ETV Bharat / state

ବିନା ଅନୁମତିରେ ବଳି ପଡିଲା 15 ଲକ୍ଷ ମୂଲ୍ୟର ଶାଗୁଆନ ଗଛ; ଥାନାରେ ମାମଲା

ବିନା ଅନୁମତିରେ 15 ଲକ୍ଷ ଟଙ୍କା ମୂଲ୍ୟର ଶାଗୁଆନ ଗଛ କାଟିଛି ଟାୱାର ଲାଇନ ବିଭାଗ । ଏପରି ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲାର ଦିଗପହଣ୍ଡି ବ୍ଲକ କଇଠଡା ପଞ୍ଚାୟତ ଅନ୍ତର୍ଗତ କଲ୍ୟାଣପୁର ଗ୍ରାମରେ । ଅଧିକ ପଢନ୍ତୁ...

୧୫ ଲକ୍ଷ ଟଙ୍କାର ଶାଗୁଆନ ଗଛ ନଷ୍ଟ
୧୫ ଲକ୍ଷ ଟଙ୍କାର ଶାଗୁଆନ ଗଛ ନଷ୍ଟ
author img

By

Published : Jun 30, 2021, 9:34 AM IST

ବ୍ରହ୍ମପୁର: ମଣିଷ ଜୀବନ ପାଇଁ ଗଛଟିର ଭୂମିକା ଗୁରୁତ୍ବପୂର୍ଣ୍ଣ । ଗଛ ବଞ୍ଚିଲେ ମଣିଷ ବଞ୍ଚିବ । ସବୁ ଜାଣି ମଧ୍ୟ ଗଛ କାଟି ଚାଲିଛି ଏ ନିର୍ବୋଧ ମଣିଷ । ବିନା ଅନୁମତିରେ ଶାଗୁଆନ ଗଛ କାଟିଛି ଟାୱାର ଲାଇନ ବିଭାଗ । ଜଣେ ପରିବେଶବିତଙ୍କ ଜମିରୁ ତାଙ୍କ ବିନା ଅନୁମତିରେ ଟାୱାର ମରାମତି କରୁଥିବା ବିଦ୍ୟୁତ ବିଭାଗ ଶାଗୁଆନ ଗଛ କାଟିଛି । ଏପରି ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲାର ଦିଗପହଣ୍ଡି ବ୍ଲକ କଇଠଡା ପଞ୍ଚାୟତ ଅନ୍ତର୍ଗତ କଲ୍ୟାଣପୁର ଗ୍ରାମରେ ।

ସୂଚନାଅନୁସାରେ ପ୍ରକୃତି ବନ୍ଧୁ ସମ୍ମାନରେ ସମ୍ବର୍ଦ୍ଧିତ ମୋହନ ଚରଣ ଦାସଙ୍କ ଚାଷ ଜମିରେ ଲଗାଯାଇଥିବା ୬୫ ଗୋଟି ଶାଗୁଆନ ଗଛକୁ ଟାୱାର ଲାଇନ ବିଦ୍ୟୁତ ବିଭାଗ ଠିକାଦାର କାଟି ଦେଇଥିବା ଜଣାପଡିଛି । ଏ ନେଇ ମୋହନ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେଙ୍କୁ ଫେରାଦ ହେବା ସହ ଦିଗପହଣ୍ଡି ଥାନାରେ ଅଭିଯୋଗ କରିଛନ୍ତି ।

ମୋହନ ଗତ ୮ ବର୍ଷ ପୂର୍ବେ ଶାଗୁଆନ ଗଛକୁ ନିଜ ଜମିରେ ଲଗାଇବା ସହ ତାହାର ରକ୍ଷଣାବେକ୍ଷଣ କରି ଆସୁଥିଲେ । ଏପରିକି ଗଛ ଗୁଡ଼ିକ ଶାଖା ପ୍ରଶାଖା ମଧ୍ୟ ବାହାରି ଥିଲା । କିନ୍ତୁ ଉକ୍ତ ଗ୍ରାମର ଚାଷଜମି ଉପରଦେଇ ଉଚ୍ଚ କ୍ଷମତା ସମ୍ପନ୍ନ ୧୩୨ କେଭି ବିଦ୍ୟୁତ୍ ଟାୱାର ନିର୍ମାଣ ଚାଲିଥିବା ବେଳେ ସଂପୃକ୍ତ ଅଞ୍ଚଳରେ ଜନଶୁଣାଣି କରାନଯିବା ସହ ମୋହନଙ୍କୁ ନ ଜଣାଇ ଟାୱାର ଲାଇନ ବିଦ୍ୟୁତ ବିଭାଗ ଠିକାଦାରଙ୍କ ପକ୍ଷରୁ ନିୟୋଜିତ କର୍ମଚାରୀମାନେ ଗଛ ଗୁଡ଼ିକୁ କାଟି ଦେଇଥିବା ଅଭିଯୋଗ ପତ୍ରରେ ଉଲ୍ଲେଖ କରାଯାଇଛି ।

ଉକ୍ତ ଶାଗୁଆନ ଗଛର ଆନୁମାନିକ ମୂଲ୍ୟ ୧୫ ଲକ୍ଷ ଟଙ୍କା ହେବ । ଏନେଇ ମୋହନ ସମ୍ପୂର୍ଣ୍ଣ ଭାବେ ଭାଙ୍ଗି ପଡ଼ିବା ସହ କ୍ଷତିପୂରଣ ଦାବିରେ ଗଞ୍ଜାମ ଜିଲ୍ଲାପାଳ ସମେତ ବ୍ରହ୍ମପୁର ଉପଜିଲ୍ଲାପାଳ , ବ୍ରହ୍ମପୁର ବନଖଣ୍ଡ ଅଧିକାରୀ, ଦିଗପହଣ୍ଡି ବନାଞ୍ଚଳ ଅଧିକାରୀ, ସ୍ଥାନୀୟ ତହସିଲଦାରଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି । ଏପରିକି ଉକ୍ତ ଠିକାଦାର ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ କ୍ଷତିପୂରଣ ରାଶି ପ୍ରଦାନ କରିବା ପାଇଁ ଦାବି କରିଛନ୍ତି । ନ୍ୟାୟ ନ ମିଳିଲେ ସେ ଉଚ୍ଚପଦସ୍ଥ ଅଧିକାରୀଙ୍କ ଦ୍ବାରସ୍ଥ ହେବେ ବୋଲି ଚେତାବନୀ ଦେଇଛନ୍ତି ମୋହନ ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.