ETV Bharat / state

ଦୁର୍ନୀତି ନିବାରଣ ସପ୍ତାହ ପାଳନ ଅବସରରେ ଜିଲ୍ଲାସ୍ତରୀୟ ଶପଥପାଠ

author img

By

Published : Oct 28, 2020, 7:04 AM IST

ଗଞ୍ଜାମ ଜିଲ୍ଲାସ୍ତରୀୟ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ଚଳିତ ମାସ ୨୭ ତାରିଖ ଠାରୁ ନଭେମ୍ବର ୨ ତାରିଖ ପର୍ଯ୍ୟନ୍ତ ପାଳିତ ହେବ । ଚଳିତ ବର୍ଷର ବିଷୟ ବସ୍ତୁ ସତର୍କ ଭାରତ, ସମୃଦ୍ଧ ଭାରତ ରଖାଯାଇଛି । ଅଧିକ ପଢନ୍ତୁ...

District-level oath during Anti-Corruption Week
ଦୁର୍ନୀତି ନିବାରଣ ସପ୍ତାହ ପାଳନ ଅବସରରେ ଜିଲ୍ଲାସ୍ତରୀୟ ଶପଥପାଠ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାସ୍ତରୀୟ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ସଦର ମହକୁମ୍ମା ଛତ୍ରପୁର ଠାରେ ପାଳନ ଅବସରରେ ଶପଥପାଠ କରାଯାଇଛି । ଏହି ସଚେତନତା ସପ୍ତାହ ଚଳିତ ମାସ ୨୭ ତାରିଖ ଠାରୁ ନଭେମ୍ବର ୨ ତାରିଖ ପର୍ଯ୍ୟନ୍ତ ପାଳିତ ହେବ । ଏହି ଅବସରରେ ସ୍ଥାନୀୟ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଅତିରିକ୍ତ ଜିଲ୍ଲାପାଳ କବିନ୍ଦ୍ର କୁମାର ସାହୁଙ୍କ ପୌରୋହିତ୍ୟରେ ଜିଲ୍ଲା ସ୍ତରୀୟ ଅଧିକାରୀ ଏବଂ କର୍ମଚାରୀ ମାନଙ୍କୁ ଶପଥ ପାଠ କରାଇ ଦୁର୍ନୀତି ନିବାରଣ ଦିଗରେ ସରକାରଙ୍କ ଦ୍ବାରା କରାଯାଉଥିବା ସମସ୍ତ ବ୍ୟବସ୍ଥାକୁ କଡାକଡି ପାଳନ କରିବା ଉପରେ ଗୁରୁତ୍ବ ଦେଇଥିଲେ । ଚଳିତ ବର୍ଷର ବିଷୟ ବସ୍ତୁ ସତର୍କ ଭାରତ, ସମୃଦ୍ଧ ଭାରତ ରଖାଯାଇଛି ।

ଆୟୋଜିତ ହୋଇଥିବା ଶପଥପାଠ ଅବସରରେ ଅତିରିକ୍ତ ଜିଲ୍ଲାପାଳ ଅମୀୟ କୁମାର ସାହୁ, ଜିଲ୍ଲା ଜରୁରୀ କାଳୀନ ଅଧିକାରୀ ଡଃ ଦିବ୍ୟ ଲୋଟନ ମହାନ୍ତ, ଜିଲ୍ଲା ରାଜସ୍ବ ଅଧିକାରୀ ବିଜୟାନନ୍ଦ ସେଠୀ ଆଦି ପ୍ରମୁଖ ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ଥିଲେ । ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରବି ନାରାୟଣ ବେହେରା ଏହି ଶପଥ ପାଠ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।

ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ ଅବସରରେ ଚଳିତ ବର୍ଷର “ ସତର୍କ ଭାରତ, ସମୃଦ୍ଧ ଭାରତ” ବିଷୟ ବସ୍ତୁକୁ ନେଇ ବ୍ରହ୍ମପୁର ଡିଭିଜନ ଭିଜିଲାନ୍ସ ବିଭାଗ ଆନୁକୂଲ୍ୟରେ ଏକ ବକ୍ତୃତା ପ୍ରତିଯୋଗିତା ଅନୁଷ୍ଠିତ ହେବ । ଏଥିରେ ସମସ୍ତ କର୍ମଚାରୀମାନଙ୍କ ପରିବାର ବର୍ଗ ଅଂଶଗ୍ରହଣ କରିପାରିବେ । କୋଭିଡ୍ କଟକଣା ଯୋଗୁଁ ଚଳିତ ବର୍ଷର ଏହି ପ୍ରତିଯୋଗିତାଟି ହ୍ବାଟ୍ସ ଆପରେ ଅନୁଷ୍ଠିତ ହେବ । ପ୍ରତିଯୋଗୀ ଓଡିଆ କିମ୍ବା ଇଂରାଜୀ ମଧ୍ୟରୁ ଯେ କୌଣସି ଗୋଟିଏ ଭାଷାରେ ବକ୍ତୃତା ପ୍ରେରଣ କରିପାରିବେ ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.