ETV Bharat / state

୨୧ରୁ ବରଗଡ଼ରୁ ଧାନ କିଣା, ବର୍ଦ୍ଧିତ MSP ସହ ବୋନସ ଦେବେ ମୋହନ ମାଝୀ ସରକାର - PADDY PROCUREMENT ON MSP

ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସରକାର ବର୍ଦ୍ଧିତ MSP ସହ କ୍ବିଣ୍ଟାଲ ପିଛା ୮୦୦ ଟଙ୍କା ବୋନସରେ ଚାଷୀଙ୍କଠାରୁ ଧାନ କିଣିବେ । ନଭେମ୍ବର ୨୧ରୁ ବରଗଡରୁ ଆରମ୍ଭ ହେବ ଖରିପ ଧାନ ସଂଗ୍ରହ ।

21ରୁ ଖରିଫ ଧାନ କିଣା; ଏଥର କୁଇଣ୍ଟାଲ ପିଚ୍ଛା 31ଶହ, ବରଗଡ଼ରୁ ହେବ ଶୁଭାରମ୍ଭ
21ରୁ ଖରିଫ ଧାନ କିଣା; ଏଥର କୁଇଣ୍ଟାଲ ପିଚ୍ଛା 31ଶହ, ବରଗଡ଼ରୁ ହେବ ଶୁଭାରମ୍ଭ (ETV Bharat Odisha)
author img

By ETV Bharat Odisha Team

Published : Nov 5, 2024, 7:58 AM IST

Updated : Nov 5, 2024, 9:30 AM IST

ଭୁବନେଶ୍ବର: ଚଳିତମାସ (ନଭେମ୍ବର) 21 ତାରିଖରୁ ରାଜ୍ୟରେ ଆରମ୍ଭ ହେବ ଖରିପ ଧାନ କିଣା ପକ୍ରିୟା । ବରଗଡ଼ ଜିଲ୍ଲାରୁ ଏହି ପ୍ରକ୍ରିୟା ଆରମ୍ଭ ହେବ । ବର୍ଦ୍ଧିତ ‘ଏମଏସପି’ ଅନୁସାରେ ଚାଷୀଙ୍କଠାରୁ ଧାନ କୁଇଣ୍ଟାଲ ପିଛା ୩୧ଶହ ଟଙ୍କାରେ କିଣିବେ ରାଜ୍ୟ ସରକାର । ଧାନ କିଣାକୁ ନେଇ ଗତକାଲି (ସୋମବାର) ଲୋକସେବା ଭବନରେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ମନ୍ତ୍ରୀସ୍ତରୀୟ ବୈଠକରେ ଏହି ନିଷ୍ପତ୍ତି ହୋଇଛି ।

  • ସ୍ୱଚ୍ଛତା ଅବଲମ୍ବନ ଉପରେ ଗୁରୁତ୍ୱ

ଉପ-ମୁଖ୍ୟମନ୍ତ୍ରୀ ଧାନ ସଂଗ୍ରହ ପ୍ରକ୍ରିୟା ସ୍ୱଚ୍ଛ ଓ ସରଳ ହେବା ଉପରେ ଗୁରୁତ୍ୱ ଦେଇଛନ୍ତି । ସ୍ୱଚ୍ଛତାର ସହ ସମ୍ପୂର୍ଣ୍ଣ ପ୍ରକ୍ରିୟାକୁ ଦୁର୍ନୀତିମୁକ୍ତ କରିବା ପାଇଁ ତୃତୀୟ ପକ୍ଷ ଦ୍ୱାରା ଯାଞ୍ଚ କରାଯିବ । କୌଣସି ସୂଚନା ପାଇବା ପାଇଁ କିମ୍ବା ଅସୁବିଧାର ସମ୍ମୁଖୀନ ହେଲେ ଚାଷୀ ‘ଟୋଲ-ଫ୍ରି ନଂ-୧୯୬୭’କୁ ଫୋନ କରିପାରିବେ । ପୂର୍ବବର୍ଷ ଅପେକ୍ଷା ଚଳିତବର୍ଷ ଅଧିକ ୩୦ଟି ସିଟ ଥିବା କଲ ସେଣ୍ଟର ଖୋଲାଯାଇଛି । ଏହା ଖାଦ୍ୟ ଯୋଗାଣ ନିଗମ ଦ୍ୱାରା ପରିଚାଳିତ ହେବ । ଧାନ ମଣ୍ଡିରୁ ମିଲ ପର୍ଯ୍ୟନ୍ତ ଧାନ ଯିବା ପାଇଁ ଟେଣ୍ଡର ବିଜ୍ଞପ୍ତି ଜାରି ହୋଇଛି । ସୂଚନା, ଶିକ୍ଷା ଓ ସଂଚାର ଅଭିଯାନ ମାଧ୍ୟମରେ ଚାଷୀଙ୍କୁ ସଚେତନ କରାଯିବ । ପ୍ରତି ମଣ୍ଡି ଏବଂ ସୁଲଭ ମୂଲ୍ୟ ଦୋକାନରେ ଧାନ ସଂଗ୍ରହ ସମ୍ପର୍କିତ ନିର୍ଦ୍ଦେଶାବଳୀ ପ୍ରଦର୍ଶିତ ହେବ । ଆସନ୍ତା ଦୁଇ ତିନିଦିନ ମଧ୍ୟରେ ଚାଷୀଙ୍କ ଉପଯୋଗୀ ନିର୍ଦ୍ଦେଶାବଳୀ SMS ମାଧ୍ୟମରେ ପ୍ରେରଣ କରାଯିବ । ଧାନ ସଂଗ୍ରହ ପ୍ରକ୍ରିୟାକୁ ଦଲାଲମୁକ୍ତ କରିବା ପାଇଁ ଯାଞ୍ଚ ବ୍ୟବସ୍ଥାକୁ କଡ଼ାକଡ଼ି କରାଯିବ । ଦୋଷୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

