ETV Bharat / state

ମାଟ୍ରିକ ରେଜଲ୍ଟ ଅସନ୍ତୋଷ, ସମାଧାନ ପାଇଁ DSOର ଦାବିପତ୍ର ପ୍ରଦାନ - ଡିଏସଓ ଦାବି

ଏଥର ମାଟ୍ରିକ ପାସ୍ ହାର ଅପେକ୍ଷା + 2 ସିଟ୍ କମ୍ ଥିବାରୁ ଉଚ୍ଚ ଶିକ୍ଷା ଚିନ୍ତାରେ ଛାତ୍ରଛାତ୍ରୀ । ସମାଧାନର ପନ୍ଥା ଖୋଜିବାକୁ ଗଞ୍ଜାମ ଜିଲ୍ଲା ଡିଏସଓର ଦାବି । ଅଧିକ ପଢନ୍ତୁ...

ମାଟ୍ରିକ ଅସନ୍ତୋଷ, ସମାଧାନ ପାଇଁ ଡିଏସଓର ଦାବିପତ୍ର ପ୍ରଦାନ

author img

By

Published : Jun 30, 2021, 8:44 AM IST

ବ୍ରହ୍ମପୁର: ମାଟ୍ରିକ ପରୀକ୍ଷା ଫଳ ପ୍ରକାଶନ ପରେ ଦେଖାଯାଇଥିବା ବିଭ୍ରାଟର ସମାଧାନ ସହିତ ଯୁକ୍ତ ଦୁଇ ପାଠ୍ୟକ୍ରମରେ ସିଟ ସଂଖ୍ୟା ବୃଦ୍ଧି ଦାବିରେ ଅଲ୍ ଇଣ୍ଡିଆ DSO ପକ୍ଷରୁ ବିକ୍ଷୋଭ ସହ ଦାବିପତ୍ର ପ୍ରଦାନ କରାଯାଇଛି । ଗଞ୍ଜାମ ଜିଲ୍ଲା କମିଟି ତରଫରୁ ଏନେଇ ଦକ୍ଷିଣାଞ୍ଚଳ ରାଜସ୍ବ କମିଶନରଙ୍କ ଜରିଆରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି ।

ସେହିପରି ବ୍ରହ୍ମପର ବିଶ୍ବବିଦ୍ୟାଳୟର ବର୍ଦ୍ଧିତ ଫିସ୍ ତୁରନ୍ତ ପ୍ରତ୍ୟାହାର ଦାବିରେ ଦକ୍ଷିଣାଞ୍ଚଳ ରାଜସ୍ବ କମିଶନରଙ୍କ ଜରିଆରେ ଉଚ୍ଚଶିକ୍ଷା ମନ୍ତ୍ରୀ ଓ ବ୍ରହ୍ମପୁର କୁଳପତିଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି । ଚଳିତ ବର୍ଷ ମାଟ୍ରିକ ପରୀକ୍ଷାର ମୂଲ୍ୟାୟନ ପାଇଁ ସରକାର ଯେଉଁ ପଦ୍ଧତି ଗ୍ରହଣ କରିଥିଲେ ତାହା ସମ୍ପୂର୍ଣ୍ଣ ଭାବେ ଅଗାଣତାନ୍ତ୍ରିକ ଓ ଅବୈଜ୍ଞାନିକ ଅଟେ । କୌଣସି ଛାତ୍ର ସଙ୍ଗଠନ, ଶିକ୍ଷାବିତ, ବୁଦ୍ଧିଜୀବୀ ଓ ଅଭିଭାବକଙ୍କ ପରାମର୍ଶ ନେଇ ଯେଉଁ ମୂଲ୍ୟାୟନର ନୀତି ନିର୍ଦ୍ଧାରଣ କରିବା କଥା ତାହା କରିନଥିଲେ । ଫଳସ୍ବରୂପ ବହୁ ଜଣ ମେଧାବୀ ଛାତ୍ରଛାତ୍ରୀ ସେମାନଙ୍କ ସଠିକ ନମ୍ବର ପାଇନଥିବା ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି । କିଛି ଛାତ୍ରଛାତ୍ରୀଙ୍କର ଫଳ ପ୍ରକାଶ ମଧ୍ୟ ପାଇନାହିଁ ।

