ETV Bharat / state

ବ୍ରହ୍ମପୁରରେ ନକଲି ବିଦେଶୀ ମଦ କାରବାର, 2 ଗିରଫ - ବ୍ରହ୍ମପୁର ଅବକାରୀ ବିଭାଗକୁ ସଫଳତା

ବ୍ରହ୍ମପୁର ଉପକଣ୍ଠରେ ଚାଲିଥିଲା ନକଲି ବିଦେଶୀ ମଦ କାରବାର । ତିନୋଟି ସ୍ଥାନରେ ଚଢାଉ କରି ଦୁଇ ଜଣଙ୍କୁ ଗିରଫ କରିବାରେ ସକ୍ଷମ ହୋଇଛି ଅବକାରୀ ବିଭାଗ । ଅଧିକ ପଢନ୍ତୁ

ବ୍ରହ୍ମପୁରରେ ନକଲି ବିଦେଶୀ ମଦ କାରବାର, ଦୁଇ ଜଣଙ୍କୁ ଗିରଫ କଲା ଅବକାରୀ ବିଭାଗ

author img

By

Published : Nov 3, 2022, 10:53 AM IST

ବ୍ରହ୍ମପୁର: ବ୍ରହ୍ମପୁର ଅବକାରୀ ବିଭାଗକୁ ସଫଳତା । ସହର ଉପକଣ୍ଠରେ ଚାଲିଥିଲା ନକଲି ବିଦେଶୀ ମଦ କାରବାର । ଯାହାକୁ ନେଇ ତିନୋଟି ସ୍ଥାନରେ ଚଢାଉ କରି ଦୁଇ ଜଣଙ୍କୁ ଗିରଫ କରିବାରେ ସକ୍ଷମ ହୋଇଛି ଅବକାରୀ ବିଭାଗ । ବ୍ରହ୍ମପୁର ଉପକଣ୍ଠରେ ସୋରଳ ଛକରେ ବିଭାଗର ଅଧିକାରୀମାନେ ଚଢ଼ାଉ କରିବା ସମୟରେ ଜଣେ ସ୍କୁଟିରେ ନକଲି ବିଦେଶୀ ମଦ ନେଇ ଯାଉଥିଲା । ଏହି ସମୟରେ ଜଣେ ଯୁବକଙ୍କୁ କାବୁ କରିଥିଲା ଅବକାରୀ ବିଭାଗ । ଅଭିଯୁକ୍ତ ସୂଚନା ମୁତାବକ ଆଙ୍କୁଲି ଅଞ୍ଚଳରେ ଚଢ଼ାଉ କରାଯାଇଥିଲା । ସେଠାରେ ପହଁଞ୍ଚି ନକଲି ମଦ ପ୍ରସ୍ତୁତ ସାମଗ୍ରୀ ଜବତ କରିଥିଲା ବ୍ରହ୍ମପୁର ଅବକାରୀ ବିଭାଗ । ଏହି ଘଟଣାରେ ମୋଟ ଦୁଇ ଜଣଙ୍କୁ ଗିରଫ କରାଯାଇଛି ।

ବ୍ରହ୍ମପୁରରେ ନକଲି ବିଦେଶୀ ମଦ କାରବାର, ଦୁଇ ଜଣଙ୍କୁ ଗିରଫ କଲା ଅବକାରୀ ବିଭାଗ

ଆଙ୍କୁଲିରେ ଭଡା ଘରେ ସୁଶାନ୍ତ କୁମାର ପାଢୀ ନାମକ ଜଣେ ଯୁବକ ନକଲି ମଦ ପ୍ରସ୍ତୁତ କରି ପାତ୍ରପୁର ଅଞ୍ଚଳରେ ବିକ୍ରି କରୁଥିବା ଜାଣିବାକୁ ପାଇଥିଲା ଅବକାରୀ ବିଭାଗ । ତେବେ ଚଢାଉ ସମୟରେ ମଦ ପ୍ରସ୍ତୁତ ପାଇଁ ବ୍ୟବହୃତ ହେଉଥିବା ସ୍ପିରିଟ, ରଙ୍ଗ, ନାମିଦାମୀ କମ୍ପାନୀର ଲେବଲ, ସରକାରୀ ଷ୍ଟିକର ସହ ବହୁ ଠିପି ଜବତ ହୋଇଛି । ସେହିପରି ଏହି ଘଟଣାରେ ପାତ୍ରପୁର ଅଞ୍ଚଳରେ ଏନ ପାପାୟା ନାମକ ଜଣେ ବ୍ୟବସାୟୀଙ୍କୁ ମଧ୍ୟ ଗିରଫ କରାଯାଇଛି । ଏହାକୁ ନେଇ ଅବକାରୀ ବିଭାଗ ପକ୍ଷରୁ ଦୁଇଟି ମାମଲା ରୁଜୁ କରିବା ସହିତ ବ୍ରହ୍ମପୁର ରାମହରି ନଗରର ସୁଶାନ୍ତ କୁମାର ପାଢୀ(୪୯) ଏବଂ ପାତ୍ରପୁର ମୁଣ୍ଡାକେରୀ ଅଞ୍ଚଳର ଏନ ପାପେୟା (୫୦) କୋର୍ଟ ଚାଲାଣ କରାଯାଇଛି ।

ବ୍ରହ୍ମପୁର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.