ନଭେମ୍ବର ତୃତୀୟ ସପ୍ତାହରୁ ଖରିଫ ଧାନ କିଣା; ବରଗଡ଼ରୁ କାର୍ଯ୍ୟକ୍ରମର ଶୁଭାରମ୍ଭ (ETV Bharat odisha)
  • ପୂରା ପ୍ରକ୍ରିୟାକୁ ସ୍ୱଚ୍ଛ କରିବାକୁ ପ୍ରୟାସ
  • ପ୍ରକ୍ରିୟା ହେବ ସମ୍ପୂର୍ଣ୍ଣ ଦଲାଲମୁକ୍ତ
  • ସମସ୍ୟା ହେଲେ ଟୋଲ-ଫ୍ରି ନମ୍ବରରେ ଅଭିଯୋଗ କରିବେ ଚାଷୀ
  • ମଣ୍ଡିରେ ପ୍ରଦର୍ଶିତ ହେବ ସରକାରୀ ନିର୍ଦ୍ଦେଶାବଳୀ
  • ସଚେତନତା ପାଇଁ ଚାଷୀଙ୍କୁ ପଠାଯିବ SMS
  • ଅନିୟମିତତା ଅଭିଯୋଗର ତୁରନ୍ତ କାର୍ଯ୍ୟାନୁଷ୍ଠାନ
  • କଟଣି ଛଟଣି ସମ୍ପୂର୍ଣ୍ଣ ବନ୍ଦ
  • ମଣ୍ଡିରେ ଲାଗିବ CCTV
ନଭେମ୍ବର ତୃତୀୟ ସପ୍ତାହରୁ ଖରିଫ ଧାନ କିଣା; ବରଗଡ଼ରୁ କାର୍ଯ୍ୟକ୍ରମର ଶୁଭାରମ୍ଭ

  • ଏଥର ବର୍ଦ୍ଧିତ MSP ସହ କୁଇଣ୍ଟାଲ 31ଶହ ଟଙ୍କା

ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି, "ଧାନ କିଣାକୁ ନେଇ ମନ୍ତ୍ରୀସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଛି । ଆସନ୍ତା ନଭେମ୍ବର ତୃତୀୟ ସପ୍ତାହରୁ ଆରମ୍ଭ ହେବ ଧାନ କିଣା ପକ୍ରିୟା । ବରଗଡ଼ ଜିଲ୍ଲାରୁ ଆରମ୍ଭ ହେବ ଖରିଫ ଧାନ କିଣା ପ୍ରକ୍ରିୟା । ଚାଷୀଙ୍କ ଠାରୁ ରାଜ୍ୟ ସରକାର ଧାନ କୁଇଣ୍ଟାଲ ପିଛା ୩୧ ଶହ ଟଙ୍କାରେ କିଣିବେ । ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୨୩୦୦ ଟଙ୍କା ସହିତ ରାଜ୍ୟ ସରକାରଙ୍କ ତରଫରୁ ଇନପୁଟ ସହାୟତା ୮୦୦ ଟଙ୍କା ମିଶାଇ ଚଳିତବର୍ଷ ଧାନ କିଣା ଦର କ୍ୱିଣ୍ଟାଲ ପ୍ରତି ୩୧ ଶହ ଟଙ୍କା ଧାର୍ଯ୍ୟ କରାଯାଇଛି । ଧାନ କ୍ରୟ ପ୍ରକ୍ରିୟା ସୁବ୍ୟବସ୍ଥା ପାଇଁ ପକ୍ରିୟାକୁ ଶେଷ ହେବା ଯାଏ ମଣ୍ଡିରେ ରହିବେ ଅଧିକୃତ ଅଧିକାରୀ । ୪ରୁ ୫ ଟି ମଣ୍ଡିକୁ ନେଇ ଜଣେ ଲେଖାଏଁ ସୁପରଭଇଜର ରହିବେ । ମଣ୍ଡିରେ ରହିବ କ୍ୱାଲିଟି ଟେଷ୍ଟିଂ ମେସିନ । ଅଗାଡି ଏଫକ୍ୟୁ ଧାନକୁ ଯାଞ୍ଚ କରାଯିବ ।"

