ETV Bharat / state

ନାଗରିକତା ସଂଶୋଧନ ଆଇନକୁ ବ୍ରହ୍ମପୁରରେ ବିରୋଧ

author img

By

Published : Dec 20, 2019, 5:02 AM IST

ବ୍ରହ୍ମପୁର ଠାରେ ସିପିଆଇ ଏବଂ ସିପିଏମ୍ ପକ୍ଷରୁ ମିଳିତ ଭାବରେ ନାଗରିକତା ସଂଶୋଧନ ଆଇନ-୨୦୧୯କୁ ବିରୋଧ କରାଯାଇଛି ।

ନାଗରିକତା ସଂଶୋଧନ ଆଇନକୁ ବ୍ରହ୍ମପୁରରେ ବିରୋଧ
ଫଟୋ ସୌଜନ୍ୟ: ସମ୍ବାଦଦାତା, ବ୍ରହ୍ମପୁର

ବ୍ରହ୍ମପୁର: ନାଗରିକତା ସଂଶୋଧନ ଆଇନ-୨୦୧୯କୁ ପ୍ରତିବାଦ କରି ବ୍ରହ୍ମପୁର ଠାରେ ସିପିଆଇ ଏବଂ ସିପିଏମ୍ ପକ୍ଷରୁ ମିଳିତ ଭାବରେ ଆନ୍ଦୋଳନ କରାଯାଇଛି । ସହରର ପୁରୁଣା ବସଷ୍ଟାଣ୍ଡରେ ଆୟୋଜିତ ବିକ୍ଷୋଭରେ ଦେଶରେ ମୋଦି ସରକାରଙ୍କ ଏହି ସଂଶୋଧନ ବିଲ କରିବା ଆଳରେ ଧର୍ମ ନାମରେ ଦେଶକୁ ବିଭାଜନ ବିରୁଦ୍ଧରେ ସମସ୍ତେ ଏକତ୍ରିତ ହେବାକୁ ଦଳ ପକ୍ଷରୁ ଆହ୍ବାନ କରାଯାଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବ୍ରହ୍ମପୁର

ଜାମିଆ ମିଲିଆ ଇସଲାମିଆ ବିଶ୍ବବିଦ୍ୟାଳୟ, ଆଲିଗଡ ମୁସଲିମ ବିଶ୍ବବିଦ୍ୟାଳୟ ସମେତ ଦେଶର ବିଭିନ୍ନ ସ୍ଥାନରେ ଏହାକୁ ନେଇ ପ୍ରତିବାଦର ସ୍ବର ଉଠୁଥିବା ବେଳେ ଏହାକୁ ନେଇ ସିପିଆଇ ଏବଂ ସିପିଏମ୍ ପକ୍ଷରୁ କେନ୍ଦ୍ର ସରକାରଙ୍କୁ ସମାଲୋଚନା କରାଯାଇଛି । ବିକ୍ଷୋଭରେ ସିପିଏମର ଜିଲ୍ଲା ସଂପାଦକ କୈଳାସ ଷଡଙ୍ଗୀ, ଜିଲ୍ଲା ସଂପାଦକ ମଣ୍ଡଳୀ ସଭ୍ୟ ବସନ୍ତ କୁମାର ନନ୍ଦ, ସିପିଆଇ ଜିଲ୍ଲା ସଂପାଦକ ପ୍ରକାଶ ପାତ୍ର, ଯୁବନେତା ନୀଳକଣ୍ଠ ଦାସ, ଫରୱାର୍ଡ ବ୍ଲକର ପୂର୍ଣ୍ଣଚନ୍ଦ୍ର ପାଢୀଙ୍କ ସମେତ ଦଳର ବହୁ ବରିଷ୍ଠ ନେତୃବୃନ୍ଦ ଉପସ୍ଥିତ ରହିଥିଲେ ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

Intro:ନାଗରିକତା ସଂଶୋଧନ ଆଇନ-୨୦୧୯ କୁ ବାତିଲ କରି ଧର୍ମ ନାମରେ ଦେଶକୁ ବିଭାଜନ ବିରୁଦ୍ଧରେ ପ୍ରତିବାଦ କରି ବ୍ରହ୍ମପୁର ଠାରେ ସିପିଆଇ ଏବଂ ସିପିଏମ୍ ପକ୍ଷରୁ ମିଳିତ ଭାବରେ ପ୍ରତିବାଦ କରାଯାଇଛି । ବ୍ରହ୍ମପୁର ସହରର ପୁରୁଣା ବସଷ୍ଟାଣ୍ଡରେ ଆୟୋଜିତ ବିକ୍ଷୋଭରେ ଦେଶରେ ମୋଦି ସରକାର ଙ୍କ ଏହି ସଂଶୋଧନ ବିଲ୍ କରିବା ଆଳରେ ଧର୍ମ ନାମରେ ଦେଶକୁ ବିଭାଜନ ବିରୁଦ୍ଧରେ ସମସ୍ତେ ଏକତ୍ରିତ ହେବାକୁ ଦଳ ପକ୍ଷରୁ ଆହ୍ୱାନ କରିବା ସହ କେବଳ ଜାମିଆ ମିଲିଆ ଇସ୍ଲାମିଆ ବିଶ୍ୱବିଦ୍ୟାଳୟ , ଆଲିଗଡ ମୁସଲିମ୍ ବିଶ୍ୱବିଦ୍ୟାଳୟ ସମେତ ଦେଶର ବିଭିନ୍ନ ସ୍ଥାନରେ ଏହାକୁ ନେଇ ପ୍ରତିବାଦର ସ୍ୱର ଉଠୁଥିବା ନେଇ କେନ୍ଦ୍ର ସରକାର ଙ୍କ କାର୍ଯ୍ୟକୁ ସମାଲୋଚନା କରାଯାଇଥିଲା । ବିକ୍ଷୋଭରେ ସିପିଏମ୍ ର ଜିଲ୍ଲା ସଂପାଦକ କୈଳାସ ଷଡଙ୍ଗୀ ,ଜିଲ୍ଲା ସଂପାଦକ ମଣ୍ଡଳୀ ସଭ୍ୟ ବସନ୍ତ କୁମାର ନନ୍ଦ , ସିପିଆଇ ଜିଲ୍ଲା ସଂପାଦକ ପ୍ରକାଶ ପାତ୍ର, ଯୁବନେତା ନୀଳକଣ୍ଠ ଦାସ , ଫରୱାର୍ଡ ବ୍ଲକର ପୂର୍ଣ୍ଣଚନ୍ଦ୍ର ପାଢୀଙ୍କ ସମେତ ଦଳର ବହୁ ବରିଷ୍ଠ ନେତୃବୃନ୍ଦ ଉପସ୍ଥିତ ରହିଥିଲେ । Body:ବାଇଟ୍-ପ୍ରକାଶ ପାତ୍ର(ଜିଲ୍ଲା ସଂପାଦକ,ସିପିଆଇ)
ବ୍ରହ୍ମପୁର ରୁ ସମୀର ଆଚାର୍ଯ୍ୟ ଇଟିଭି ଭାରତ...
Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.