ETV Bharat / state

ଗଞ୍ଜାମରେ ଜିଲ୍ଲାପାଳ ଥିବା ସମୟରେ ଜିଲ୍ଲାକୁ ମିଳିଥିଲା ଚାରୋଟି ଜାତୀୟ ପୁରସ୍କାର: ପାଣ୍ଡିଆନ୍ - VK Pandian

"ଗଞ୍ଜାମରେ ଜିଲ୍ଲାପାଳ ଥିବା ସମୟରେ ଜିଲ୍ଲାକୁ ମିଳିଥିଲା ଚାରୋଟି ଜାତୀୟ ପୁରସ୍କାର ।ଗଞ୍ଜାମ ଓ ବ୍ରହ୍ମପୁର ମୋ ପାଇଁ ପରିବାର ଭଳି ଲାଗେ " ଭି.କେ.ପାଣ୍ଡିୟାନ୍

ଗଞ୍ଜାମରେ ଜିଲ୍ଲାପାଳ ଥିବା ସମୟରେ ଜିଲ୍ଲାକୁ ମିଳିଥିଲା ଚାରୋଟି ଜାତୀୟ ପୁରସ୍କାର: ଭି.କେ.ପାଣ୍ଡିୟାନ୍

author img

By ETV Bharat Odisha Team

Published : Aug 27, 2023, 10:35 PM IST

ଗଞ୍ଜାମରେ ଜିଲ୍ଲାପାଳ ଥିବା ସମୟରେ ଜିଲ୍ଲାକୁ ମିଳିଥିଲା ଚାରୋଟି ଜାତୀୟ ପୁରସ୍କାର: ଭି.କେ.ପାଣ୍ଡିୟାନ୍

ବ୍ରହ୍ମପୁର: ଗଞ୍ଜାମରେ ଜିଲ୍ଲାପାଳ ଥିବା ସମୟରେ ଜିଲ୍ଲାକୁ ମିଳିଥିଲା ଚାରୋଟି ଜାତୀୟ ପୁରସ୍କାର । ଗଞ୍ଜାମ ଓ ବ୍ରହ୍ମପୁର ମୋ ପାଇଁ ପରିବାର ଭଳି ଲାଗେ । ଏଠାରେ ସାଢେ ଚାରି ବର୍ଷର ସୁଯୋଗ ଦେଇଥିଲେ ମୁଖ୍ୟମନ୍ତ୍ରୀ । ଜିଲ୍ଲାପାଳ ଭାବରେ କାର୍ଯ୍ୟ କରିବା ସମୟରେ ଜିଲ୍ଲାକୁ ଚାରି ଗୋଟି ଜାତୀୟ ସ୍ତରର ପୁରସ୍କାର ମିଳିପାରିଥିଲା । ପ୍ରଥମବର୍ଷରେ ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନାରେ ଗଞ୍ଜାମ ଜିଲ୍ଲା ସର୍ବଶ୍ରେଷ୍ଠ ଜିଲ୍ଲା ଭାବରେ ପୁରସ୍କାର ମିଳିଥିଲା । ତାହା ପରେ ଦ୍ୱିତୀୟ ବର୍ଷରେ ପୁଣି ଥରେ ଗଞ୍ଜାମ ଜିଲ୍ଲାରେ ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନାରେ କାର୍ଯ୍ୟରତ ଶ୍ରମିକଙ୍କୁ ମାଟି କାର୍ଯ୍ୟ କରି ସେମାନଙ୍କୁ ପ୍ରଦାନ କରୁଥିବା ସେମାନଙ୍କର ପ୍ରାପ୍ୟ ଶତ ପ୍ରତିଶତ ବ୍ୟାଙ୍କ ଜରିଆରେ ପ୍ରଦାନ କରାଯାଇଥିଲା । ଯାହାକୁ ନେଇ ତତକାଳୀନ ସମୟରେ ଗଞ୍ଜାମ ଜିଲ୍ଲା ପୁରସ୍କୃତ ହେବା ସହିତ ପରବର୍ତ୍ତୀ ସମୟରେ ଗଞ୍ଜାମ ଜିଲ୍ଲା ଭଳି ସମସ୍ତ ଜିଲ୍ଲାରେ ଏହି ବ୍ୟବସ୍ଥା ଆରମ୍ଭ ହୋଇଥିଲା ।

ସେହିପରି ଭିନ୍ନକ୍ଷମ ବ୍ୟକ୍ତିବିଶେଷଙ୍କୁ ଥଇଥାନ କରିବା କ୍ଷେତ୍ରରେ ତୃତୀୟ ଜାତୀୟ ପୁରସ୍କାର ପ୍ରଦାନ କରାଯାଇଥିଲା । ଗଞ୍ଜାମ ଜିଲ୍ଲା ଦେଶରେ HIV ଓ ଏଡସ୍ ଆକ୍ରାନ୍ତଙ୍କ ମଧ୍ୟରେ ରେଡ ଜୋନ୍‌ରେ ରହିଥିବା । ଯୋଗୁଁ ତାହାକୁ କମ୍ କରିବା ଏବଂ ଦେଶର ଏକମାତ୍ର ରାଜ୍ୟ ଭାବରେ ସମସ୍ତ HIV ଆକ୍ରାନ୍ତଙ୍କୁ ମଧୁବାବୁ ପେନସନ୍ ଯୋଜନାରେ ସାମିଲ କରା ଯାଇଥିଲା । ଏହି ସହିତ 2010 ମସିହାପରଠାରୁ ଗଞ୍ଜାମରେ ଧୀରେଧୀରେ HIV ଆକ୍ରାନ୍ତଙ୍କର ସଂଖ୍ୟା କମି ଯାଇଥିବା ଦେଖିବାକୁ ମିଳିଥିଲା । ବ୍ରହ୍ମପୁର ଠାରେ ଆୟୋଜିତ ଜନଶୁଣାଣିରେ ଉଦବୋଧନ ଦେଇଥିଲେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ତଥା ରାଜ୍ୟ 5ଟି ସଚିବ ଭି.କାର୍ତ୍ତିକେୟନ୍ ପାଣ୍ଡିଆନ୍ ।

