ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାରେ ଘରକୁ ଘର ବୁଲି ଶିଶୁମାନଙ୍କ ସ୍ବାସ୍ଥ୍ୟ ଯାଞ୍ଚ କରାଯିବା ପ୍ରକ୍ରିୟା ଆରମ୍ଭ ହୋଇଛି । ପ୍ରଥମ ଦିନରେ ଜିଲ୍ଲାରେ 13 ହଜାର 940 ଜଣଙ୍କ ହୋଇଛି ସ୍କ୍ରିନିଙ୍ଗ ।
ଜିଲ୍ଲାର 8495 ଗୋଟି ପରିବାରରେ ANM , ଅଙ୍ଗନଓ୍ବାଡି କର୍ମୀ ଏବଂ ଆଶାକର୍ମୀମାନେ ପହଞ୍ଚି ୧୮ ବର୍ଷରୁ କମ୍ ବୟସର ଶିଶୁମାନଙ୍କ ଶରୀରରେ କେତେ ଅକ୍ସିଜେନ ପରିମାଣ ରହିଛି , ସେମାନଙ୍କ ଅନ୍ୟ କୌଣସି ରୋଗ ରହିଛି କି ନାହିଁ , କେଉଁ ଶିଶୁ ଅତ୍ୟନ୍ତ ଦୁର୍ବଳ ରହିଛନ୍ତି ତାହାକୁ ଅନୁଧ୍ୟାନ କରୁଛି ଏହି ଟିମ । ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ନିର୍ଦ୍ଦେଶକ୍ରମେ ସାରା ଜିଲ୍ଲାରେ ଘରକୁ ଘର ବୁଲି ଶିଶୁମାନଙ୍କ ସ୍ବାସ୍ଥ୍ୟ ଯାଞ୍ଚ କରାଯାଇଥିବାବେଳେ ପ୍ରଥମ ଦିନରେ 13 ହଜାର 940 ଜଣ ଶିଶୁଙ୍କ ସ୍କ୍ରିନିଙ୍ଗ କରାଯାଇଛି ।
ଜିଲ୍ଲାର ଛତ୍ରପୁର ବ୍ଳକ କଣମଣା ଗ୍ରାମରେ ସ୍ବାସ୍ଥ୍ୟ ଯାଞ୍ଚ ସମୟରେ ଛତ୍ରପୁର ଉପଜିଲ୍ଲାପାଳ ପ୍ରିୟ ରଞ୍ଜନ ପୃଷ୍ଟିଙ୍କ ସମେତ ସ୍ଥାନୀୟ ପ୍ରଶାସନିକ ଅଧିକାରୀ ଓ ସ୍ବାସ୍ଥ୍ୟ ବିଭାଗର କର୍ମଚାରୀମାନେ ଉପସ୍ଥିତ ରହିଥିବା ବେଳେ ସାରା ଜିଲ୍ଲାରେ ଏଭଳି ଘରକୁ ଘରୁ ଶିଶୁମାନଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଛି ।
ବ୍ରହ୍ମପୁରରୁ ସମୀର କୁମାର ଆଚାର୍ଯ୍ୟ, ଇଟିଭି ଭାରତ