ଅନ୍ୟପଟେ ମାଧ୍ୟମିକ ଶିକ୍ଷା ବୋର୍ଡ ଅଧୀନରେ ଚଳିତ ବର୍ଷ ଆମ ରାଜ୍ୟରେ ମୋଟ ୫ଲକ୍ଷ ୬୨ ହଜାର ୧୦ ଜଣ ଛାତ୍ରଛାତ୍ରୀ ମାଟ୍ରିକ୍ ପରୀକ୍ଷାରେ ପାସ୍‌ କରିଛନ୍ତି । ମାତ୍ର +୨ ପାଠ୍ୟକ୍ରମରେ ନାମ ଲେଖାଇବା ପାଇଁ ସେତିକି ସଂଖ୍ୟକ ସିଟ୍ ନାହିଁ । କଳା, ବିଜ୍ଞାନ, ବାଣିଜ୍ୟ, ଧନ୍ଦାମୂଳକ ଶିକ୍ଷା, ଆଇଟିଆଇ, ଡିପ୍ଲୋମା ଆଦି ପାଠ୍ୟକ୍ରମଗୁଡିକରେ ରାଜ୍ୟରେ ସର୍ବମୋଟ ୪ ଲକ୍ଷ ୬୦ହଜାର ସିଟ୍ ରହିଛି ଅର୍ଥାତ ମାଟ୍ରିକ୍ ପାସ୍ କରିଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୧ ଲକ୍ଷ ଛାତ୍ରଛାତ୍ରୀଙ୍କ ପାଇଁ କଲେଜରେ ନାମ ଲେଖାଇବା ପାଇଁ ସିଟ୍ ନାହିଁ । ଅତଏବ ସରକାର ଏହି ସମସ୍ତ ଛାତ୍ରଛାତ୍ରୀଙ୍କୁ ସିଧାସଳଖ ଯୁକ୍ତ ଶିକ୍ଷାରୁ ବଞ୍ଚିତ କରୁଛନ୍ତି । ଏହାଛଡା ସିବିଏସଇ ଓ ଆଇସିଏସଇ ବୋର୍ଡରୁ ମଧ୍ୟ ୧୦ ହଜାରରୁ ଊର୍ଦ୍ଧ୍ବ ଛାତ୍ରଛାତ୍ରୀ ମାଟ୍ରିକ୍ ପାସ୍ କରି ଏହି ସରକାରୀ +୨ ପାଠ୍ୟକ୍ରମରେ ନାମ ଲେଖାଇବେ । ଫଳରେ ମାଧ୍ୟମିକ ଶିକ୍ଷା ବୋର୍ଡରୁ ମାଟ୍ରିକ୍ ପାସ୍ କରିଥିବା ଛାତ୍ରଛାତ୍ରୀ ମଧ୍ୟ ବହୁ ସଂଖ୍ୟାରେ ନାମ ଲେଖାରୁ ବଞ୍ଚିତ ହେବେ ।

ସୁଚନା ଅନୁଯାୟୀ +୨ ପାଠ୍ୟକ୍ରମରେ ସିଟ୍ ଖାଲି ପଡୁଛି ବୋଲି କହି ସରକାର ଏହି ପାଠ୍ୟକ୍ରମରେ ସିଟ୍ ସଂଖ୍ୟା ହ୍ରାସ କରୁଛନ୍ତି । କେବଳ ଗତ ୨୦୨୦-୨୧ ଶିକ୍ଷା ବର୍ଷରେ ପ୍ରାୟ ୮,୩୬୫ଟି ସିଟ୍ ଉଚ୍ଛେଦ କରିଛନ୍ତି । ଯେଉଁ ଅଞ୍ଚଳରେ ବି ସିଟ୍ ଖାଲି ପଡୁଛି ସରକାର ତାର କାରଣ ନଖୋଜି ସିଧାସଳଖ ସିଟ୍ ଉଚ୍ଛେଦ କରି ଦେଉଛନ୍ତି । ଏଥିପାଇଁ ଡିଏସ୍ଓ ପକ୍ଷରୁ ଅଭିଯୋଗ କରିଯିବା ସହ ସମାଧାନର ତୁରନ୍ତ ପନ୍ଥା ଖୋଜିବାକୁ ଦାବି କରାଯାଇଛି ।

ଏହି କାର୍ଯ୍ୟକ୍ରମରେ ଅଲ୍ ଇଣ୍ଡିଆ DSOର ରାଜ୍ୟ ଉପସଭାପତି ସୋମନାଥ ବେହେରା, ଜିଲ୍ଲା ସମ୍ପାଦକ ନିମାଇଁ ଚରଣ ସାହୁ ସମେତ ପପୁନ ସାହୁ, ଶୁଭସ୍ମିତା ପାଣିଗ୍ରାହୀ, କିସାନ କୁମାର ସାହୁ ଓ କାମରାଜ ସାହୁ ଆଦି କର୍ମୀମାନେ ଉପସ୍ଥିତ ଥିଲେ ।

ବ୍ରହ୍ମପୁରରୁ ସମୀର କୁମାର ଆଚାର୍ଯ୍ୟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.