ETV Bharat / state

ନବୀନଙ୍କ ଗଡରେ ଧର୍ମେନ୍ଦ୍ର, କହିଲେ ଗଞ୍ଜାମରେ ଚାଲିଛି ମୋଦି ଲହର - election

ଚାରିଆଡେ ନିର୍ବାଚନୀ ପ୍ରଚାର । ଭୋଟ ଦେବାକୁ ଭୋଟରଙ୍କୁ ଆବେଦନ । ଆଉ ଏହି ପ୍ରଚାର ଧାରାରେ ପଛରେ ନାହାନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସୋମବାର ଧର୍ମେନ୍ଦ୍ର ଗଞ୍ଜାମ ଜିଲ୍ଲା ସୋରଡା ଗସ୍ତ କରି ନିର୍ବାଚନ ପ୍ରଚାର ଯୋଗେ ଜନତାଙ୍କୁ ଭୋଟ ଭିକ୍ଷା କରିଛନ୍ତି ।

ଫଟୋ ସୌଜନ୍ୟ-ସମ୍ବାଦଦାତା, ଭଞ୍ଜନଗର
author img

By

Published : Apr 9, 2019, 5:46 AM IST

ଭଞ୍ଜନଗର: ନିର୍ବାଚନ ଯେତିକି ପାଖେଇ ଆସୁଛି ରାଜ୍ୟ ରାଜନୀତିର ପାରଦ ସେତିକି ବଢିଚାଲିଛି । ଭୋଟ ମାଗିବାକୁ ପ୍ରତିଟି ନିର୍ବାଚନୀ ମଣ୍ଡଳୀକୁ ଛୁଟୁଛି ବଡ ବଡିଆଙ୍କ ସୁଅ । ଆଉ ଏହି ପ୍ରଚାର ଧାରାରେ ପଛରେ ନାହାନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସୋମବାର ଧର୍ମେନ୍ଦ୍ର ଗଞ୍ଜାମ ଜିଲ୍ଲା ସୋରଡା ଗସ୍ତ କରି ନିର୍ବାଚନ ପ୍ରଚାର ଯୋଗେ ଜନତାଙ୍କୁ ଭୋଟ ଭିକ୍ଷା କରିଛନ୍ତି ।

ଭିଡିଓ ସୌଜନ୍ୟ- ସମ୍ବାଦଦାତା, ଭଞ୍ଜନଗର

ସୋରଡା ମୁଖ୍ୟ ବଜାରରେ ଆୟୋଜିତ ସାଧାରଣ ସଭାରେ ଯୋଗ ଦେଇ ଧର୍ମେନ୍ଦ୍ର ରାଜ୍ୟ ସରକାର ଉପରେ ଖୁବ ବର୍ଷିଛନ୍ତି । ବିକାଶ ନାମରେ ବିନାଶ ଚାଲିଛି । ଏଣୁ ଏହି ସରକାର ବଦଳିବା ଦରକାର ନେଇ ନାରା ଦେଇଛନ୍ତି ଧର୍ମେନ୍ଦ୍ର ।

ନବୀନ ବାବୁଙ୍କୁ ଓଡିଆ ଆସୁନାହିଁ ହେଲେ ମୋତେ ଓଡିଆ ଆସୁଛି ମୁଁ ଲୋକଙ୍କ ସହିତ ସିଧା ସିଧା କଥା ହେବି ବୋଲି କହିଛନ୍ତି ଧର୍ମେନ୍ଦ୍ର । କେବଳ ଧର୍ମେନ୍ଦ୍ର ନୁହେଁ ବିଜେପି ପ୍ରାର୍ଥୀ ନୀଳମଣି ବିଷୋୟୀ ମଧ୍ୟ ରାଜ୍ୟ ସରକାରଙ୍କୁ ସମାଲୋଚନା କରିବାକୁ ପଛାଇ ନଥିଲେ । ପିସି ନ ଦେଲେ କୌଣସି କାମ ହୁଏ ନାହିଁ ସାଧାରଣ ଗରିବ ପାଇଁ ଆସିଥିବା ପ୍ରଧାନମନ୍ତ୍ରୀ ଆବାସ ଗୃହକୁ ମଧ୍ୟ 20 ହଜାର ନଦେଲେ ତୁମକୁ ମିଳିବ ନାହିଁ ବୋଲି କୁହନ୍ତି ନେତା । ଏହି ଦୁର୍ନୀତି ଖୋର ବିଜେଡି ବିରୋଧରେ ଆମର
ଲଢ଼େଇ ବୋଲି ବିଷୋୟୀ କହିଛନ୍ତି ।

ଏହି ପ୍ରଚାର କାର୍ଯ୍ୟକ୍ରମରେ ବହୁ ବିଜେପି କର୍ମୀ ଯୋଗ ଦେଇଥିଲେ । ତେବେ ଧର୍ମେନ୍ଦ୍ରଙ୍କ ଗସ୍ତକୁ ନେଇ ସୋରଡା ସହର ସମ୍ପୁର୍ଣ୍ଣ ଲୋକାରଣ୍ୟ ହୋଇପଡିଥିଲା ।

ଭଞ୍ଜନଗରରୁ ରଞ୍ଜନ ରଥ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.