭାରତ, ଭଞ୍ଜନଗର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.