ETV Bharat / state

ଗଞ୍ଜାମ ଜିଲ୍ଲାରେ RTPCR ଓ ଆଣ୍ଟିଜେନ୍ ଟେଷ୍ଟ ବୃଦ୍ଧି କରିବାକୁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ - District level meeting at Ganjam

ସମସ୍ତ ବ୍ଲକରେ ପ୍ରତିଦିନ RT-PCR ଟେଷ୍ଟ ଓ ଆଣ୍ଟିଜେନ୍ ଟେଷ୍ଟ ବୃଦ୍ଧି କରିବାକୁ ବିଡିଓ ଓ ସ୍ବାସ୍ଥ୍ୟ ଅଧିକାରୀଙ୍କୁ ଜିଲ୍ଲାପାଳଙ୍କ ପରାମର୍ଶ । ଅଧିକ ପଢନ୍ତୁ...

District level covid monitoring meeting at Ganjam
ସମସ୍ତ ବ୍ଲକରେ RT-PCR ଓ ଆଣ୍ଟିଜେନ୍ ଟେଷ୍ଟ ବୃଦ୍ଧି କରିବାକୁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ
author img

By

Published : Jun 8, 2021, 8:54 PM IST

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ସମସ୍ତ ବ୍ଲକରେ ପ୍ରତିଦିନ RT-PCR ଟେଷ୍ଟ ଓ ଆଣ୍ଟିଜେନ୍ ଟେଷ୍ଟ ବୃଦ୍ଧି କରିବାକୁ ଜିଲ୍ଲାପାଳ ସମସ୍ତ ବିଡିଓ ଓ ସ୍ବାସ୍ଥ୍ୟ ଅଧିକାରୀଙ୍କୁ ପରାମର୍ଶ ଦେଇଛନ୍ତି । କୋରୋନାର ଦ୍ବିତୀୟ ଲହରର ପ୍ରାଦୁର୍ଭାବକୁ ପ୍ରତିହତ କରିବା ପାଇଁ ଜିଲ୍ଲାପାଳ ଏହି ନିଷ୍ପତ୍ତି ନେଇଛନ୍ତି । ପୂର୍ବରୁ ନିଆଯାଇଥିବା ଜରୁରୀକାଳୀନ ପଦକ୍ଷେପ ଗୁଡିକର ସୁପରିଚାଳନା ସହ ଜିଲ୍ଲାର ସମସ୍ତ ବିଡିଓ, ତହସିଲଦାର ଓ କାର୍ଯ୍ୟନିର୍ବାହୀ ଅଧିକାରୀମାନଙ୍କୁ ନେଇ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ଅଧ୍ୟକ୍ଷତାରେ ଭିଡିଓ କନଫରେନ୍ସିଂ ଜରିଆରେ ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା ।

ବୈଠକରେ ଟିକାକରଣକୁ ଗୁରୁତ୍ବ ଦିଆଯାଇଛି । ସମସ୍ତ ଟିକାକରଣ କେନ୍ଦ୍ରରେ ପିଇବାପାଣି, ବସିବା ପାଇଁ ବ୍ୟବସ୍ଥା କରିବାକୁ ମଧ୍ୟ କୁହାଯାଇଛି । ଗହଳି ରୋକିବାକୁ ପ୍ରତି ବ୍ଲକରେ ଟିକାକରଣର ବ୍ୟବସ୍ଥା ପାଇଁ ଯୋଜନା ହୋଇଛି । ଆଗକୁ ରଜ ପର୍ବରେ ବଜାର ଗୁଡିକରେ ଅଧିକ ଗହଳି ହେବାର ସମ୍ଭାବନା ଥିବାରୁ ସମସ୍ତ ତହସିଲଦାରଙ୍କୁ ଏନଫୋର୍ସମେଣ୍ଟକୁ ଗୁରୁତ୍ବ ଦେବାକୁ କୁହାଯାଇଛି । ପ୍ରତି ବ୍ଲକ୍‌ର ଗ୍ରାମାଞ୍ଚଳ ଗୁଡିକରେ ସମସ୍ତ ଶିଶୁ ସ୍ବାସ୍ଥ୍ୟ ପରୀକ୍ଷା କରାଯିବାକୁ କୁହାଯାଇଛି । ସମସ୍ତ ଅଙ୍ଗନଓ୍ବାଡି କର୍ମଚାରୀଙ୍କୁ ଜୁମ୍ ମାଧ୍ୟମରେ ତାଲିମ୍ ଦେବାକୁ ଜିଲ୍ଲା ସ୍ବାସ୍ଥ୍ୟ ଅଧିକାରୀଙ୍କୁ କୁହାଯାଇଛି ।