ଏହା ମଧ୍ୟ ପଢନ୍ତୁ:- ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ବଡ଼ ନିଷ୍ପତ୍ତି, ୪୮ ଘଣ୍ଟାରେ ଚାଷୀଙ୍କ ଆକାଉଣ୍ଟକୁ ବର୍ଦ୍ଧିତ MSP

ଏହା ମଧ୍ୟ ପଢନ୍ତୁ :- ମୋହନ ସରକାରଙ୍କ ବଡ଼ ପଦକ୍ଷେପ: ଧାନ ସଂଗ୍ରହ ବେଳେ ଜିଲ୍ଲା ଜଗିବେ ମନ୍ତ୍ରୀ, ସିଲ୍ ହେବ ପଡୋଶୀ ରାଜ୍ୟ ସୀମା

ଏହା ମଧ୍ୟ ପଢନ୍ତୁ :- ମଣ୍ଡିରେ ପଡି ରହିଛି ଧାନ, ଚିନ୍ତାରେ ଚାଷୀ - paddy procurement

  • ମଣ୍ଡିରେ ଲାଗିବ ସିସିଟିଭି ଓ ହେବ ପାଟ୍ରୋଲିଂ

ରାଜସ୍ୱ ମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି," ମଣ୍ଡିରୁ ରାଇସ ମିଲ ପର୍ଯ୍ୟନ୍ତ ଧାନ ପରିବହନ ବ୍ୟବସ୍ଥା ତଦାରଖ କରିବ ପରିବହନ ବିଭାଗ । ସେପଟେ ପଡୋଶୀ ରାଜ୍ୟରୁ ଧାନ ଯେମିତି ଓଡ଼ିଶାକୁ ପ୍ରବେଶ ନକରେ ତା ପ୍ରତି ପେଟ୍ରୋଲିଂ ଟିମ ମୁତୟନ ସହ ସିସିଟିଭି ବ୍ୟବସ୍ଥା କରାଯିବ । ଚାଷୀଙ୍କ ଧାନ ବିକ୍ରି ଟୋକନ ଲାପସ ନହେବା ପାଇଁ ବ୍ୟବସ୍ଥା କରାଯାଇଛି । ତ୍ୱରିତ ନିଷ୍ପତ୍ତି ନେବା ପାଇଁ ଜିଲ୍ଲାପାଳ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଚାଷୀଙ୍କ ସୁରକ୍ଷା, କଟଣି ଛଟଣି ମୁକ୍ତ ଧାନ କିଣା ଉପରେ ଗୁରୁତ୍ବ ଦେବେ ରାଜ୍ୟ ସରକାର ।’’

ବୈଠକରେ ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର, ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା, ସମବାୟ, ହସ୍ତତନ୍ତ, ହସ୍ତଶିଳ୍ପ ଓ ବୟନ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ, ମୁଖ୍ୟ ଶାସନ ସଚିବ ମନୋଜ ଆହୂଜା, କୃଷି ବିଭାଗର ପ୍ରମୁଖ ଶାସନ ସଚିବ ଅରବିନ୍ଦ ପାଢ଼ୀ, ପଞ୍ଚାୟତରାଜ ଏବଂ ପାନୀୟ ଜଳ ବିଭାଗର ପ୍ରମୁଖ ଶାସନ ସଚିବ ସୁଶୀଲ କୁମାର ଲୋହାନୀଙ୍କ ସମେତ ଅନ୍ୟ ସଂପୃକ୍ତ ବିଭାଗର ପ୍ରମୁଖ ଶାସନ ସଚିବ ଓ କମିଶନର ତଥା ଶାସନ ସଚିବମାନେ ଉପସ୍ଥିତ ଥିଲେ ।

ଇଟିଭି ଭାରତ, ଭୁବନେଶ୍ୱବ

Last Updated : Nov 5, 2024, 9:30 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.