ବ୍ରହ୍ମପୁର: ରାଜ୍ୟର ବିଇଡି କଲେଜ ଗୁଡିକୁ ନିକଟସ୍ଥ ଡିଗ୍ରୀ କଲେଜରେ ମିଶ୍ରଣ ନିଷ୍ପତ୍ତି ବିରୋଧରେ ଡିଏସ୍ଓ ପକ୍ଷରୁ ବ୍ରହ୍ମପୁରରେ ପ୍ରତିବାଦ କରାଯାଇଛି । ସାରା ଓଡିଶା ପ୍ରତିବାଦ ଦିବସ ଅବସରରେ ସହରର ଖଲ୍ଲିକୋଟ କଲେଜ ସମ୍ମୁଖରେ ଏହି ବିକ୍ଷୋଭ କରାଯାଇଥିବା ଦେଖିବାକୁ ମିଳିଛି ।
ବିଇଡି କଲେଜ ଗୁଡିକୁ ନିକଟସ୍ଥ ଡିଗ୍ରୀ କଲେଜରେ ମିଶ୍ରଣ କରାଯିବାକୁ ହୋଇଥିବା ନିଷ୍ପତ୍ତିକୁ ବିରୋଧ କରଛି( ଅଲ ଇଣ୍ଡିଆ ଡେମୋକ୍ରାଟିକ ଷ୍ଟୁଡେଣ୍ଟ ଅର୍ଗାନାଇଜେସନ )AIDSO । ଏହାକୁ ନେଇ ସଂଗଠନ ପକ୍ଷରୁ ବ୍ରହ୍ମପୁର ସହରରେ ପ୍ରତିବାଦ କରାଯାଇଛି । ସାରା ଓଡିଶାରେ ସଙ୍ଗଠନ ପକ୍ଷରୁ ପ୍ରତିବାଦ ଦିବସ ପାଳନ ଅବସରରେ ବ୍ରହ୍ମପୁର ସହରର ଖଲ୍ଲିକୋଟ କଲେଜ ସମୁଖରେ ଏହି ବିକ୍ଷୋଭ କରାଯାଇଥିଲା । ସୋମନାଥ ବେହେରାଙ୍କ ନେତୃତ୍ବରେ ଆୟୋଜିତ ବିକ୍ଷୋଭରେ ସଙ୍ଗଠନର କର୍ମକର୍ତ୍ତା ମାନେ ବିଇଡି କଲେଜ ଗୁଡିକରେ ସେଲ୍ଫ ଫାଇନାନ୍ସ ଭିତ୍ତିରେ ଖୋଲିବା ବନ୍ଦ କରିବା ସହ ଖାଲି ପଡିଥିବା ଶିକ୍ଷକ ପଦବୀ ପୂରଣକରି ତୁରନ୍ତ ନିଯୁକ୍ତି ପ୍ରଦାନ କରିବାକୁ ଦାବି କରିଥିଲେ ।
ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