ସମସ୍ତ ଡାକ୍ତର ହେଡ୍ କ୍ବାର୍ଟରରେ ରହିବା ସହିତ ସମସ୍ତ ସ୍ବାସ୍ଥ୍ୟ କେନ୍ଦ୍ର ଗୁଡିକରେ ଡାକ୍ତର ମାନେ ଭଲକାମ କରୁଛନ୍ତି ବୋଲି ଜିଲ୍ଲାପାଳ କହିଛନ୍ତି । ଆଗାମୀ ବର୍ଷାଋତୁକୁ ଦେଖି ସମସ୍ତ ଉନ୍ନୟନମୂଳକ କାର୍ଯ୍ୟସାରିବା ପାଇଁ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଗ୍ରାମାଞ୍ଚଳ ଗୁଡିକରେ ରାସ୍ତା ମରାମତି କରିବା, ପାନୀୟ ଜଳ ଓ ଡ୍ରେନେଜ୍ ଭଳି ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ଗୁଡିକ ପ୍ରତି ଦୃଷ୍ଟି ଦେବାକୁ କୁହାଯାଇଛି । ପ୍ରତି ବ୍ଲକରେ ସପ୍ତାହକୁ ଦୁଇ ଦିନ ଉନ୍ନୟନ ବୈଠକ କରିବାକୁ କୁହାଯାଇଛି । କୃଷି ଅଧିକାରୀ ଓ କାର୍ଯ୍ୟ ନିର୍ବାହୀ ଅଧିକାରୀ ସେଠାରେ ଉପସ୍ଥିତ ରହିବେ । ସମସ୍ତ ବିଡିଓ ପ୍ରତି ଗ୍ରାମ ପଞ୍ଚାୟତର ସମସ୍ତ ତଥ୍ୟ ରଖିବେ । ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଭେଷଜ ମହାବିଦ୍ୟାଳୟକୁ ପରିଷ୍କାର ପରିଚ୍ଛନ୍ନ କରିବାକୁ କୁହାଯାଇଛି । ବର୍ଷା ଋତୁରେ ଧରାକୋଟ, ସୋରଡା ଓ ପାତ୍ରପୁର ବ୍ଲକରେ ପାନୀୟ ଜଳ, ବିଦ୍ୟୁତ୍ କରଣ, ଖାଦ୍ୟ ସାମଗ୍ରୀ, ରାସ୍ତା ମରାମତି ଓ ପେନସନ୍ ପହଞ୍ଚାଇବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ ।

ବୈଠକରେ ଜିଲ୍ଲାଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ସିନ୍ଦେ ଦତ୍ତାତ୍ରେୟ ଭାଉ ସାହେବ, ବ୍ରହ୍ମପୁର ମହାନଗର ନିଗମ କମିଶନର ଡକ୍ଟର ସିଦ୍ଧେଶ୍ବର ବଳିରାମ ବନ୍ଦାର, ବ୍ରହ୍ମପୁର ଉପଜିଲ୍ଲାପାଳ ଓ୍ବି. କୀର୍ତ୍ତି ଓ୍ବାସନ୍, ଡୁଡା ପ୍ରକଳ୍ପ ନିର୍ଦ୍ଦେଶକ ସୁଦାମ ଚରଣ ମଣ୍ଡଳ, ଅତିରିକ୍ତ ଜିଲ୍ଲାପାଳ ଲୀନା କୁମାରୀ ଖେସ୍, ଅମୀୟ କୁମାର ସାହୁ, ଉପଜିଲ୍ଲାପାଳ ଛତ୍ରପୁର ପ୍ରିୟ ରଞ୍ଜନ ପୃଷ୍ଟି, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡକ୍ଟର ଉମା ଶଙ୍କର ମିଶ୍ର, ଜାତୀୟ ସ୍ବାସ୍ଥ୍ୟ ମିଶନ୍ ପ୍ରକଳ୍ପ ସଂଯୋଜକ ଶ୍ୟାମ ସୁନ୍ଦର ତ୍ରିପାଠୀ ପ୍ରମୁଖ ଉପସ୍ଥିତ ରହିଥିଲେ ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.