ବ୍ରହ୍ମପୁର: ଜମିର ଡିମାରକେସନ୍ ପାଇଁ ବାରମ୍ବାର ଅଭିଯୋଗ କରି ବିଫଳ ହେଲେ ଭିନ୍ନକ୍ଷମ ବ୍ୟକ୍ତି । ଏହାପରେ ସେ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । ଗଞ୍ଜାମ ଜିଲ୍ଲା ପ୍ରଶାସନର ଦିଗପହଣ୍ଡିଠାରେ ଚାଲିଥିବା ଅଭିଯୋଗ ଶୁଣାଣିରେ ଜଣେ ଭିନ୍ନକ୍ଷମ ବ୍ୟକ୍ତିଙ୍କ ଏଭଳି ଆଚରଣ ଦେଖିବାକୁ ମିଳିଛି ।
ମିଳିଥିବା ସୂଚନା ଅନୁସାରେ ଗଞ୍ଜାମ ଜିଲ୍ଲାପାଳ ଏବଂ ବ୍ରହ୍ମପୁର ଆରକ୍ଷୀ ଅଧିକ୍ଷକଙ୍କ ଦ୍ବାରା ମିଳିତ ଅଭିଯୋଗ ଦିଗପହଣ୍ଡି ବ୍ଲକ ସମ୍ମିଳନୀ କକ୍ଷରେ ଚାଲିଥିଲା । ଏହିସମୟରେ ଭିନ୍ନକ୍ଷମ ଅଭିଯୋଗକାରୀ ବିଷ ଖାଇ ଦେଇଥିଲେ । ନିଜ ଘର ଜମି ଚିହ୍ନଟ ପାଇଁ ଲାଗିରହିଥିବା ସମସ୍ୟା ପାଇଁ ପ୍ରଶାସନ ନିକଟରେ ବହୁବାର ଅଭିଯୋଗ ପରେ ମଧ୍ୟ ନିରାଶ ହୋଇଥଲେ । ଶେଷରେ ଏଭଳି ଚରମ ପଦକ୍ଷେପ ଗ୍ରହଣ କରିଥିବା କୁହାଯାଉଛି ।
ଆତ୍ମହତ୍ୟା ଉଦ୍ୟମ କରିଥିବା ଭିନ୍ନକ୍ଷମ ଯୁବକ ଜଣକ ହେଉଛନ୍ତି, ଦିଗପହଣ୍ଡି ବ୍ଳକ କୁଶପଡା ପଞ୍ଚାୟତର ପତାଣ୍ଡ ଗ୍ରାମର ଜାମାନୁ ବାଳକୃଷ୍ଣ ଦୋରା । ସେ ଆତ୍ମହତ୍ୟା ଉଦ୍ୟମ କରିବା ପରେ ଚିକିତ୍ସା ପାଇଁ ତାଙ୍କୁ ପ୍ରଥମେ ଦିଗପହଣ୍ଡି ମେଡିକାଲ ନିଆଯାଇଥିଲା । ସେଠାରେ ସ୍ଥିତି ବିଗିଡ଼ିବା ପରେ ତାଙ୍କୁ ବ୍ରହ୍ମପୁର MKCG ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି ।
ଇଟିଭି ଭାରତ, ବ୍ରହ୍ମପୁର