ETV Bharat / state

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଗଞ୍ଜାମ ଗସ୍ତ, ବିଭିନ୍ନ କାର୍ଯ୍ୟକ୍ରମରେ କଲେ ଯୋଗଦାନ

author img

By

Published : Jul 10, 2022, 8:58 PM IST

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦିନିକିଆ ଗଞ୍ଜାମ ଗସ୍ତ କାଳରେ ମା’ ତାରା ତାରିଣୀଙ୍କୁ ଦର୍ଶନ କରିଛନ୍ତି । ଏଥିସହ ବ୍ରହ୍ମପୁର ସହର ଉପକଣ୍ଠ ଲଉଡି ଗାଁ ଠାରେ ନବନିର୍ମିତ ଆଇଜର (ଭାରତୀୟ ଶିକ୍ଷା ଓ ଗବେଷଣା ପ୍ରତିଷ୍ଠାନ)ର ଛାତ୍ରବାସ ଉଦଘାଟନ କରିଛନ୍ତି । ଅଧିକ ପଢନ୍ତୁ

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଗଞ୍ଜାମ ଗସ୍ତ, ବିଭିନ୍ନ କାର୍ଯ୍ୟକ୍ରମରେ କଲେ ଯୋଗଦାନ
କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଗଞ୍ଜାମ ଗସ୍ତ, ବିଭିନ୍ନ କାର୍ଯ୍ୟକ୍ରମରେ କଲେ ଯୋଗଦାନ

ବ୍ରହ୍ମପୁର: କେନ୍ଦ୍ର ଶିକ୍ଷା ଏବଂ ଦକ୍ଷତା କୌଶଳ ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦିନିକିଆ ଗଞ୍ଜାମ ଜିଲ୍ଲା ଗସ୍ତରେ ଆସି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇ ଫେରିଛନ୍ତି ।

କେନ୍ଦ୍ରମନ୍ତ୍ରୀ ପ୍ରଥମେ ଗଞ୍ଜାମ ଜିଲ୍ଲାର ମା’ ତାରା ତାରିଣୀଙ୍କ ପୀଠରେ ପହଞ୍ଚି ମାଆଙ୍କୁ ଦର୍ଶନ କରିଥିଲେ। ଏହାପରେ ବ୍ରହ୍ମପୁର ସହର ଉପକଣ୍ଠ ଲଉଡି ଗାଁ ଠାରେ ନବନିର୍ମିତ ଆଇଜର (ଭାରତୀୟ ଶିକ୍ଷା ଓ ଗବେଷଣା ପ୍ରତିଷ୍ଠାନ)ର ଛାତ୍ରବାସ ଉଦଘାଟନ କରିଛନ୍ତି । ଏହି ଅବସରରେ ଉନ୍ନୟନ କାର୍ଯ୍ୟକୁ ଅନୁଧ୍ୟାନ କରିବା ସହିତ ଆଇଜର୍ କର୍ତ୍ତୁପକ୍ଷଙ୍କ ସହିତ ଆଲୋଚନା କରିଛନ୍ତି କେନ୍ଦ୍ରମନ୍ତ୍ରୀ ।

ପରେ ମନ୍ତ୍ରୀ କନିଷି ନିକଟସ୍ଥ ଇଶାଣେଶ୍ବର ଶୈବ ମନ୍ଦିର ପରିସରରେ ଆୟୋଜିତ ଭାରତୀୟ ଜନତା ପାର୍ଟିର କାର୍ଯ୍ୟକର୍ତ୍ତା ସମାବେଶରେ ଯୋଗ ଦେଇଥିଲେ । ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ‘ବନ୍ଦେ ମାତରଂ ଭବନ’ର ଶୁଭ ଉଦଘାଟନ କରିଛନ୍ତି ।

କେନ୍ଦ୍ରମନ୍ତ୍ରୀଙ୍କ ଏହି ଗସ୍ତ ସମୟରେ ଗଞ୍ଜାମ ଜିଲ୍ଲା ବିଜେପି ସଭାପତି ବିଭୂତି ଭୂଷଣ ଜେନା, ପୂର୍ବତନ ଜିଲ୍ଲା ସଭାପତି କାହ୍ନୁଚରଣ ପତି, ଅନିତା ଶୁଭଦର୍ଶନୀ, ରାଜ୍ୟ ମହିଳା ମୋର୍ଚ୍ଚାର କର୍ମକର୍ତ୍ତା ବବିତା ପାତ୍ରଙ୍କ ସମେତ ଦଳର ବିଭିନ୍ନ ନେତୃବୃନ୍ଦ ଉପସ୍ଥିତ ରହିଥିଲେ ।

ଇଟିଭି ଭାରତ, ବ୍ରହ୍ମପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.