ଏହା ମଧ୍ୟ ପଢନ୍ତୁ..Pandian on Pradeep: ପ୍ରବାସୀଙ୍କୁ ଆଣିବାକୁ ଚାହୁଁନଥିଲେ ଜଣେ ଲୋକ ପ୍ରତିନିଧି: ଭିକେ ପାଣ୍ଡିଆନ

ସେହିପରି ଗ୍ରାମକଣ୍ଟକ ଜମି ପରମପୋକ ଜମିର ପରିବର୍ତ୍ତନ କରାଯାଇ ଅନେକ ଜମି ପାଇଥିବା ବେଳେ ଓଡ଼ିଶା ଓ ଆନ୍ଦ୍ର ସୀମାନ୍ତ ଗିରିସୋଲା ଚେକଗେଟର ସମସ୍ୟାର ସମାଧାନ କରାଯାଇଥିଲା ଏବଂ ଗେଟ୍‌କୁ ଉଠାଇ ଦିଆଯାଇଥିଲା । ଏପରିକି ଗିରିସୋଲାରୁ ଫାଟକରୁ ରେଡକ୍ରସ ନାମରେ ଆଦାୟ ହେଉଥିବା ଅର୍ଥରେ ରେଡକ୍ରସ୍ ବିଦ୍ୟାଳୟ ଖୋଲାଯିବା ସହିତ ଗରୀବ ପିଲାଙ୍କୁ ପାଠ ପଢ଼ାଯିବା କାର୍ଯ୍ୟ ଆରମ୍ଭ ହୋଇଥିଲା । ଯାହା ପରବର୍ତ୍ତୀ ସମୟରେ ସାରା ରାଜ୍ୟରେ ଅନ୍ୱଷା ଯୋଜନା ଭାବରେ କାର୍ଯ୍ୟକାରୀ ହୋଇଥିଲା । ଏପରିକି ବର୍ତ୍ତମାନର 5ଟି ସଚିବଙ୍କର ପ୍ରୟାଶରେ ଆରମ୍ଭ ହୋଇଥିବା ମାଁ ତାରାତାରିଣୀ ମନ୍ଦିର ଆଜି 5ଟି ରୂପାନ୍ତରିକରଣରେ ଭବ୍ୟ ମନ୍ଦିର ହୋଇପାରିଛି । ଯାହାକି ପରବର୍ତ୍ତୀ ସମୟରେ ଶ୍ରୀମନ୍ଦିରଠାରୁ ଆରମ୍ଭ କରି ଲିଙ୍ଗରାଜ ମନ୍ଦିର ଏବଂ ଗୁପ୍ତେଶ୍ୱରର ମନ୍ଦିର ଭଳି ରାଜ୍ୟର ସମସ୍ତ ମନ୍ଦିର ରୂପାନ୍ତରିକରଣ ହୋଇଛି ।

ଏପରିକି ସେହି ସମୟରେ ବ୍ଲକ ସ୍ତରରେ ମହିଳାମାନଙ୍କ ପାଇଁ ଫେଡେରେସନ୍ ନଥିଲା । ଗଞ୍ଜାମରେ ପ୍ରଥମେ ବି.ମାସ ଆରମ୍ଭ ହୋଇଥିଲା ଏବଂ ପରବର୍ତ୍ତୀ ସମୟରେ ଏହାକୁ ମୁଖ୍ୟମନ୍ତ୍ରୀ ବ୍ଲକ ସ୍ତରରେ କରିବାକୁ ଚିନ୍ତା କଲେ ଏବଂ ବର୍ତ୍ତମାନ ତାହାକୁ ମିଶନ ଶକ୍ତି ମାଧ୍ୟମରେ ସାରା ରାଜ୍ୟରେ କାର୍ଯ୍ୟ କରାଯାଉଛି । ଯାହାକି ରାଜ୍ୟ ତଥା ଦେଶ ପାଇ ଗଞ୍ଜାମଠାରୁ ଆରମ୍ଭ ହୋଇଥିବା ସମସ୍ତ ପରିକଳ୍ପନାକୁ ନିଜ ଗସ୍ତର ତୃତୀୟ ଦିନରେ ବାଖ୍ୟା କରିଥିଲେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ତଥା ରାଜ୍ୟ 5ଟି ସଚିବ ଭି.କାର୍ତ୍ତିକେୟନ୍ ପାଣ୍ଡିଆନ୍ ।

ଇଟିଭି ଭାରତ, ବ୍ରହ୍ମପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.